Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଞ୍ଚଳିକ ବ୍ରାହ୍ମଣ ସମାଜ ତରଫରୁ ସମିକ୍ଷା ବୈଠକ ଅନୁଷ୍ଠିତ
ଆଞ୍ଚଳିକ

ଆଞ୍ଚଳିକ ବ୍ରାହ୍ମଣ ସମାଜ ତରଫରୁ ସମିକ୍ଷା ବୈଠକ ଅନୁଷ୍ଠିତ

September 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ ସ୍ଥିତ ଯୋରାଡବରା ସତ୍ୟସାଇ ମନ୍ଦିର ପ୍ରାଙ୍ଗଣରେ ନର୍ଲା, କେସିଙ୍ଗା, ମ;ରାମପୁର ଓ କର୍ଲାମୁଣ୍ଡା ବ୍ଲକ୍ ର ବ୍ରାହ୍ମଣ ମାନଙ୍କୁ ନେଇ ଗଠିତ ହୋଇଥିବା ଯୋରାଡବରା ମଣ୍ଡଳ ଆଞ୍ଚଳିକ ବ୍ରାହ୍ମଣ ସମାଜ ତରଫରୁ ମାସିକ ସମିକ୍ଷା ବୈଠକ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ଶ୍ରୀ ରବି ନନ୍ଦଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ମାନବ ସମ୍ବଳ ଅଧିକାର କର୍ମୀ ତଥା ମନ୍ଦିର ସେବକ ସଂଘର ଓଡିଶା ରାଜ୍ୟ କମିଟି ସଦସ୍ୟ ଶ୍ରୀ ସୁକାନ୍ତ ପଣ୍ଡା ମୂଖ୍ୟ ଅତିଥି ଭାବରେ ଯୋଗଦେଇ ସଭାର ପ୍ରାରମ୍ଭ କରିଥିଲେ।

ଚଳିତ ବର୍ଷ କରୋନାର ପ୍ରାଦୁର୍ଭାବ ରୋକିବା ପାଇଁ ଘୋଷିତ ହୋଇଥିବା ଲକଡାଉନ୍ ପାଇଁ ସାରା ରାଜ୍ୟର ବିଷେଶ କରି ବ୍ରାହ୍ମଣ, ପୂଜକ, ମନ୍ଦିର ସେବକ ତଥା ସଂକୀର୍ତ୍ତନ କଳାକାର ମାନଙ୍କ ଆୟପନ୍ଥା ସଂପୂର୍ଣ୍ଣ ଭାବରେ ଦୋହଳି ଯାଇଥିବାବେଳେ ଏମାନେ କିପରି ଭାବରେ ପୁଣିଥରେ ସ୍ୱାବଲମ୍ବି ହୋଇପାରିବେ ସେଦିଗରେ ଏବଂ ମାନବ ସମ୍ବଳ ଅଧିକାର ସଂସ୍ଥା ର କାର୍ଯ୍ୟକଳାପ ବିଷୟରେ ଆଲୋଚନା କରାଯାଇଥିଲା।

ମନ୍ଦିର ସେବକ ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ, ମାସିକ ସହାୟତା ରାଶି ପ୍ରଦାନ, ବୟୋଜ୍ୟେଷ୍ଠଙ୍କ ପାଇଁ ପେନସନ୍ ବ୍ୟବସ୍ଥା, ମନ୍ଦିର ସେବକ କାର୍ଡ ପ୍ରଦାନ ବ୍ୟବସ୍ଥା, ସନ୍ତାନ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟତା ପ୍ରଦାନ।, ଶିକ୍ଷା ଏବଂ ଚାକିରୀ କ୍ଷେତ୍ରରେ ନିଜର ହକ୍, ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ମନ୍ଦିର ସେବକ କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା ,ଗୃହହୀନ ମାନଙ୍କ ପାଇଁ ନୂତନ ଗୃହର ବ୍ୟବସ୍ଥା,ରୋଜଗାର ପାଇଁ ଋଣ ବ୍ୟବସ୍ଥା ,କନ୍ୟା ବିବାହ ଓ ପୁତ୍ର ବ୍ରତପୋନୟନ ପାଇଁ ସହାୟତା ବ୍ୟବସ୍ଥା ଆଦି ବିଷୟରେ। ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ସମାଜର ସଂପାଦକ ଶ୍ରୀ ଡୋଲାମଣି ରଥ, ଯୁଗ୍ମ ସଂପାଦକ ଶ୍ରୀ ଉମା ଶଙ୍କର ମିଶ୍ର ,କୋଷାଧ୍ୟକ୍ଷ ଶ୍ରୀ ଅରୁଣ ଦାଶ ଶର୍ମା, ମାନବ ସମ୍ବଳ ଅଧିକାର ସଂସ୍ଥାର କଳାହାଣ୍ଡି ପ୍ରଭାରୀ ଶ୍ରୀ ଚିତ୍ରସେନ୍ ଦାଶ ଓ ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ ନନ୍ଦ ତଥା ସମାଜର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

କଳାହାଣ୍ଡି ବ୍ରାହ୍ମଣ ସମାଜ
Share. Facebook Twitter LinkedIn Email WhatsApp Copy Link

Related Posts

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026

Six Dead: କଳାହାଣ୍ଡିରେ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଛଅ ଜୀବନ

May 26, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.