Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରଥମ ବାଣପୁର ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍: ବିଜେତା ଖେଳାଳିଙ୍କୁ ପୁରଷ୍କୃତ କଲା ସେଣ୍ଟ ଜାଭିୟର ସ୍କୁଲ
ଆଞ୍ଚଳିକ

ପ୍ରଥମ ବାଣପୁର ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍: ବିଜେତା ଖେଳାଳିଙ୍କୁ ପୁରଷ୍କୃତ କଲା ସେଣ୍ଟ ଜାଭିୟର ସ୍କୁଲ

January 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ 

ବାଣପୁର: ଚଳିତ ବର୍ଷ ସେଣ୍ଟ ଜାଭିୟର ସ୍କୁଲ ପରିସରରେ ଦୁଇ ଦିବସୀୟ “ପ୍ରଥମ ବାଣପୁର ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ୨୦୨୧” ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି।

ଖୋର୍ଦ୍ଧା ଜିଲ୍ଲା ବାଣପୁରର ସେଣ୍ଟ ଜାଭିୟର ସ୍କୁଲ ଓ ସହାୟତା ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗୀତା ସଫଳତାର ସହ  ଉଦଯାପିତ ହୋଇଯାଇଅଛି। ବାଣପୁର, ବାଲୁଗାଁ ଓ ନାଚୁଣି ଅଞ୍ଚଳର ବରିଷ୍ଠ ବର୍ଗର ୧୬ଟି ଓ କନିଷ୍ଠ ବର୍ଗର ୮ ଟି ଏହିପରି ୨୪ଟି ଟିମ୍ କୁ ନେଇ ଅତି ଶୃଙ୍ଖଳିତ ଭାବେ ଉକ୍ତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଫାଇନାଲରେ ବିଜେତା ଟିମ୍ କୁ ୩୦୦୦ଟଙ୍କାର ଅର୍ଥରାଶି ପ୍ରଦାନ ସହ ଉପବିଜେତା ଟିମ୍ କୁ ୨୦୦୦ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।

ବିଜେତା ଭାବେ ସନ୍ତ ବସନ୍ତ ମହାନ୍ତି, ଶୈଳେଶ ମିଶ୍ର, ଶେକ ରିଜୱାନ ଓ ଜାହିରଖାନ ହୋଇଥିବା ବେଳେ ଉପବିଜେତା ଭାବେ ଅଭିଷେକ ହୋତା, ବିଶ୍ୱଜିତ ଶତପଥି, ସମୀର ଖାନ ଓ ସୋହେଲ ଖାନ ହୋଇଥିଲେ। ଅପର ପକ୍ଷେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରାଯାଇ ସଙ୍ଗଠନ ପକ୍ଷରୁ ଉତ୍ସାହିତ କରାଯାଇଥିଲା।

ପ୍ରଥମ ଦିନ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ କ୍ରୀଡ଼ା ପ୍ରଶିକ୍ଷକ ବୈରାଗୀ ଚରଣ ବଳ ଆନୁଷ୍ଠାନିକ ଭାବେ ଏହାର ଶୁଭ ଉଦଘାଟନ କରିଥିବା ବେଳେ ଅନ୍ୟାନ୍ୟ ଅତିଥି ଭାବେ ଶିକ୍ଷାବିତ ବାଳମୁକୁନ୍ଦ ଦାସ, ଅଲ୍ଲେଖ ପ୍ରସାଦ ମହାନ୍ତି, ଜାତୀୟ ଭଲି ବଲ ରେଫରି ନାରାୟଣ ସାହୁ ଉପସ୍ଥିତ ଥିଲେ। ସ୍କୁଲର ଶିକ୍ଷକ ରବି ନାରାୟଣ ହୋତା ଓ ସତ୍ୟ ନାରାୟଣ ପ୍ରଧାନ ଉକ୍ତ ପ୍ରତିଯୋଗିତାର ସଫଳ ପରିଚାଳନା ରେ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲେ।

ପ୍ରକାଶ ଥାଉକି ବାଣପୁର ସେଣ୍ଟ ଜାଭିୟର ସ୍କୁଲ ଓ ସହାୟତା ଫାଉଣ୍ଡେସନର ପ୍ରତିଷ୍ଠାତା ଡ଼ ଶକ୍ତି ପ୍ରସାଦ ମହାନ୍ତିଙ୍କ ଦ୍ୱାରା ପ୍ରଯୋଜିତ ଏହି କାର୍ଯ୍ୟକ୍ରମ ଅଞ୍ଚଳର ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଏକ ଅଭିନବ ପ୍ରୟାସ। ଯାହାଦ୍ୱାରା ଶ୍ରୀ ମହାନ୍ତିଙ୍କ ଏଭଳି ଏକ ଅଭିନବ ପ୍ରୟାସ ପାଇଁ ଅଞ୍ଚଳ ବାସୀଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଆଗକୁ ମଧ୍ୟ ବାଣପୁରରେ ଏହି ପରି ସାମାଜିକ କାର୍ଯ୍ୟକ୍ରମ ଜାରିରହିବ ବୋଲି ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ତାଲିମ କାର୍ଯ୍ୟକ୍ରମ

August 26, 2025

ବାଣପୁର ବ୍ଲକରେ ମିଳିତ ଅଭିଯୋଗ ଶୁଣାଣି ଶିବିର

August 26, 2025

ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ

August 25, 2025

ଗମ୍ଭାରୀମୁଣ୍ଡାରେ ରୋଟାରୀ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର

August 24, 2025
Latest News

ପାକିସ୍ତାନୀ ଗୁପ୍ତଚରଙ୍କ ସମ୍ପର୍କରେ ଥିଲେ ୧୫ ଅଧିକାରୀ, ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା

August 26, 2025

ଏସିଆ କପ ପୂର୍ବରୁ ଭାରତୀୟ ଦଳକୁ ଚେତାଇ ଦେଲେ ହରିସ୍ ରୌଫ୍!: ମ୍ୟାଚ୍ ପୂର୍ବରୁ ଦେଲେ ବଡ଼ ବୟାନ

August 26, 2025

ଅପରେସନ ସିନ୍ଦୂରର ସଫଳତା ଓ ସାଂସ୍କୃତିକ ପରମ୍ପରାକୁ ଆଧାର କରି ବନ୍ଦେ ଓଡିଶା କାର୍ଯ୍ୟକ୍ରମ

August 26, 2025

ଉଚ୍ଚ ଶୁଳ୍କ ଲାଗୁ କରିଥିବା ଟ୍ରମ୍ପଙ୍କୁ କିପରି ଜବାବ ଦେବ ଭାରତ?: ଜାଣନ୍ତୁ ଏହି ତିନୋଟି ବିକଳ୍ପ

August 26, 2025

‘ଅନେକ ଦେଶରେ ଚାଲିବ ଇଭି ଯାନ, ଯେଉଁଥିରେ ଲେଖାଯିବ ମେଡ୍ ଇନ୍ ଇଣ୍ଡିଆ’, ପ୍ରଧାନମନ୍ତ୍ରୀ ମୋଦି

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.