Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶୋକାକୁଳ ପରିବେଶରେ ଅନୁଷ୍ଠିତ ହେଲା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସ୍ବର୍ଗତ ସତ୍ୟ ସେନାପତିଙ୍କ ଶ୍ରଦ୍ଧାଞ୍ଜଳି ସଭା
ଆଞ୍ଚଳିକ

ଶୋକାକୁଳ ପରିବେଶରେ ଅନୁଷ୍ଠିତ ହେଲା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସ୍ବର୍ଗତ ସତ୍ୟ ସେନାପତିଙ୍କ ଶ୍ରଦ୍ଧାଞ୍ଜଳି ସଭା

September 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ଦିବଂଗତ ଯୁବ ସଂଗଠକ ଯଥା ଅସୀମିତ ପ୍ରତିଭାର ଅଧିକାରୀ ସ୍ବର୍ଗତ ସତ୍ୟ ନାରାୟଣ ସେନାପତିଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି। ଦ୍ଵାଦଶହ ଦିବସ ଅବସରରେ ବାଲୁଗାଁ ସ୍ଥିତ କଳିଙ୍ଗ ଯୁବକ ସଙ୍ଘ ପରିସରରେ ଉକ୍ତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବାସହ ଏକ ସ୍ମରଣିକା ଉନ୍ମୋଚନ ହୋଇଯାଇଅଛି।

ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ଚିଲିକା ଡ଼ା ବିଭୁତି ଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଂଜନ ବଡ଼ଜେନା, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, କଳିଙ୍ଗ ଯୁବକ ସଙ୍ଘର ସଭାପତି ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଆତ୍ମାର ସଦଗତି ନିମନ୍ତେ ସ୍ବର୍ଗତ ସେନାପତିଙ୍କ ତୈଳ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।

ପ୍ରାପ୍ତ ସୂଚନା ମୁତାବକ ଚଳିତ ମାସ ୧୫ ତାରିଖରେ ସ୍ବର୍ଗତ ସତ୍ୟନାରାୟଣ ସେନାପତି ୪୧ ବର୍ଷ ବୟସରେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମସ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ସ୍ବର୍ଗତ ସେନାପତିଙ୍କ ବିୟୋଗରେ ଘର ପରିଜନଙ୍କ ମନୋବଳ ଭାଙ୍ଗିଯିବା ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ବହୁତ କମ ବୟସରେ ରାଜନୀତିରେ ପାଦ ଥାପି ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ଭାବେ ନିଜର ଦକ୍ଷତା ବଳରେ ଦଳକୁ ମଜଭୁତ କରୁଆସୁଥିବା ଏହି ନେତାଙ୍କ ବିୟୋଗରେ ସମ୍ପୃକ୍ତ ଅଂଚଳରୁ ବିଜେପିର ଅଗ୍ରଗତିରେ ବ୍ରେକ ଲାଗିଥିବା ଅନୁମାନ କରାଯାଉଛି। ଯାହାକି ଏହି କିମ୍ବଦନ୍ତୀ ପୁରୁଷଙ୍କ ସ୍ଥାନ ପୂରଣ କରିବା ଅସମ୍ଭବ ବୋଲି ପୂର୍ବତନ ବିଧାୟକ ଡ଼ା ହରିଚନ୍ଦନ ମତବ୍ୟକ୍ତ କରିଥିଲେ।

ସମଗ୍ର ଅଞ୍ଚଳର ସାଙ୍ଗଠନିକ ସୁଦୃଢତାକୁ ସମ୍ମାନ ଜଣାଇ ସ୍ବର୍ଗତ ଶ୍ରୀ ସେନାପତି ନିଜକୁ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରତିଷ୍ଠିତ ତଥା ପ୍ରଖର ରାଜନୈତିକ ବ୍ୟକ୍ତିତ୍ୱ ଭାବେ ଉପସ୍ଥାପନ କରିବା ସହ ସମାଜସେବୀ ଭାବେ ଜନ ସମାଜରେ ନିଜକୁ ଖୁବ କମଦିନ ମଧ୍ୟରେ ପ୍ରତିଷ୍ଠିତ କରିପାରିଥିଲେ ବୋଲି ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବ ବକ୍ତବ୍ୟ ରଖିଥିଲେ।

ନିଜର ଜ୍ଞାନ କୌଶଳ ତଥା ଯୁବସମାଜ ଭିତରେ ସ୍ଥାନୀୟ ଅଞ୍ଚଳରେ ନାନାଦି ଉନ୍ନତିମୂଳକ କାର୍ଯ୍ୟ କରିବା ସହ ସୁଖ ଦୁଃଖର ସାଥି ହୋଇ ସମଗ୍ର ଅଞ୍ଚଳକୁ ନିଜର ପ୍ରିୟଭାଜନ କରିପାରିଥିଲେ ଏହି ଦିବଂଗତ ନେତା ବୋଲି ଶ୍ରୀ ବଡ଼ଜେନା ଅତି କୋହଭରା କଣ୍ଠରେ ପ୍ରତିପାଦନ କରିଥିଲେ।

ଜଣେ କାର୍ଯ୍ୟଦକ୍ଷ, ମିଷ୍ଟଭାଷୀ, ମେଳାପୀ ସମାଜସେବୀଙ୍କ ବିୟୋଗରେ ସମଗ୍ର ଅଞ୍ଚଳ ଭାଙ୍ଗିପଡିଥିବା ବେଳେ ସେହି ଆତ୍ମାର ସଦଗତି ତଥା ପ୍ରିୟଭାଜନଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି ଶ୍ରୀ ଦୁଷ୍ମନ୍ତ ହରିଚନ୍ଦନ ପ୍ରକାଶ କରିଥିଲେ।

ସ୍ବର୍ଗତ ସେନାପତିଙ୍କ ଅନ୍ତିମ ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ରଙ୍କ ସମେତ ବହୁ ପ୍ରତିଷ୍ଠିତ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଯୁବ ବିଜେପି ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କୋଭିଡ ନିୟମ ପାଳନ କରି ଆନ୍ତରିକ ଶ୍ରଦ୍ଧା ଜ୍ଞାପନ କରିଥିଲେ। ଏହି ଅବସରରେ ଦିବଂଗତ ଶ୍ରୀ ସେନାପତିଙ୍କ ସ୍ମୃତିକୁ ବଜାୟ ରଖିବା ପାଇଁ ନିଜର ଜୀବନଶୈଳୀ ଉପରେ ଆଧାରିତ ‘ଲୁହ’ ପତ୍ରିକା ଉନ୍ମୋଚନ କରାଯାଇଥିଲା।

ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ବାଲୁଗାଁ ଶ୍ରଦ୍ଧାଞ୍ଜଳି ସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

“ନିର୍ଦ୍ଦେଶ କାହାର ଥିଲା?”: ଫର୍ମ-୬ ଉପରେ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କଲେ ରାହୁଲ ଗାନ୍ଧୀ

October 1, 2026

ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ: ୩ ମୃତ, ୫ରୁ ଅଧିକ ଆକ୍ରାନ୍ତ

October 1, 2026

କଂଗ୍ରେସ ଭବନ ବାହାରେ ଓକିଲଙ୍କ ମୃତଦେହ

October 1, 2026

ଧାରୁଆ ଅସ୍ତ୍ରରେ ଗଳା କାଟି ଯୁବତୀଙ୍କ ଆତ୍ମହତ୍ୟା

October 1, 2026

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ: ଥରିଲା ହିନ୍ଦୁକୁଶ, ଲୋକେ ଭୟଭୀତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.