Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁରେ ନିଜ ନାମରେ ନାମିତ ମୋମୋ ଷ୍ଟଲ ପରିଦର୍ଶନ କଲେ ଯାତ୍ରାଜଗତ ଅଭିନେତ୍ରୀ ରାନୀ ପଣ୍ଡା
ଆଜିର ଖବର

ବାଲୁଗାଁରେ ନିଜ ନାମରେ ନାମିତ ମୋମୋ ଷ୍ଟଲ ପରିଦର୍ଶନ କଲେ ଯାତ୍ରାଜଗତ ଅଭିନେତ୍ରୀ ରାନୀ ପଣ୍ଡା

October 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଆଇବି ରୋଡ଼ ସ୍ଥିତ ‘ରାନୀ ପଣ୍ଡା ହଟ ମୋମୋ’ ଷ୍ଟଲରେ ସମାଜସେବୀ ତଥା ଯାତ୍ରା ଜଗତର ଅଭିନେତ୍ରୀ ରାନୀ ପଣ୍ଡା ନିଜ ନାମରେ ଥିବା ଷ୍ଟଲକୁ ଅଚାନକ ପରିଦର୍ଶନ କରିଛନ୍ତି।

ବାଲୁଗାଁ ଅଞ୍ଚଳରେ ନିଜକୁ ରାନୀଙ୍କ ଜଣେ ବଡ଼ ଫ୍ୟାନ ତଥା ବି.ଟେକ ପଢା ସାରି ଚାକିରି ନକରି ରାନୀ ପଣ୍ଡାଙ୍କ ନାମରେ ଏକ ମୋମୋ ଷ୍ଟଲ ଖୋଲି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି ବାଣପୁର ବ୍ଲକ ଅନ୍ତର୍ଗତ ହଜ ଗ୍ରାମର ଯୁବକ ବିକାଶ ଦାସ। ଦିନକୁ ଦିନ ବଜାରର ଚାହିଦାକୁ ନଜରରେ ରଖି ସନ୍ଧ୍ୟା ସମୟରେ ଜଳଖିଆ, ଗୁପଚୁପ, ଚାଟ ଏପରିକି ଚାଇନିଜ ଖାଇବାକୁ ଭୁଲି ମୋମୋ ଖାଇବା ପାଇଁ ଖାଦ୍ୟପ୍ରେମୀଙ୍କ ଲମ୍ବା ଧାଡି ରାଜଧାନୀ ଭୁବନେଶ୍ୱରରେ ଲାଗୁଛି। ଏହାକୁ ନଜରରେ ରଖି ବିଟେକ ସାରିଥିବା ବିକାଶ ବାଲୁଗାଁ ଗାନ୍ଧୀ ଛକ ନିକଟରେ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଦୁଇ ମାସ ତଳେ ରାନୀ ପଣ୍ଡାଙ୍କ ନାମରେ ଉକ୍ତ ମୋମୋ ଷ୍ଟଲ ଖୋଲିଥିଲେ।

କରୋନା କାଳରେ ରାନୀ ପଣ୍ଡା ବିଭିନ୍ନ ବ୍ୟକ୍ତିଙ୍କୁ କରିଥିବା ସାହାଯ୍ୟ ଓ ସହାନୁଭୂତିରେ ଅନୁପ୍ରାଣିତ ହୋଇ ରାନୀଙ୍କ ସୁପର ଫ୍ୟାନ ସାଜିଥିବା ବିକାଶ ବାଲୁଗାଁ ଓ ବାଣପୁରରେ ରାନୀଙ୍କ ନାମରେ ଦୁଇଟି ‘ରାନୀ ପଣ୍ଡା ହଟ ମୋମୋ ଷ୍ଟଲ’ ଖୋଲି ବେଶ୍ ଚର୍ଚ୍ଚାରେ ଅଛନ୍ତି।

