Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଦୀପ ପୁରୋହିତଙ୍କ ମୁହଁରୁ ବାରି ହେଉଛି ହାରିବାର ଭୟ: ବିଜେଡ଼ି
ବିଶେଷ ଖବର

ପ୍ରଦୀପ ପୁରୋହିତଙ୍କ ମୁହଁରୁ ବାରି ହେଉଛି ହାରିବାର ଭୟ: ବିଜେଡ଼ି

November 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜାମିନରେ ଆସିଥିବା ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପନିର୍ବାଚନରେ ଷ୍ଟାର ପ୍ରଚାରକ। ବିଜେପୁର ଉପନିର୍ବାଚନ ସମୟରେ ଏମାନେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ।

ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେପୁର ଉପ-ନିର୍ବାଚନ ସମୟରେ ଦୁଇ ବିଜେପି ନେତା ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ କିଭଳି ମରଣାନ୍ତକ ଆକ୍ରମଣ କରିଥିଲେ ତାହା ସମସ୍ତଙ୍କୁ ଜଣା। ଏଭଳି ଜଘନ୍ୟ ଅପରାଧ ପାଇଁ ସେମାନେ ଜେଲ୍‍ ଯାଇଥିଲେ । ଜାମିନରେ ଆସି ଏହି ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପ-ନିର୍ବାଚନରେ ବିଜେପିର ଷ୍ଟାର ପ୍ରଚାରକ ସାଜିଛନ୍ତି।

ଶୁଣିବାକୁ ମିଳୁଛି ଯେ ସେମାନେ ଏବେ ପଦ୍ମପୁର ଉପନିର୍ବାଚନ ସମୟରେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ଏବଂ ଏଥିପାଇଁ ସେମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଶ୍ରୀ ପୁରୋହିତଙ୍କ ବିବୃତ୍ତିରୁ ତାଙ୍କର ହାରିଯିବାର ଭୟ ତାଙ୍କ ମୁହଁରୁ ବାରିହୋଇ ପଡୁଛି। ତେଣୁ ନିରାଶାରେ ସେ ନିଜ ପ୍ରତି ସହାନୁଭୂତି ହାସଲ କରିବା ସହିତ ବିଜେଡିକୁ ବଦନାମ ପାଇଁ କିଛି ଲୋକଙ୍କ ହାତରେ ବିଜେଡି ପତାକା ଧରାଇ ନିଜ ଉପରେ ଆକ୍ରମଣର ନାଟକ କରିପାରନ୍ତି।
ପଦ୍ମପୁରର ଲୋକମାନେ ପ୍ରଦୀପ ପୁରୋହିତଙ୍କର ଅସଲ ଚେହେରାକୁ ଜାଣିଛନ୍ତି ଏବଂ ତାଙ୍କୁ ଓ ବିଜେପିକୁ ଉପଯୁକ୍ତ ଜବାବ ଦେବେ ବୋଲି ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଉପ-ନିର୍ବାଚନ ପଦ୍ମପୁର ବିଜେଡି ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ଏଲ୍‍ନିନୋ ଚିନ୍ତା: ରାଜ୍ୟଗୁଡ଼ିକରେ ପର୍ଯ୍ୟାପ୍ତ କୃଷି ଓ ଖାଦ୍ୟ ସାମଗ୍ରୀ ମହଜୁଦ ପାଇଁ ପରାମର୍ଶ

July 8, 2026

ମେସିଙ୍କ ଚମତ୍କାର: ଶେଷ ମିନିଟ୍‌ରେ ଓଲଟିଲା ମ୍ୟାଚ୍‌, କ୍ୱାର୍ଟରଫାଇନାଲ ପହଞ୍ଚିଲା ଆର୍ଜେଣ୍ଟିନା

July 7, 2026

ପରିସୀମନ ବିଲ୍ ଉପରେ ନିଜର ମତ ବଦଳାଇଲେ ଅଖିଳେଶ ଯାଦବ?: ରଖିଲେ ଏହି ତିନୋଟି ସର୍ତ୍ତ

July 7, 2026

ଭାରତୀୟ ରେଳପଥର ବଡ଼ ନିଷ୍ପତ୍ତି: ଏବେ ନିୟମିତ ଚଳାଚଳ କରିବ ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସ

July 7, 2026
Latest News

ଏଲ୍‍ନିନୋ ଚିନ୍ତା: ରାଜ୍ୟଗୁଡ଼ିକରେ ପର୍ଯ୍ୟାପ୍ତ କୃଷି ଓ ଖାଦ୍ୟ ସାମଗ୍ରୀ ମହଜୁଦ ପାଇଁ ପରାମର୍ଶ

July 8, 2026

ରକ୍ତ ପରୀକ୍ଷା ମାଧ୍ୟମରେ ଚିହ୍ନଟ ହେବ କର୍କଟ ରୋଗ: ଷ୍ଟ୍ରାଣ୍ଡ ଲାଇଫ୍ ସାଇନ୍େସସକୁ ମିଳିଲା ପେଟେଣ୍ଟ

July 8, 2026

ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ

July 8, 2026

ବନ ମହୋତ୍ସବ ଅବସରରେ ଶ୍ୟାମାନନ୍ଦ ପାର୍କରେ ବୃକ୍ଷରୋପଣ କଲେ ରାଜ୍ୟପାଳ

July 8, 2026

ଶ୍ରୀଜିଉମାନଙ୍କ ଅଣସର ଅବସରରେ ଅଲାରନାଥଙ୍କ ଦର୍ଶନ କଳେ  ରାଜ୍ୟପାଳ

July 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.