Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ହାରଜିତର ବିଚିତ୍ର ଗଣିତ
ବିଶେଷ ଖବର

କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ହାରଜିତର ବିଚିତ୍ର ଗଣିତ

April 13, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
analysis of first phase poll
analysis of first phase poll

କେଦାର ମିଶ୍ର

ଓଡିଶାରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ତଥା ଏହାର ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟର ମାନେ ନିଜର ମନପସନ୍ଦ ପ୍ରତିନିଧି ବାଛି ସାରିଛନ୍ତି। ଏବେ ପରୀକ୍ଷା ସରିଛି, ମଇ ୨୩ ତାରିଖରେ ଫଳ ବାହାରିବ। ତେବେ ନିର୍ବାଚନ ପରେ ପରେ ରାଜନୈତିକ ଦଳ ଗୁଡିକ ନିଜ ନିଜର ସଫଳତାର କାହାଣୀ କହିବା ଆରମ୍ଭ କରନ୍ତି। ପ୍ରଥମ ପର୍ଯ୍ୟାୟର ଫଳାଫଳ ବିଜେଡି, କଂଗ୍ରେସ ଓ ବିଜେଡି ନିଜ ନିଜ ପକ୍ଷରେ ଘୋଷଣା କରି ସାରିଛନ୍ତି। ବିଜୁ ଜନତା ଦଳ ୪ ଟି ଯାକ ଲୋକସଭା ଓ ୨୫ ଟି ବିଧାନସଭା ଆସନ ଜିଣିବ ବୋଲି କହିଛି। କଂଗ୍ରେସ ତିନୋଟି ଲୋକସଭା ଓ ୨୦ ବିଧାନସଭାର ଆକଳନ ନିଜ ପକ୍ଷରେ ରଖିଛି। ସବୁଠୁ ବିଚିତ୍ର ଗଣିତ ରଖିଛି ଭାରତୀୟ ଜନତା ପାର୍ଟି। ଦଳର ଉପ ସଭାପତି  ସମୀର ମହାନ୍ତି କହିଛନ୍ତି, ଲୋକସଭାର ଚାରୋଟି ଯାକ ଆସନ ଆମେ ଜିତିବୁ ଓ ବିଧାନସଭାରେ ପ୍ରାୟ ଅଧା ଆସନ ଜିଣିବୁ। ତା ଅର୍ଥ ହେଉଛି ବିଧାନସଭାରେ ବିଜେପି ୨୮ ରୁ ୧୪/୧୫ ଆସନ ଆଶା କରୁଛି। ଏଥିରୁ ଆମେ ବୁଝିବା ଉଚିତ ହେବ ଯେ ବିଜେପି ଏବେ ଆଉ ନିଜର ମିଶନ ୧୨୦+ କୁ ଭୁଲି ଯାଇଛି ? ସେହିପରି ବିଧାନସଭା ଆସନରେ ହାରିଲେ ଲୋକସଭାରେ ଜିତିବାର ସମ୍ଭାବନା ବହୁତ କମ ଥାଏ ବୋଲି ବିଜେପି ଜାଣିଥିବ ନିଶ୍ଚୟ!

ନିର୍ବାଚନ ପରେ ହାର ଜିତ କୁ ନେଇ ରାଜନୈତିକ ଦଳମାନେ ଯେଉଁ ଆକଳନ ପ୍ରସ୍ତୁତ କରିଥାନ୍ତି, ତାହା ଉପରେ କେହି ବିଶ୍ଵାସ କରନ୍ତି ନାଇଁ। ଚାରୋଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ବିଭିନ୍ନ ଦଳର ଆକଳନ ପରବର୍ତ୍ତୀ ପର୍ଯ୍ୟାୟଗୁଡିକ ଉପରେ ବେଶ ପ୍ରଭାବ ପକାଇବ। ହାର ଜିତ ର ସତ୍ୟତା ଅପେକ୍ଷା ତାକୁ ନେଇ କଲ୍ପନା ଜଳ୍ପନା ଗୋଟେ ବଡ ଭୂମିକା ନେଇଥାଏ। ପ୍ରଥମ ପର୍ଯ୍ୟାୟର ମାନସିକ ଚାପ ଦ୍ଵିତୀୟ ପର୍ଯ୍ୟାୟକୁ ସମ୍ପ୍ରସାରିତ ହୋଇଥାଏ। ତେଣୁ ବିଜୟର ଅଙ୍କ ପ୍ରସ୍ତୁତ କଲାବେଳେ ରାଜନୈତିକ ଦଳ ଗୁଡିକ ନିଜ ଅଙ୍କକୁ ସଠିକ ଭାବରେ ପରଖିନେବା ଉଚିତ। ରାଜନୈତିକ ଦଳ ଗୁଡିକ ଯାହା ଆକଳନ କରନ୍ତି, ତାର ସତ୍ୟାସତ୍ୟ ଜାଣିବାକୁ ଆମେ ସାମ୍ବାଦିକମାନେ ଆହୁରି ଅନ୍ୟାନ୍ୟ ସୂତ୍ର ଉପରେ ଭରସା ରଖିଥାଉ। ଯଦିଓ ଫଳ ବାହାରିବା ପର୍ୟନ୍ତ କୌଣସି ବି ଭବିଷ୍ୟତବାଣୀ କରିବା ଠିକ ନୁହଁ, ତଥାପି ଏ ସମ୍ପର୍କରେ ଏକ ମୋଟାମୋଟି ଧାରଣା ଆମକୁ ମିଳିସାରିଛି।

