Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କାଳବୈଶାଖିରେ ଉଜୁଡିଲା ଫସଲ : ମୁଗ ବିଲରେ ଆଣ୍ଠୁଏ ପାଣି
ଆଞ୍ଚଳିକ

କାଳବୈଶାଖିରେ ଉଜୁଡିଲା ଫସଲ : ମୁଗ ବିଲରେ ଆଣ୍ଠୁଏ ପାଣି

April 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣ ଯୋଗୁ ସାରା ରାଜ୍ୟରେ ଲକ୍ ଡାଉନ୍ ହୋଇଥିବାରୁ ଲୋକମାନେ ଘରୁ ବାହାରି ପାରୁନଥିଲେ। ଏବେ ମୁଗ ଅମଳ ସମୟ ହୋଇଥିବାରୁ ଏଇ କେଇଟା ଦିନ ହେବ ଲୋକମାନେ ଘରୁ ବାହାରି ମୁଗ ଓପାଡିବା ଆରମ୍ଭ କରୁଥିଲେ ହେଲେ ହଠାତ୍ ଆସିଲା କାଳବୈଶାଖି ଘଡଘଡି ସହିତ ପ୍ରବଳ ବର୍ଷା । ଉଜାଡି ଦେଲା ମୁଗ ଫସଲ। ବିଲରେ ଆଣ୍ଠୁଏ ପାଣି ହେବା ସହିତ ଭାସୁଛି ମୁଗଗଛ। ଚାଷୀ ପାଣିରୁ ଛାଣୁଛି ମୁଗଗଛ। ଏହିପରି ପ୍ରତିବର୍ଷ ଧାନ ହେଉ କି ମୁଗ ଅମଳ ସମୟରେ କାଳବୈଶାଖି ପରି ପ୍ରାକୃତିକ ବିପର୍ଯ୍ୟୟ ଆସି ଉଜାଡି ଦେଉଛି ଫସଲ। ଚଳିତବର୍ଷ ଏହି କାଳବୈଶାଖି ଏକପ୍ରକାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା କୁହାଯାଉଛି। ଏହି କାଳବୈଶାଖିରେ ଜଗତସିଂହପୁରର କନକପୁର, ତେନ୍ତୁଳିପଦା, ଗୋବିନ୍ଦପୁର, କୋଷ୍ଟିମଲ୍ଲିକାପୁର, କଟରା, ଗରାମ, ତୁଳଙ୍ଗ, ତରଜଙ୍ଗା, ପିପ୍ପଳମାଧବ, ବୋଧେଇ, କୃଷ୍ଣାନନ୍ଦପୁର, ବିଶନପୁର, କନିମୁଳ, ଦାଇଁଲୋ, ମୁଳସିଂ ସମେତ ତିର୍ତ୍ତୋଲ ବ୍ଳକର ସମସ୍ତ ପଞ୍ଚାୟତର ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଏମିତିକି ଅନେକ ପଞ୍ଚାୟତରେ ପାଣିରେ ଭାସୁଛି ମୁଗଗଛ ଓ ଓପଡା ହୋଇଥିବା ମୁଗ। ପାଣିରେ ରହି ମୁଗ ପଚିଯିବା ଭୟରେ ଚାଷୀ ପାଣିରୁ ମୁଗଗଛ ଛାଣୁଥିବା ଦେଖିବାକୁ ମିଳୁଛି। ଉକ୍ତ ଅଞ୍ଚଳରେ ହୋଇଥିବା ମୁଗ ଫସଲର କ୍ଷୟକ୍ଷତିକୁ ପ୍ରଶାସନ ଆକଳନ କରି କ୍ଷତିଗ୍ରସ୍ତ କୃଷକମାନଙ୍କୁ ସହାୟତା ଦେବାପାଇଁ ଦାବୀ ହେଉଛି।

jagatsinghpur Lockdown କାଳବୈଶାଖି
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026
Latest News

ସୋଆରେ ଉତ୍କଳ ଦିବସ ପାଳିତ

April 1, 2026

ଆଇସିଏଆର-ସିଫାର ୩୯ତମ ବାର୍ଷିକ ଦିବସ ପାଳିତ

April 1, 2026

ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ: ଓଡ଼ିଶା ସମେତ ୮ ରାଜ୍ୟକୁ ୧,୫୩୬ କୋଟି ମଞ୍ଜୁର

April 1, 2026

ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

April 1, 2026

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ପଖାଳ ଉତ୍ସବ ଆରମ୍ଭ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.