Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମମିତା ମେହେର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ହେଉ: ଓନାସ
ଅପରାଧ

ମମିତା ମେହେର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ହେଉ: ଓନାସ

October 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଓଡ଼ିଶା ନାଗରିକ ସମାଜ ଅନୁରୋଧ କରିଛି। ମମିତା ମେହେରଙ୍କ ଭଳି ଅନେକ ନିରୀହ ଝିଅ ଅତ୍ୟାଚାରୀଙ୍କ ଶିକାର ହୋଇ ଅତୀତରେ ପ୍ରାଣ ହରାଇଛନ୍ତି।

ମମିତା ମେହେରଙ୍କୁ ଯେଉଁଭଳି ବର୍ବୋରଚିତ ଭାବେ ହତ୍ୟା କରାଯାଇଛି ଏହା ଆଜିର ସାମାଜିକ ବ୍ୟବସ୍ଥାରେ ସମସ୍ତ ଶ୍ରେଣୀର ଲୋକେ ଘୃଣା କରି, ଏହାର ନିରପେକ୍ଷ ତଦନ୍ତ ଦାବୀ କରିଛନ୍ତି। ନିର୍ଭୟା ଘଟଣା ଠାରୁ ଏହା କୌଣସି ଗୁଣରେ କମ୍ ନୁହେଁ। ଅନ୍ୟ ରାଜ୍ୟ ଲୋକ ହୋଇଥିଲେ ଓଡ଼ିଶା ଜଳୁଥାନ୍ତା। ଏହା ମାନେ ନୁହେଁ ଯେ, ଶାନ୍ତସିଷ୍ଟ ଓଡ଼ିଶାବାସୀଙ୍କୁ ପ୍ରକୃତ ନ୍ୟାୟରୁ ବଞ୍ଚିତ କରାଯିବ।

ମମିତା ହତ୍ୟାକାଣ୍ଡ ପଛରେ ଯେଉଁ ରହସ୍ୟ ଲୁଚିରହିଛି ତାହାର ପର୍ଦ୍ଦାଫାସ ହେବା ଦରକାର। ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଦରକାର। ବିଭିନ୍ନ ମହଲରୁ ଯାହା ଖବର ମିଳୁଛି ମମିତା ମେହେର ଏବଂ ଅନ୍ୟ କେତେକ ଝିଅଙ୍କ ସହିତ ଅବୈଧ ସମ୍ପର୍କ ରଖିବା ସହ ଗୋବିନ୍ଦ ସାହୁ ବିଭିନ୍ନ ମନ୍ତ୍ରୀ, ବିଧାୟକ ଏବଂ ଶାସନ ସଚିବମାଙ୍କୁ ଝିଅ ଯୋଗାଉଥିଲେ। ଏହାଦ୍ୱାରା ଗୋବିନ୍ଦ ବଡ଼ ବଡ଼ କାର୍ଯ୍ୟ ହାସଲ ସହ ପ୍ରଚୁର ଅର୍ଥ ମଧ୍ୟ କମାଉଥିଲେ। ଗୋବିନ୍ଦର ଏସବୁ କାରବାର ଜାଣିବା ପରେ ମମିତା ଏହାର ପ୍ରତିବାଦ କରି ଗୋବିନ୍ଦ କାରବାରର ପର୍ଦ୍ଦାଫାସ କରିବାକୁ ସୂଚନା ମଧ୍ୟ ଦେଇଥିଲେ।

ଗୋବିନ୍ଦ ଘଟଣାର ଗୁରୁତ୍ୱ ବୁଝି ମମିତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଡ଼ି ପୋତି ଦେଇଥିଲା। ଏହି ଘଟଣା ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଯେଉଁମାନଙ୍କ ସମ୍ପୃକ୍ତି ଅଛି, ତାଙ୍କୁ ଧରି କାରାଦଣ୍ଡ ଦେବାକୁ ନାଗରିକ ସମାଜ ଦାବି କରିଛି। ମମିତା ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ କରି ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାଦ୍ ଦେବା ପାଇଁ ମଧ୍ୟ ନାଗରିକ ସମାଜ ପ୍ରସ୍ତାବ ରଖିଛି। ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

ଓଡ଼ିଶା ନାଗରିକ ସମାଜ ନିରପେକ୍ଷ ତଦନ୍ତ ମମିତା ମେହେର ରାଜ୍ୟ ସରକାର ହତ୍ୟାକାଣ୍ଡ ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ରାକେଟ୍ ମାମଲା: ୫ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ

September 19, 2026

ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ

September 19, 2026

ମୁଖ୍ୟମନ୍ତ୍ରୀ ମାନଙ୍କ ଗାଡ଼ି ଉପରକୁ ମଦ ବୋତଲ ଫିଙ୍ଗିବ ମାମଲା: ରଭନୀତ ସିଂହ ବିଟ୍ଟୁ ଅଟକ

September 19, 2026

ରୋହିତ ଶର୍ମା କ’ଣ ଅଜିତ ଅଗରକରଙ୍କ ବିଦାୟର କାରଣ?: ବଡ଼ ନିଷ୍ପତ୍ତି ନେଲେ ମୁଖ୍ୟ ଚୟନକର୍ତ୍ତା

September 19, 2026
Latest News

ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ରାକେଟ୍ ମାମଲା: ୫ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ

September 19, 2026

ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ

September 19, 2026

ମୁଖ୍ୟମନ୍ତ୍ରୀ ମାନଙ୍କ ଗାଡ଼ି ଉପରକୁ ମଦ ବୋତଲ ଫିଙ୍ଗିବ ମାମଲା: ରଭନୀତ ସିଂହ ବିଟ୍ଟୁ ଅଟକ

September 19, 2026

ରୋହିତ ଶର୍ମା କ’ଣ ଅଜିତ ଅଗରକରଙ୍କ ବିଦାୟର କାରଣ?: ବଡ଼ ନିଷ୍ପତ୍ତି ନେଲେ ମୁଖ୍ୟ ଚୟନକର୍ତ୍ତା

September 19, 2026

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ଶିଶୁଙ୍କ ସହ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.