ବିଭିନ୍ନ ଦଳର ନିଜସ୍ଵ ଘୋଷଣା, ସେମାନଙ୍କ କହିବାରେ ରହିଥିବା ଆତ୍ମବିଶ୍ଵାସ ଓ ଅନ୍ୟାନ୍ୟ ସୂତ୍ରର ସୂଚନାକୁ ମିଶେଇ ଆମେ ଭବିଷ୍ୟତର ଏକ ସଙ୍କେତ ପାଇ ଯାଇପାରିବା। ଏଠି ଗୋଟେ କାଳ୍ପନିକ ସ୍ଥିତି କଥା ବିଚାର କରନ୍ତୁ- ଯଦି ବିଜେପି ଚାରୋଟି ଲୋକସଭା ଆସନରେ ଜିତିବାର ଆତ୍ମବିଶ୍ଵାସ ରଖିଥାନ୍ତା, ତାହେଲେ ଦଳର ସୋସିଆଲ ମିଡିଆ ଓ ଟ୍ରୋଲ ଆଉ କାହାକୁ ବସେଇ ଉଠେଇ ଦିଅନ୍ତେ ନାହିଁ। ପ୍ରଥମ ପର୍ୟାୟ ଭୋଟ ଗ୍ରହଣ ପରେ ବିଜେପି ଅଧିକ କିଛି ଲୋକସଭା ଆସନ ପାଇବ ବୋଲି ଭାବୁଛି। ବିଧାନସଭାରେ ବିଜେପିର ବିଜୟକୁ ନେଇ ଦଳର ଦମ୍ଭ ସେତେ ବେଶୀ ଦିଶୁନାହିଁ।“ ରାଜ୍ୟରେ ଶଙ୍ଖ ଓ କେନ୍ଦ୍ରରେ ପଦ୍ମ” ବୋଲି କେତୋଟି ସ୍ଥାନରେ ଯେଉଁ ଜନରବ ଶୁଣାଯାଉଛି, ତାହା ବିଜେପିକୁ ବିଧାନସଭା କ୍ଷେତ୍ରରେ ଏକ ପ୍ରକାର ସଚେତନ କରି ଦେଇଛି। ସେଥିଲାଗି ବୋଧେ ବିଜେପି କହୁଛି ସେମାନେ ୨୮ ରୁ ୧୪ ବିଧାନସଭା ଆସନ ପାଇ ପାରନ୍ତି।

ଅପର ପକ୍ଷରେ ବିଜେଡି ନିଜ ଆକଳନକୁ ନେଇ ଅଧିକ ଆକ୍ରାମକ ଲାଗୁଛି। ପାରମ୍ପାରିକ ଭାବରେ ଏହି ଚାରୋଟି ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ହେବା କଥା। କିନ୍ତୁ କୋରାପୁଟ, ବ୍ରହ୍ମପୁର ଓ କଳାହାଣ୍ଡି ତିନୋଟି ଯାକ ଆସନରେ ଏବେ କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିଥିବାର ସୂଚନା ମିଳୁଛି। କେବଳ ନବରଙ୍ଗପୁର ଆସନରେ ଏହାର ପ୍ରାର୍ଥୀ ପ୍ରଦୀପ ମାଝୀ କିଛିଟା ସମ୍ଭାବନା ବଜାୟ ରଖିଛନ୍ତି। କଳାହାଣ୍ଡିରେ ବିଜେପି ଓ ବିଜେଡି ମଧ୍ୟରେ କଡା ମୁକାବିଲାର ସଙ୍କେତ ରହିଛି। କଳାହାଣ୍ଡିର ବିଧାନସଭା ଆସନ ଗୁଡିକର ସ୍ଥିତି ଏତେ ବିଭାଜିତ ଯେ ସେଥିରେ ଯିଏ ବି ବିଜୟୀ ହେବ ତାଙ୍କର ଭୋଟ ବ୍ୟବଧାନ କମ ରହିବା ସ୍ଵାଭାବିକ।

ଗତ ନିର୍ବାଚନ ପରି ଏଥର ମଧ୍ୟ ମହିଳା ଭୋଟର ବହୁ ସଂଖ୍ୟାରେ ନିଜର ମତ ସାବ୍ୟସ୍ତ କରିଛନ୍ତି। ଅଧକ ସଂଖ୍ୟକ ଭୋଟଦାନ ହେବା ଓ ମହିଳା ଭୋଟର ଅଧିକ ଆସିବା, ବିଜେଡି କୁ ସୁହାଇପାରେ। ତେଣୁ ଦଳ ତରଫରୁ ୨୮ ରୁ ୨୫ ର ଦାବୀ ପ୍ରସ୍ତୁତ କରାଯାଉଛି। ତେବେ ଗତ ଥର ବିଜେଡି ଏ ସବୁ କ୍ଷେତ୍ରରେ ଯେତିକି ଆସନ ପାଇଥିଲା, ଏଥର ମଧ୍ୟ ସ୍ଥିତାବସ୍ଥା ବଜାୟ ରହିପାରେ। ତେବେ ଲୋକସଭା ଆସନରେ କଳାହାଣ୍ଡି ଓ ନବରଙ୍ଗପୁର ବିଜେଡି ଲାଗି ସହଜ ମନେ ହେଉନାହିଁ।

 

1stphase assembly kedarmishra odishaelection poll voting
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Latest News

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.