Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟ ପୁସ୍ତକ ମହୋତ୍ସବରେ “ଓଡିଆ ଲୋକ ସାହିତ୍ୟର ସ୍ଵରୂପ” ସମ୍ପର୍କରେ ଆଲୋଚନା
ବିଶେଷ ଖବର

ରାଜ୍ୟ ପୁସ୍ତକ ମହୋତ୍ସବରେ “ଓଡିଆ ଲୋକ ସାହିତ୍ୟର ସ୍ଵରୂପ” ସମ୍ପର୍କରେ ଆଲୋଚନା

December 13, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
Book Exhibition
ରାଜ୍ୟ ପୁସ୍ତକ ମହୋତ୍ସବରେ "ଓଡିଆ ଲୋକ ସାହିତ୍ୟର ସ୍ଵରୂପ” ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର: ଯେଉଁଠି ସଭ୍ୟତା ଥାଏ, ସେଠାରେ ଲୋକ ସାହିତ୍ୟ ରହିଥାଏ। ଆମ ଦେଶର ସଭ୍ୟତା ବହୁ ପ୍ରାଚୀନ। ବିଭିନ୍ନ ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକ ସାହିତ୍ୟ ତାର ଅସ୍ତିତ୍ୱ ହରାଉଥିବା ବେଳେ ଆମ ଭାରତୀୟ ଲୋକ ସାହିତ୍ୟ ବଞ୍ଚି ରହିଛି। ଏହି ସାହିତ୍ୟକୁ ଆଦର କରିବାରେ ସମସ୍ତଙ୍କର ପ୍ରସାସ ରହିବା ଆବଶ୍ୟକ ବୋଲି ଆଜି ବକ୍ତାମାନେ ୪ର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର” ର ୫ ମ ଦିନ ସଂଧ୍ୟାରେ ” ଓଡିଆ ଲୋକ ସାହିତ୍ୟର ସ୍ଵରୂପ” ବିଷୟରେ ଆଲୋଚନା ସଭାରେ ଯୋଗଦେଇ ପ୍ରକାଶ କରିଛନ୍ତି।

ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ପ୍ରସିଦ୍ଧ କାଶ୍ମୀର ସାହିତ୍ୟିକ ସୌଫି ସୌକ୍ ଯୋଗଦେଇ କହିଲେ ଯେ, ଲୋକ ସାହିତ୍ୟ ୭୦୦ ବର୍ଷରୁ ଊର୍ଦ୍ଧ୍ୱ ପୂରୁଣା , ଯାହା ପିଢି ପରେ ପିଢି କଥିତ ଓ ଲିଖିତ ଭାବରେ ବିଭିନ୍ନ ଭାଷାରେ ଉପଲବ୍ଧ ହୋଇ ଆସିଛି। ପୂର୍ବରୁ ଇତିହାସ ଓ ଲୋକକଥା ଏକାଠି ବର୍ଣ୍ଣିତ ହେଉଥିଲା। କେନ୍ଦ୍ର ଏସିଆରୁ ବହୁ ଲୋକକଥା ଆସିଛି।

କାଶ୍ମିରୀବାସୀଙ୍କୁ ପରିଚୟ ଲୋକ କଥା ହିଁ ଦେଇଛି। ବିଭିନ୍ନ ସମୟରେ କାଶ୍ମୀର ଆକ୍ରମଣ ପରବର୍ତ୍ତୀ ଶାସକମାନଙ୍କର ରାଜ୍ୟ ଜୟ ଆଦି କଥା ବିଭିନ୍ନ ଲୋକ ସାହିତ୍ୟ ଭାବରେ ପରିଚିତି ଲାଭ କରିଥିଲା । ଗାନ୍ଧାର ସଂସ୍କୃତି, ରାଜା ମହାରାଜା ଓ ପରୀ ରାଇଜର କାହାଣୀ, ଏସୀୟ ଦେଶର ଲୋକ କଥା ତାମିଲନାଡୁ, କେରଳର ଓ ବିଭିନ୍ନ ପ୍ରଦେଶର ଲୋକେ କାଶ୍ମିର ଯିବା ଫଳରେ ଏବଂ ଅନ୍ୟ ଭାଷାକୁ ରୂପାନ୍ତରିତ ହେବା ଫଳରେ ଲୋକ ସାହିତ୍ୟର ପ୍ରଚାର ପ୍ରସାର ଘଟିଥିଲା ।

ଏହି ଲୋକ ସାହିତ୍ୟକୁ ଚିହ୍ନିବା, ଜାଣିବା ଓ ପୁନରୁଦ୍ଧାର ପାଇଁ ସମସ୍ତେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ପ୍ରସିଦ୍ଧ ସାହିତ୍ୟିକ ସୌଫି ସୌକ୍ ପ୍ରକାଶ କରିଥିଲେ।
ଆଲୋଚନା ଚକ୍ରରେ ବିଶିଷ୍ଟ ଅତିଥି ଭାବେ ଓଡିଆ ସାହିତ୍ୟିକ ଶ୍ରୀ ହରପ୍ରସାଦ ଦାସ ଯୋଗଦେଇ କହିଲେ ଯେ,ସଂସ୍କୃତ କାବ୍ୟ ସାହିତ୍ୟର ମହାକବି କାଳିଦାସ, ଶାରଳା ଦାସଙ୍କ ଆଦିରେ କେତେକ ଚରିତ୍ରରେ ଲୋକ ସାହିତ୍ୟର ବ୍ୟବହାର ରହିଥିଲା ।ସ୍ମରଣୀୟତା, ତତ୍କାଳୀକତା, ଅନ୍ତର୍ପାଠ, ମୌଳିକତା ଆଦି ଲୋକ ସାହିତ୍ୟର ଭାଷା ,ଯେଉଁଥିରେ ଆବେଦନ ଓ ସମ୍ବେଦନଶୀଳତା ରହିଛି।

