Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘‘ଭଗବାନ ବିର୍ସା ମୁଣ୍ଡା ଆମ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତିର ବାହକ ଥିଲେ’’: ପ୍ରଧାନମନ୍ତ୍ରୀ ମୋଦୀ
ବିଶେଷ ଖବର

‘‘ଭଗବାନ ବିର୍ସା ମୁଣ୍ଡା ଆମ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତିର ବାହକ ଥିଲେ’’: ପ୍ରଧାନମନ୍ତ୍ରୀ ମୋଦୀ

November 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଭିଡିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ ଜନଜାତୀୟ ଗୌରବ ଦିବସର ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ, ଭଗବାନ ବିର୍ସା ମୁଣ୍ଡା ଏବଂ କୋଟି କୋଟି ଜନଜାତୀୟ ମହାନାୟକଙ୍କ ସ୍ବପ୍ନକୁ ସାକାର କରିବା ଲାଗି ଦେଶ ‘‘ପଞ୍ଚ ପ୍ରାଣ’’ର ଶକ୍ତିକୁ ନେଇ ଆଗକୁ ବଢ଼ୁଅଛି। ଜନଜାତୀୟ ଗୌରବ ଦିବସ ଜରିଆରେ ଦେଶ ନିଜ ଆଦିବାସୀ ପରମ୍ପରାକୁ ନେଇ ଗର୍ବ କରୁଛି ଏବଂ ଏହି ପଞ୍ଚ ପ୍ରାଣର ଊର୍ଜା ବଳରେ ଆଦିବାସୀ ସମୁଦାୟର ବିକାଶ ପାଇଁ ସଂକଳ୍ପ ନେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ୧୫ ନଭେମ୍ବର ହେଉଛି ଆଦିବାସୀ ପରମ୍ପରାର ଉତ୍ସବକୁ ପାଳନ କରିବାର ଏକ ଦିନ କାରଣ ଭଗବାନ ବିର୍ସା ମୁଣ୍ଡା କେବଳ ଆମ ସ୍ବାଧୀନତା ସଂଗ୍ରାମର ମହାନାୟକ ନଥିଲେ ବରଂ ଆମ ଆଧ୍ୟାତ୍ମିକତା ଏବଂ ସାଂସ୍କୃତିକ ଊର୍ଜାର ବାହକ ଥିଲେ।

ପ୍ରଧାନମନ୍ତ୍ରୀ ଆମ ସ୍ବାଧୀନତା ସଂଗ୍ରାମରେ ଜନଜାତି ସମୁଦାୟର ଯୋଗଦାନକୁ ମନେ ପକାଇ ଥିଲେ ଏବଂ ପ୍ରମୁଖ ଆଦିବାସୀ ଆନ୍ଦୋଳନ ଓ ସ୍ବାଧୀନତା ସଂଗ୍ରାମର ସ୍ମୃତିଚାରଣ କରିଥିଲେ। ସେ ତିଳକ ମାଞ୍ଝୀଙ୍କ ନେତୃତ୍ବରେ ଲଢ଼ା ଯାଇଥିବା ଦାମିନ ସଂଗ୍ରାମ, ବୁଦ୍ଧୁ ଭଗତଙ୍କ ଲାର୍କା ଆନ୍ଦୋଳନ, ସିଦ୍ଧୁ-କାହ୍ନୁ କ୍ରାନ୍ତି, ତାନା ଭଗତ ଆନ୍ଦୋଳନ, ଭେଗଦା ଭିଲ ଆନ୍ଦୋଳନ, ନାଏକଦା ଆନ୍ଦୋଳନ, ସନ୍ତ ଜୋରିୟା ପରମେଶ୍ବର ଏବଂ ରୁପ ସିଂ ନାୟକ, ଲିମଦି ଦାହୁଦ ଯୁଦ୍ଧ, ମାନଗଡ଼ର ଗୋବିନ୍ଦ ଗୁରୁଜୀ ଏବଂ ଆଲୁରି ସିତାରାମ ରାଜୁଙ୍କ ଅଧୀନରେ ରାମ୍ପା ଆନ୍ଦୋଳନର ସ୍ମୃତିଚାରଣ କରିଥିଲେ।

ଦେଶ ପାଇଁ ଜନଜାତି ସମୁଦାୟର ଯୋଗଦାନକୁ ଉପଲବ୍ଧି କରିବା ଏବଂ ପାଳନ କରିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ ଦେଶର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଇଥିବା ଜନଜାତି ସଂଗ୍ରହାଳୟ ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନ ଧନ, ଗୋବର ଧନ, ବନ ଧନ, ସ୍ବୟଂ ସହାୟକ ଗୋଷ୍ଠୀ, ସ୍ବଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମାତୃତ୍ବ ବନ୍ଦନା ଯୋଜନା, ଗ୍ରାମୀଣ ସଡ଼କ ଯୋଜନା, ମୋବାଇଲ ସଂଯୋଗ, ଏକଲବ୍ୟ ବିଦ୍ୟାଳୟ, ୯୦ ପ୍ରତିଶତ ଜଙ୍ଗଲଜାତ ଉତ୍ପାଦ ପାଇଁ ଏମଏସପି, ସିକଲ ସେଲ୍‌ ଆନିମିଆ ଦୂରୀକରଣ, ଜନଜାତି ଗବେଷଣା ପ୍ରତିଷ୍ଠାନ, ମାଗଣା କରୋନା ଟିକା ଏବଂ ମିଶନ ଇନ୍ଦ୍ରଧନୁଷ ଭଳି ଯୋଜନା ଆଦିବାସୀ ସମୁଦାୟକୁ ବିଶେଷ ଭାବେ ଲାଭାନ୍ବିତ କରିଛି।

ଆଦିବାସୀ ସମାଜର ସାହସ, ସାମୁଦାୟିକ ଜୀବନ ଏବଂ ସମାବେଶିତା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ‘‘ଏହି ମହାନ ପରମ୍ପରାରୁ ଶିକ୍ଷା ଲାଭ କରିବା ସହିତ ଭାରତ ନିଜ ଭବିଷ୍ୟତର ନିର୍ମାଣ କରିବା ଉଚିତ୍‌। ଜନଜାତୀୟ ଗୌରବ ଦିବସ ଏଥିପାଇଁ ଏକ ସୁଯୋଗ ଏବଂ ମାଧ୍ୟମ ସାଜିବ ବୋଲି ମୋର ବିଶ୍ବାସ ରହିଛି’’, ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ।

ଜନଜାତୀୟ ଗୌରବ ଦିବସ ନରେନ୍ଦ୍ର ମୋଦୀ ଭଗବାନ ବିର୍ସା ମୁଣ୍ଡା ଭିଡିଓ ବାର୍ତ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026
Latest News

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026

ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣ: ୪୦୦ ମୃତ

March 17, 2026

ଜାତୀୟ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର

March 17, 2026

ଇଗ୍ନୋର ନାମଲେଖା ଅବଧି ଚଳିତ ମାର୍ଚ୍ଚ ୩୦ କୁ ବୃଦ୍ଧି

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.