Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଏବିଭିପି ଦ୍ୱାରା କରୋନା ଯୋଦ୍ଧାଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଆଞ୍ଚଳିକ

ବାଣପୁର ଏବିଭିପି ଦ୍ୱାରା କରୋନା ଯୋଦ୍ଧାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

May 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଆମ ଦେଶର ପୁଲିସ, ପ୍ରଶାସନ, ଡାକ୍ତର, ସଫେଇ କର୍ମଚାରୀ ଓ ସାମ୍ବାଦିକ। ଏମାନେ କୌଣସି ଯୋଦ୍ଧାରୁ କମ ନୁହନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସଦାସର୍ବଦା ଶିକ୍ଷା କ୍ଷେତ୍ରରେ କାମ କରିବା ସହିତ ସାମାଜିକ କ୍ଷେତ୍ରରେ ମଧ୍ୟ ଜନସାଧାରଣଙ୍କ ସେବା କରିଥାଏ। କରୋନା ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଏହି କରୋନା ଯୋଦ୍ଧା ମାନଙ୍କୁ ଆଜି ବାଣପୁର ଏବିଭିପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର, ପୋଲିସ୍‌ କର୍ମୀ ଏବଂ ଏନ.ଏ.ସି ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଧୁର୍ଜତ୍ତି ପ୍ରସାଦ ମହାପାତ୍ର, ଡାକ୍ତର କୌନ୍ତେୟ ଦାସ, ଡାକ୍ତର ସ୍ମୃତି ସାହୁ, ଡାକ୍ତର ସୁରଜ ମେହେର, ଫାର୍ମାସିଷ୍ଟ ରବୀନ୍ଦ୍ର କୁମାର ପାଢ଼ୀ, ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାନନ୍ଦ ସ୍ୱାଇଁ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ବାଣପୁର ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ, ଏସ.ଆଇ ଦିଗବିଜୟ ବିଶ୍ୱାଳ, ପ୍ରସନ୍ନ ଜେନା, ସି.ଏସ.ଆଇ ଜ୍ୟୋସ୍ନାରାଣୀ ଖୁଣ୍ଟିଆ, ଆଶୁତୋଷ ପାଇକରାୟ, ଏ.ଏସ.ଆଇ ଶ୍ରୀନିବାସ ପ୍ରଧାନ, ବସନ୍ତ ପଟ୍ଟନାୟକ, ମହେନ୍ଦ୍ର ସେଠି, ମୁରଲୀ ବଳିୟାରସିଂ ଏବଂ ପୀତବାସ ମହାନ୍ତି ପ୍ରମୁଖଙ୍କୁ ଆଜି ଏବିଭିପି ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏବିଭିପି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଦ୍ବୀପ ଆଳତି କରାଯିବା ସହିତ ପୁଷ୍ପ ଚନ୍ଦନ ଲଗାଇ, ମିଷ୍ଟାନ ଖୁଆଇ, ଉପଢୌକନ ଓ ପ୍ରଶଂସା ପତ୍ର ଦେଇ ସମସ୍ତ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କରୋନା ଯୋଦ୍ଧା ମାନେ ନିଜ ଜୀବନକୁ ବିପନ୍ନ କରି ସମାଜକୁ ସୁରକ୍ଷା ପ୍ରଦାନ କରୁଛନ୍ତି, ଭାରତ ବର୍ଷ ଯୁଗଯୁଗ ଧରି ଏମାନଙ୍କ ଅବଦାନକୁ ମନେ ରଖିବ ବୋଲି ଏବିଭିପି ବାଣପୁର-ବାଲୁଗାଁ ନଗର ସମ୍ପାଦକ ବିକାଶ ସେଠି ମତ ପ୍ରକାଶ କରିଥିଲେ। ଏବିଭିପି ଖୋର୍ଦ୍ଧା ଜିଲ୍ଲା ସହ ପ୍ରମୁଖ ସୀତାରମ ଅଗ୍ରଓ୍ବାଲ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଛାତ୍ରୀ ସହ ପ୍ରମୁଖ ସଙ୍ଗୀତା ସ୍ବାଇଁ, ବାଲୁଗାଁ କଲେଜ ଯୁକ୍ତ ତିନି କ୍ୟାମ୍ପସ୍‌ ୟୁନିଟ୍‌ ସଭାପତି ବିକ୍ରମ କେଶରୀ ଜେନା, ଏବିଭିପିର ଶୁଭେଚ୍ଛୁ ତଥା ଯୁବ ସମାଜସେବୀ ବୁନୁ ଆଚାର୍ଯ୍ୟ, ଅଜୟ, ସୁଜିତ, ସିଦ୍ଧାର୍ଥ ଏବଂ ବର୍ଷା ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବାଣପୁର -ବାଲୁଗାଁ ଏବିଭିପି ପକ୍ଷରୁ ନିୟମିତ ଭାବରେ କରୋନା ସଚେତନତା ଏବଂ ସେବା କାର୍ଯ୍ୟ ଜାରି ରହିଛି।

 

abvp balugaon banpur covid19
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026
Latest News

ବେଗୁନିଆରେ ପଞ୍ଚମ ସାଂସଦ ଚିକିତ୍ସା ଶିବିର ଅନୁଷ୍ଠିତ

May 18, 2026

ଶ୍ରୀଶ୍ରୀ ବାବା ପ୍ରତାପେଶ୍ବର ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ପୃଥ୍ୱୀରାଜ ହରିଚନ୍ଦନ

May 18, 2026

ପ୍ରଧାନମନ୍ତ୍ରୀଙ୍କ ଆଫସ୍ଲୁଇଟଡିଜକ୍ ଡ୍ୟାମ୍ ପରିଦର୍ଶନ

May 18, 2026

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ କେରଳ କ୍ୟାବିନେଟ ଘୋଷଣା

May 17, 2026

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.