Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁରୁ ଦିବସରେ ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା
ଆଜିର ଖବର

ଗୁରୁ ଦିବସରେ ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

September 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗୁରୁ ଦିବସ ଅବସରରେ ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ଆରମ୍ଭ କରାଯାଉଥିବା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ରାଜ୍ୟରେ ପଶୁ ଚିକିତ୍ସା ବିଜ୍ଞାନ ନେଇ ଗୋଟିଏ ସରକାରୀ ଅନୁଷ୍ଠାନ ରହିଥିବା ବେଳେ ସୋଆ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ ଭଳି ଅନୁଷ୍ଠାନ ଆରମ୍ଭ କରିବା ନେଇ ବିଶିଷ୍ଟ ପ୍ରଫେସରମାନେ ଆନନ୍ଦ ବ୍ୟକ୍ତ କରିଛନ୍ତି।

ଅନୁଷ୍ଠାନର ଭିତିଭୂମି ଉତମ ହୋଇଥିôବା କହି ସେମାନେ ଖୁସି ବ୍ୟକ୍ତ କରିଥିଲେ। ସେହିପରି ଅନୁଷ୍ଠାନର ଫ୍ୟାକଲ୍ଟିମାନେ ସେମାନଙ୍କର ୬ଟି ଗବେଷଣାରତ ଗ୍ରୁପ୍ ଯଥା ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ଲାଇଭ୍‌ଷ୍ଟକ ପ୍ରଡକ୍ସନ୍‌, ଆନିମଲ୍ ଫୋଟାଲ୍ ଷ୍ଟେମ୍ ସେଲ୍ ବାୟୋଲୋଜି, ଡିଜିଟାଲ୍ ଟେକ୍ନୋଲୋଜି ଇନ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ସର୍ଭିସ୍‌, ଇନ୍‌-ଭିଟ୍ରୋ ଫର୍ଟିଲାଇଜେସନ୍ ଆଣ୍ଡ ଜର୍ମପ୍ଲାଜମ୍ କନ୍‌ଜରଭେସନ୍‌, ଆଇଡିଏନ୍‌ଏ ଟେକ୍ନୋଲୋଜି ଓ ନ୍ୟୁ ଭ୍ୟାକ୍ସିନ୍ ଡିଜାଇନିଂ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ସୋଆ ପକ୍ଷରୁ ଏକ ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍ ଆରମ୍ଭ କରାଯାଇଥିବା ବେଳେ ମାତ୍ର କିଛି ସପ୍ତାହ ମଧ୍ୟରେ ପ୍ରାୟ ୧୫୦୦ ପଶୁ ଏବଂ ପକ୍ଷୀଙ୍କୁ ଚିକିତ୍ସା କରାଯାଇଥିବା ନେଇ ଅନୁଷ୍ଠାନର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନଙ୍କୁ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଯୋଗ ଦେଇ ଶିକ୍ଷାର ଗୁଣବତା, କାର୍ଯ୍ୟଶୈଳୀର ଉନ୍ନତି ଏବଂ ନୈତିକତା ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ରଖିଥିଲେ। ସୋଆର କୁଳାଧିପତି ପ୍ରଫେସର ଡି.ପି. ରାୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ଏହି ଅବସରରେ ଇଜ୍ଜତନଗର ସ୍ଥିତ ଆଇସିଏଆର୍‌-ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଜି.ସି. ମହାନ୍ତି, ଅଭିକାନଗର ସ୍ଥିତ ଆଇସିଏଆର୍‌-ସେଂଟ୍ରାଲ୍ ସିପ୍ ଆଣ୍ଡ ଉଲ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ବି.ସି. ପଟ୍ଟନାୟକ, ଓଡ଼ିଶା ଭେଟେରିନାରୀ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଡକ୍ଟର ଆର.ଏନ୍‌. ପଟ୍ଟନାୟକ, ଡକ୍ଟର ଜେ.ଏନ୍‌. ମହାନ୍ତି, ଡକ୍ଟର ଏ.ଟି. ରାଓ, ଡକ୍ଟର ଘନଶ୍ୟାମ ସାହୁ, ଡକ୍ଟର ବି.ସି. କର, ଡକ୍ଟର ପି.କେ. ଦେହୁରୀ, ଡକ୍ଟର ପି.ସି. ସାମଲ୍‌, ଡକ୍ଟର ଡି.ଏନ୍‌. ମହାନ୍ତି, ଡକ୍ଟର ପି,ଏନ୍‌. ମିଶ୍ର ଏବଂ ଡକ୍ଟର ସୁଶେନ୍ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଗୁରୁ ଦିବସ ସୋଆ ପକ୍ଷରୁ ସମ୍ବର୍ଦ୍ଧନା
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିରର ଚୋରୀ ମାମଲା: କାହାକୁ ରାବଣ ବୋଲି କହିଲେ ଧୀରେନ୍ଦ୍ର ଶାସ୍ତ୍ରୀ?

June 27, 2026

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026
Latest News

ରାମ ମନ୍ଦିରର ଚୋରୀ ମାମଲା: କାହାକୁ ରାବଣ ବୋଲି କହିଲେ ଧୀରେନ୍ଦ୍ର ଶାସ୍ତ୍ରୀ?

June 27, 2026

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.