ସୁଦୂର କାଠମାଣ୍ଡୁରୁ କାରିଗର ଆଣି ଭେଜ ଏବଂ ନନଭେଜ ମୋମୋ ପ୍ରସ୍ତୁତ କରି ଦି ପଇସା ରୋଜଗାର କରି ପରିବାର ଚଳାଉଛନ୍ତି ବିକାଶ। ପାଠପଢା ସାରି ଚାକିରୀ ପଛରେ ନଗୋଡ଼ାଇ ସ୍ୱାବଲମ୍ବୀ ପନ୍ଥା ଅବଲମ୍ବନ କରିଥିବା ବିକାଶଙ୍କୁ ନିଜ ବ୍ୟବସାୟରେ ଉନ୍ନତି ଆଣିବାପାଇଁ ରାନୀ ପଣ୍ଡା ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିବା ସହ ବିକାଶଙ୍କ ପ୍ରଶଂସାରେ ଶତମୁଖ ହୋଇଉଠିଛନ୍ତି।

ସେହିପରି ଭାବେ ବିକାଶଙ୍କ ଷ୍ଟଲରେ କାର୍ଯ୍ୟ କରୁଥିବା ଦୁଇ କର୍ମଚାରୀଙ୍କୁ ମଧ୍ୟ ରାନୀ ପଣ୍ଡା ପାଞ୍ଚ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଛନ୍ତି। ତେବେ କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରୁ ଉକ୍ତ ଖବର ଦେଖି ରାନୀ ବିକାଶଙ୍କୁ ଫୋନ କରଥିଲେ ଏବଂ ଖୁବଶୀଘ୍ର ତାଙ୍କ ମୋମୋ ଷ୍ଟଲ ପରିଦର୍ଶନକୁ ଆସିବେ ବୋଲି କହିଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ସଂନ୍ଧ୍ୟାରେ ରାନୀ ବାଲୁଗାଁ ଆସିଥିଲେ। ତେବେ ରାନୀଙ୍କୁ ଦେଖିବା ପାଇଁ ଜନସାଧାରଣଙ୍କ ପ୍ରବଳ ଭିଡ଼ହେବାରୁ ସ୍ୱଳ୍ପ ସମୟ ବାଲୁଗାଁରେ ରହି ପୁଣି ଭୁବନେଶ୍ୱର ଫେରିଯାଇଥିଲେ ରାନୀ।

ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ପେପର ଲିକ୍ ବିରୋଧରେ ଯୁବ କଂଗ୍ରେସର ମଶାଲ ରାଲି: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

June 28, 2026

କୋଟିଏରୁ ଅଧିକ ଟଙ୍କାର ବେଆଇନ ବାଲି ଜବତ

June 28, 2026

ଡେଡ୍‌ଲାଇନ୍‌ ପରେ ବି ଶେଷ ହୋଇନି ଏସ୍‌ସିବି ପ୍ରକଳ୍ପ, ସ୍ଥିତି ସ୍ପଷ୍ଟ କଲେ ମନ୍ତ୍ରୀ

June 28, 2026

ମଟନ ପାଇଁ କଟିଲା ବେକ

June 28, 2026
Latest News

ପେପର ଲିକ୍ ବିରୋଧରେ ଯୁବ କଂଗ୍ରେସର ମଶାଲ ରାଲି: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

June 28, 2026

Mann Ki Baat 135: ଏଥର ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 28, 2026

“ଇନ୍ଦିରା ଗାନ୍ଧୀଙ୍କ ପରେ, କେବଳ ମୋଦୀ…”: ପିତା ପ୍ରଣବ ମୁଖାର୍ଜୀଙ୍କ କଥା ମନେ ପକାଇଲେ ଝିଅ ଶର୍ମିଷ୍ଠା

June 28, 2026

କୋଟିଏରୁ ଅଧିକ ଟଙ୍କାର ବେଆଇନ ବାଲି ଜବତ

June 28, 2026

ଗତ ତିନି ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ପାର ହେଲା କେତେ ଭାରତୀୟ ଜାହାଜ?: ଜାଣନ୍ତୁ ସଂଖ୍ୟା

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.