Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରେଢାଖୋଲରେ ପଙ୍ଗପାଳ ଆଗମନକୁ ନେଇ ଚିନ୍ତାରେ ଚାଷୀ : କୃଷି ବିଭାଗର ସ୍ପଷ୍ଟୀକରଣ
ଆଞ୍ଚଳିକ

ରେଢାଖୋଲରେ ପଙ୍ଗପାଳ ଆଗମନକୁ ନେଇ ଚିନ୍ତାରେ ଚାଷୀ : କୃଷି ବିଭାଗର ସ୍ପଷ୍ଟୀକରଣ

June 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ : କିଛି ଦିନ ହେଲା ପଙ୍ଗପାଳ ଭାରତ ଭିତରକୁ ପଶିଆସି ଚାଷୀ ମାନଙ୍କର ବହୁ ଫସଲ ନଷ୍ଟ କରିଦେବା ସହ ମୂଲ୍ୟବାନ ଗଛ ସବୁ ନଷ୍ଟ କରିଦେଉଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି । ଛତିଶଗଡ ,ବିହାର, ମଧ୍ୟପ୍ରଦେଶ ଦେଇ ପଙ୍ଗପାଳ ମାନେ ଓଡିଶାକୁ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ମଧ୍ୟ ଖବର ହସ୍ତଗତ ହୋଇଛି ।

ଆଜି ରେଢାଖୋଲ ରେଳଷ୍ଟେସନ ପାଖରେ ବହୁ ଗୁଡିଏ ଝିଟିକା କେତୋଟି ଗଛରେ ବସିଥିବାର ନଜରକୁ ଆସିବା ପରେ ଏହା ପଙ୍ଗପାଳ ବୋଲି ଲୋକମାନେ ଦାବି କରିଥିଲେ । ତେବେ କୃଷି ବିଭାଗର ବରିଷ୍ଠ ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ଝିଣ୍ଟିକା ପରି ଦେଖାଯାଉଥିବା ଏହି ଜୀବଟି ପଙ୍ଗପାଳ ନୁହେଁ ବରଂ ଏକ ପ୍ରକାର ଝିଣ୍ଟିକା ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି । ବର୍ଷା ଋତୁ ଆରମ୍ଭରେ ଏହି ଝିଂଟିକା ମାନେ ଆସିଥାନ୍ତି । ରେଢାଖୋଲକୁ ପଙ୍ଗପାଳ ଆସି ନାହାନ୍ତି ଏହା ଲୋକମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଯାଇଛି ବୋଲି ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି । ଏପଟେ ଏଠାକାର ଜନସାଧାରଣ ଏହା ପଙ୍ଗପାଳ ବୋଲି ଦାବୀ କରିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ ଚାଷୀ ଠିକ୍ କହୁଛି ନା କୃଷି ବିଭାଗ ଠିକ୍ କହୁଛି ତାହା ସମୟ କହିବ ବୋଲି ଲୋକମାନେ ପ୍ରକାଶ କରିଛନ୍ତି ।

ପଙ୍ଗପାଳ ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଭୂମିପୂଜନ ଓ ଅସ୍ଥାୟୀ ଭବନ ଉଦ୍‌ଘାଟିତ

August 8, 2026

ଆସନ୍ତା ୮ ରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମି ପୂଜନ କରିବେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

August 6, 2026
Latest News

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026

ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା

August 13, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

August 13, 2026

ସଂସଦର ମୌସୁମୀ ଅଧିବେଶନ: ଉଭୟ ସଦନରେ ୧୨ ବିଲ୍‌ ଗୃହୀତ

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.