Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁଣି ରାଗିଲେ ସାଂସଦ ଅପରାଜିତା, ଏଥର ମଧ୍ୟ ରାଜ୍ୟ ସରକାରଙ୍କ ଉତ୍ସବକୁ ନିମନ୍ତ୍ରଣ ନାହିଁ
ଜାତୀୟ ଖବର

ପୁଣି ରାଗିଲେ ସାଂସଦ ଅପରାଜିତା, ଏଥର ମଧ୍ୟ ରାଜ୍ୟ ସରକାରଙ୍କ ଉତ୍ସବକୁ ନିମନ୍ତ୍ରଣ ନାହିଁ

July 6, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁଣି ରାଗିଲେ ସାଂସଦ ଅପରାଜିତା, ଏଥର ମଧ୍ୟ ରାଜ୍ୟ ସରକାରଙ୍କ ଉତ୍ସବକୁ ନିମନ୍ତ୍ରଣ ନାହିଁ

ଭୁବନେଶ୍ବର: ପୁଣି ଥରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କ୍ଷୁବ୍ଧ ହୋଇଛନ୍ତି। ପୂର୍ବରୁ ସେହିପରି ଉତ୍କଳ ଦିବସରେ ତାଙ୍କୁ ରାଜ୍ୟ ସରକାର ସ୍ଥାନୀୟ ସାଂସଦ ଭାବେ ନିମନ୍ତ୍ରଣ କରି ନ ଥିଲେ। ତାହାକୁ ନେଇ ସେ ତୁମ୍ବିତୋଫାନ କରିଥିଲେ। ଏଥର ମଧ୍ୟ ସେହିପରି ରାଜ୍ୟ ସରକାର ଗଣ୍ଡାଗଣ୍ଡା ମନ୍ତ୍ରୀ ବିଧାୟକଙ୍କୁ ଭୁବନେଶ୍ବର କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି। ହେଲେ ତାଙ୍କୁ ସ୍ଥାନୀୟ ସାଂସଦ ହିସାବରେ ଡକାଯାଇ ନାହିଁ।

ଘଟଣାଟି ହେଉଛି ଆସନ୍ତାକାଲି ଗୁରୁବାର ଦିନ ହେଉଛି ବନ୍ୟ ମହୋତ୍ସବ। ରାଜ୍ୟ ସ୍ତରୀୟ ଏହି ଉତ୍ସବ ଭୁବନେଶ୍ବରର ବରମୁଣ୍ଡା ବିଏମସ ସରକାରୀ ସ୍କୁଲରେ ପାଳନ ହେବ। ସେହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ନିମନ୍ତ୍ରଣ ପତ୍ରରେ ରହିଛି। ଏଥିସହିତ ଦୁଇଜଣ ମନ୍ତ୍ରୀ, ଦୁଇଜଣ ବିଧାୟକ ଏବଂ ଭୁବନେଶ୍ବର ମେୟର ଯୋଗଦେବେ। ହେଲେ ସେଥିରେ ସାଂସଦଙ୍କୁ ଡକାଯାଇ ନାହିଁ। ଏପରିକି ଯେଉଁ ୱାର୍ଡରେ ଏହି ଉତ୍ସବ ହେଉଛି ତାହାର ବିଜେରି କରର୍ପୋରେଟରଙ୍କୁ ମଧ୍ୟ ଡକାଯାଇ ନାହିଁ ବୋଲି ଅପରାଜିତା କ୍ଷୋଭ କରିଛନ୍ତି।

ଅପରାଜିତା ଷଡଙ୍ଗୀ ବନ ମହୋତ୍ସବ ସାଂସଦ ଅପରାଜିତା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର କାଫେରେ ଚାଞ୍ଚଲ୍ୟ: ଜଳିଗଲେ ଯୁବତୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

November 17, 2026

ସପ୍ତାହକୁ ୬ରୁ ୧୧% ରିଟର୍ଣ୍ଣର ଲୋଭ, ହଜାର ହଜାର ନିବେଶକଙ୍କୁ ଚୂନ: ରୋମାନିଆରୁ ଭାରତ ଫେରିଲା ଠକ!

November 17, 2026

କଳିଙ୍ଗ ଷ୍ଟାଡିଅମରେ ଯୁବ ମହୋତ୍ସବ- ଉମଙ୍ଗ

November 17, 2026

ମେକେଡାଟୁ ଡ୍ୟାମ୍‌କୁ ନେଇ ତାମିଲନାଡୁ ରାଜନୀତି ଉଷ୍ମ, ବିଜୟଙ୍କୁ ଘେରିଲା ଡିଏମକେ; କହିଲା- ‘ଏହା ଫିଲ୍ମି ମାମଲା ନୁହେଁ’

November 17, 2026
Latest News

ନଭେମ୍ବର ୧୮ ତାରିଖ ବୁଧବାର: ଆଜିର ରାଶିଫଳରେ ପଢନ୍ତୁ କେମିତି କଟିବ ଆପଣଙ୍କର ଦିନ

November 18, 2026

ଭୁବନେଶ୍ୱର କାଫେରେ ଚାଞ୍ଚଲ୍ୟ: ଜଳିଗଲେ ଯୁବତୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

November 17, 2026

ସୁବର୍ଣ୍ଣପୁରରେ ଗୁଳିକାଣ୍ଡ: ରାସ୍ତା ଉପରେ ଯୁବକଙ୍କୁ ୪ ରାଉଣ୍ଡ ଫାୟାରିଂ, ଘଟଣାସ୍ଥଳରେ ମୃତ୍ୟୁ

November 17, 2026

ସପ୍ତାହକୁ ୬ରୁ ୧୧% ରିଟର୍ଣ୍ଣର ଲୋଭ, ହଜାର ହଜାର ନିବେଶକଙ୍କୁ ଚୂନ: ରୋମାନିଆରୁ ଭାରତ ଫେରିଲା ଠକ!

November 17, 2026

ରୁଷିଆରେ ଭୟଙ୍କର ବିମାନ ଦୁର୍ଘଟଣା: ୧୭ ମୃତ

November 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.