Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟାକୁ ବିଶ୍ବାସ କରିପାରୁ ନାହାଁନ୍ତି ସାଥୀ କଳାକାର
ବିଶେଷ ଖବର

ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟାକୁ ବିଶ୍ବାସ କରିପାରୁ ନାହାଁନ୍ତି ସାଥୀ କଳାକାର

June 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟାକୁ ସାଥୀ କଳାକାରମାନେ କରିପାରୁ ନାହାଁନ୍ତି ବିଶ୍ବାସ

ଭୁବନେଶ୍ଵର: ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ପରଲୋକରେ ଓଡିଆ ସିନେମା ଜଗତ ଏବଂ ସିନେପ୍ରେମୀ ସ୍ତବ୍ଧ ହୋଇପଡିଛି। ସେ ଆଜି ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ତାଙ୍କ ପଳାଶୁଣି ପ୍ରାଚୀ ବିହାର ଘରେ ଆତ୍ମହତ୍ୟା କରିଛନ୍ତି। ହେଲେ ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

୯୦ ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ରାଇମୋହନ ପରିଡା ଅଭିନୟ କରିଥିବା ବେଳେ ଯାତ୍ରାରେ ମଧ୍ୟ ଅନେକ ନାଟକରେ ନିଜର କଳା ପ୍ରଦର୍ଶନ କରିଛନ୍ତି। ରାଇମୋହନ ୧୫ ରୁ ଅଧିକ ବଙ୍ଗାଳୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।

ସେ ୧୯୬୩ ମସିହା ଜୁଲାଇ ୧୦ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୫ ମସିହାରୁ ଅଭିନୟରେ ପାଦ ଥାପିଥିଲେ। ଓଡିଶା ଆଉ ପଶ୍ଚିମବଙ୍ଗରେ ରାଇମୋହନ ଘରେ ଘରେ ଲୋକପ୍ରିୟ ଥିବା ବେଳେ ଏଭଳି ଘଟଣା ଶୁଣି ସବୁଆଡେ ଶୋକର ଛାୟା ଖେଳିଯାଇଛି।

ସିଦ୍ଧାନ୍ତ ମହାପାତ୍ର- ତାଙ୍କର ବିୟୋଗରେ ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଶୋକ ପ୍ରକାଶ କରିଛନ୍ତି। ସେ ଏହି ଖବରକୁ କେବେ ବି ବିଶ୍ବାସ କରିପାରୁ ନାହାଁନ୍ତି। ସେ କହିଛନ୍ତି ଯେ. ତାଙ୍କ ସହିତ 10 ଦିନ ତଳେ ଦେଖା ହୋଇଥିଲା। ସେତେବେଳେ ସେ ମାନସିକ ସ୍ତରରେ ବେଶ୍ ଦୃଢ ଥିଲେ। ହେଲେ ସେ କାହିଁକି ଆତ୍ମହତ୍ୟା କଲେ ତାହାକୁ ସେ ବିଶ୍ବାସ କରିପାରୁ ନାହାଁନ୍ତି।

ଶ୍ରୀତମ ଦାସ- ଅନ୍ୟତମ ବରିଷ୍ଠ ଅଭିନେତା ଶ୍ରୀତମ ଦାସ ମଧ୍ୟ ଏହି ଖବରକୁ ବିଶ୍ବାସ କରିପାରୁ ନାହାଁନ୍ତି। ତାଙ୍କ ମତରେ ସେ କୌଣସି ଅସୁବିଧାରେ ନ ଥିଲେ। ଆର୍ଥିକ ଦୃଷ୍ଟିରୁ ହେଉ କିମ୍ବା ପାରିବାରିକ କଥା। ସେଥିରେ କୌଣସି ଅସୁବିଧା ନ ଥିଲେ। ହେଲେ ସେ ଆତ୍ମହତ୍ୟା କରିବେ ତାହା ଅବିଶ୍ବସନୀୟ। ଏହା ଉପରେ ତଦନ୍ତ ହେବା ଦରକାର।

ଉଷସୀ ମିଶ୍ର- ଅଭିନେତ୍ରୀ ଉଷସୀ ମିଶ୍ର ମଧ୍ୟ ବିଶ୍ବାସ କରିପାରୁ ନାହାଁନ୍ତି। ରାଇଭାଇ କାହିଁକି ଆତ୍ମହତ୍ୟା କରିବେ ଏହାକୁ ସେ ଜାଣିପାରୁ ନାହାଁନ୍ତି। ସେ କହିଛନ୍ତି ଯେ, ରାଇମୋହନ ଏପରି ଏକ କଳାକାର ଯେ କି ସିନେମା, ଯାତ୍ରା ଏବଂ ଟେଲିଭିଜନରେ ଅଭିନୟ କରିପାରିଛନ୍ତି।

ଆତ୍ମହତ୍ୟା ଓଡିଆ ସିନେମା କେନ୍ଦୁଝର ଜିଲ୍ଲା ରାଇମୋହନ ପରିଡା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026

ଓଡିଶାକୁ ଆସିଲା ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ,୧୪,୩୧୦ ନିଯୁକ୍ତି ସମ୍ଭାବନା

September 11, 2026

ବୋଲେରୋକୁ ପିଟିଲା ଆଇଚର: ୮ ମୃତ

September 11, 2026

ଫୁଲ ତୋଳୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

September 11, 2026
Latest News

ଘରକୁ ମହକାଉଛି, ହେଲେ ଶରୀର ପାଇଁ ବିପଦ ଡାକୁନି ତ ରୁମ୍ ଫ୍ରେଶନର?

September 11, 2026

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026

ଓଡିଶାକୁ ଆସିଲା ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ,୧୪,୩୧୦ ନିଯୁକ୍ତି ସମ୍ଭାବନା

September 11, 2026

ବୋଲେରୋକୁ ପିଟିଲା ଆଇଚର: ୮ ମୃତ

September 11, 2026

ଆଜିଠୁ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ!: ଜାଣନ୍ତୁ କେଉଁ ସେବା ଚାଲିବ, କିପରି କରିବେ ଟଙ୍କା କାରବାର?

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.