ଆମ୍ଭେମାନେ ଧିରେ ଧିରେ ଲୋକ ସାହିତ୍ୟକୁ ହରାଇ ବସୁଛେ। ପୂର୍ବେ ଗ୍ରାମ୍ୟ ସଂସ୍କୃତିରେ ଜେଜେ ବାପା, ଜେଜେ ମା’ ମାନେ ଶିଶୁମାନଙ୍କୁ ଲୋକ କଥା କହୁଥିଲେ, ଯାହା ଆଜି ଆଉ ନାହିଁ। ଗାଁର ସ୍ୱପ୍ନ ସହର ହେବା ଯୋଗୁଁ ଲୋକ କଥା ଲୋପ ପାଇବାକୁ ବସିଛି । ଲୋକ ସାହିତ୍ୟକୁ ବଂଚାଇ ରଖିବାରେ ଆମର ପିଲା, ଯୁବପିଢି ଓ ବୟସ୍କ, ସମସ୍ତଙ୍କର ଆଦର ରହିବା ଉଚିତ। ଅନେକ ଲୋକ କଥା ଆମ ଓଡିଆ ଲୋକ ସାହିତ୍ୟରେ ଭରି ରହିଛି ବୋଲି ଶ୍ରୀ ଦାସ ପ୍ରକାଶ କରିବା ସହିତ ଓଡିଆ ଲୋକ ସାହିତ୍ୟର ସଂକଳନ ଓ ପ୍ରୟୋଗାତ୍ମକ ଆଲୋଚନା ଏବଂ ଲୋକ ଶ୍ରୁତିରୁ ଲୋକ ସାହିତ୍ୟକୁ ଲୋକଲୋଚନକୁ ଆଣିବାକୁ ପଡିବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

କାର‌୍ୟ୍ୟକ୍ରମରେ ସଭାପତିତ୍ୱ କରି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ ଯୋଗଦେଇ କହିଲେ ଯେ, ଲୋକ କଥା ଲୋକ ଗୀତର ସର୍ବଦା ଆଦର ରହିଛି। ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ଲୋକ ସାହିତ୍ୟ ଓଡିଆ ସାହିତ୍ୟର ଅମୂଲ୍ୟ ଧନ। ଲୋକଙ୍କ ମନକୁ ଛୁଇଁବା ଭଳି ଏହି ସାହିତ୍ୟକୁ ଆଦର କରିବା ପାଇଁ ଲୋକ ସାହିତ୍ୟ ପୁସ୍ତକ ଅଧ୍ୟୟନ ସହିତ ପିଢି ପରେ ପିଢି ଏହି ଧାରାକୁ ଆଗକୁ ନେବାରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ପୁସ୍ତକ ସମସ୍ତଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହେବା ଉଚିତ୍ ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ। ମଂଚାସୀନ ବରେଣ୍ୟ ଅତିଥିମାନଙ୍କୁ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକ ଏବଂ ଉତ୍ତରୀୟ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡିଆ ଭାଷା ପ୍ରତିଷ୍ଠାନର ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଚାଟ୍ଟାର୍ଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଅଭିନେତ୍ରୀ ତଥା ଉପସ୍ଥାପିକା ଶ୍ରୀମତୀ ମଧୁମିତା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଓଡିଆ ଭାଷା ପ୍ରତିଷ୍ଠାନର ସଂପାଦକ ଶ୍ରୀ ପ୍ରବୋଧ ରାଉତ ପ୍ରମୁଖ ଉପସ୍ଥିତଥିଲେ।

ଅକ୍ଷର ରାଜ୍ୟ ପୁସ୍ତକ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ରେଢ଼ାଖୋଲ ଢୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର: ୩ ସହଯୋଗୀ ଗିରଫ

March 18, 2026

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026

ସ୍କୁଟିକୁ ଧକ୍କା ଦେଲା ଯୁବକଙ୍କୁ ଆକ୍ରମଣ ପାଇଁ ପିଛା କରୁଥିବା କାର: ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

March 18, 2026
Latest News

ନୋରା ଫତେହିଙ୍କ ବିବାଦୀୟ ଗୀତ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

March 18, 2026

ବିଜେପିରେ ଯୋଗଦେଲେ ସାଂସଦ ପ୍ରଦ୍ୟୁତ ବୋରଦୋଲୋଇ: ଗତକାଲି କଂଗ୍ରେସରୁ ଦେଇଥିଲେ ଇସ୍ତଫା

March 18, 2026

ରେଢ଼ାଖୋଲ ଢୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର: ୩ ସହଯୋଗୀ ଗିରଫ

March 18, 2026

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

“ଏହା ଲଜ୍ଜାଜନକ”: ଆସାମରେ କଂଗ୍ରେସ ସାଂସଦ ଦଳ ଛାଡିବା ପରେ କହିଲା ଶିବସେନା

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.