Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମେଘ ବରଷିଲା ଟୁପୁରୁ ଟୁପୁରୁର କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ
ଜାତୀୟ ଖବର

ମେଘ ବରଷିଲା ଟୁପୁରୁ ଟୁପୁରୁର କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ

February 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମେଘ ବରଷିଲା ଟୁପୁରୁ ଟୁପୁରର କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ

ଭୁବନେଶ୍ବର: ଭାରତର ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ତାଙ୍କର ବାସ ଭବନ ଚେନ୍ନାଇସ୍ଥିତ ନୁନଗାମବାକମ ରେ ପରଲୋକ ଘଟିଛି। ସେ ବୟସାଧିକ ରୋଗରେ ପିଡିତ ହୋଇ ମରିଥିବାର ଜଣାପଡିଛି।

ନିକଟରେ ତାଙ୍କୁ ଭାରତର ତୃତୀୟ ବେସାମରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଥିଲା। ହେଲେ ତାହାକୁ ଗ୍ରହଣ କରିବା ପାଇଁ ସେ ଜୀବିତ ରହିପାରିଲେ ନାହିଁ। ସେ ଭାରତୀୟ ସଂଗୀତ ଜଗତରେ ୫୦ ବର୍ଷ ପୁରଣ ଉତ୍ସବ ମଧ୍ୟ ନିକଟରେ ପାଳନ କରିଥିଲେ।

ସେ ପ୍ରାୟ ୧୦୦୦୦ରୁ ଉର୍ଦ୍ଧ ଗୀତରେ କଣ୍ଠଦାନ କରିଛନ୍ତି। ସେ ତାମିଲ, କନ୍ନଡ, ମାଲାଲାୟମ, ହିନ୍ଦି, ଉର୍ଦ୍ଦ୍ବ, ମରାଠି, ବେଙ୍ଗଲୀ, ଭୋଜପୁରୀ, ଟୁଲୁ ଏବଂ ଓଡିଆ ଭାଷାରେ କଣ୍ଠଦାନ କରି ରେକର୍ଡ ସୃଷ୍ଟି କରିଛନ୍ତି।

ସେ ଶେଷ ଶ୍ରାବଣର ମେଘ ବରଷିଲା ଟୁପୁରୁ ଗୀତ ପାଇଁ ଓଡିଆ ସଂଗୀତ ଜଗତରେ ଖ୍ୟାତ ହୋଇପାରିଥିଲେ। ସେହିପରି ରାମରହିମ, ପୁନଃମିଳନ, ସିନ୍ଦୁର ବିନ୍ଦୁ ଚଳଚିତ୍ରର କଣ୍ଠଦାନ କରିଛନ୍ତି। ଓଡିଆ ଚଳଚିତ୍ର ଦେବଯାନୀରେ କଣ୍ଠଦାନ ପାଇଁ ସେ ଓଡିଶା ରାଜ୍ୟ ଚଳଚିତ୍ର ପୁରସ୍କାର ହାସଲ କରିଥିଲେ।

ସେ ଅନ୍ୟ ଯେଉଁ ଓଡିଆ ଗୀତ ଗାଇ ପ୍ରଖ୍ୟାତ ହୋଇଛନ୍ତି ସେଗୁଡିକ ହେଲା ସେହି ଶେଷ ଶ୍ରାବଣ ସିନେମାର ଟିକ୍ ଟିକ୍ ଟିକ୍ ହୁଏ ମୋ ଛାତି…, ହାଏରେ ହାଏ ଗରଜେ ମେଘ…, ଗୌରୀ ଫିଲ୍ମର ‘ଆମ ଗାଁର ମଉଡ଼ମଣି…., ପାଇଛି ଏ ଜୀବନେ…, ରଜନୀ ଗୋ…, କି ସୁନ୍ଦର ଆହା କି ଆନନ୍ଦମୟ…, ସତୀ ଅନୁସୂୟା ଚଳଚିତ୍ରର କୁହୁକୁହୁ ବନେ କୁହୁକୁହୁ…, ତପସ୍ୟା ଚଳଚିତ୍ରର ଢାଳି ଦିଅ ସାରା ଧରଣୀରେ ଆଜି…, ଝୁଲିଝୁଲି ଖେଳେ ଦୋଳି ଟିକି ନାଆ…. ଓ ‘ପୂଜା’ ସିନେମାର ହିପ୍ ହିପ୍ ହୁରେ ଗାଡ଼ିଯାଏ ଗଡ଼ିରେ… ପ୍ରଭୃତି ରହିଛି।

ବାଣୀ ଜୟରାମ, ୧୯୪୫ ମସିହା ନଭେମ୍ବର ୩୦ତାରିଖରେ ତାମିଲନାଡୁର ଭେଲୋରଠାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପରିବାରରେ ସଙ୍ଗୀତର ପରିବେଶ ରହିଥିଲା। ବାଣୀ ଜୟରାମଙ୍କୁ ମାତ୍ର ୫ ବର୍ଷ ହୋଇଥିବା ସମୟରେ ତାଙ୍କ ଭଉଣୀଙ୍କ ଗୁରୁ ରଙ୍ଗା ରାମାନୁଜ ଆୟଙ୍ଗର, ବାଣୀଙ୍କ ସଙ୍ଗୀତ ପ୍ରତିଭାକୁ ଆବିଷ୍କାର କରିଥିଲେ ଓ ତାପରେ ତାଙ୍କର ବିଧିବଦ୍ଧ ସଙ୍ଗୀତ ଶିକ୍ଷା ଆରମ୍ଭ ହୋଇଥିଲା। ୮ ବର୍ଷ ବୟସରେ ସେ ଆକାଶବାଣୀ, ମାଡ୍ରାସ କେନ୍ଦ୍ରରେ ସଙ୍ଗୀତ ପରିବେଷଣ କରିଥିଲେ।

ତାଙ୍କ ବିୟୋଗରେ ଓଡିଶା ତଥା ଭାରତୀୟ ସଂଗୀତ ଏବଂ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

ବାଣି ଜୟରାମ ବାଣୀ ଜୟରାମ ମେଘ ବରଷିଲା ଟୁପୁରୁ ଶେଷ ଶ୍ରାବଣ
Share. Facebook Twitter LinkedIn Email WhatsApp Copy Link

Related Posts

‘ସି ଲିଡ୍ସ-୨: ନେତୃତ୍ବ ନେଉଥିବା ମହିଳାଙ୍କ କର୍ମଶାଳା’କୁ ଉଦଘାଟନ କଲେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଲକ୍ଷ ଲକ୍ଷ ଏସଏସଜି ମହିଳା ସଦସ୍ୟଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ

August 7, 2025

ଏମ୍.ଏସ୍. ସ୍ୱାମୀନାଥନ୍‌ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

August 7, 2025
Latest News

‘ସି ଲିଡ୍ସ-୨: ନେତୃତ୍ବ ନେଉଥିବା ମହିଳାଙ୍କ କର୍ମଶାଳା’କୁ ଉଦଘାଟନ କଲେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଲକ୍ଷ ଲକ୍ଷ ଏସଏସଜି ମହିଳା ସଦସ୍ୟଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ

August 7, 2025

ଏମ୍.ଏସ୍. ସ୍ୱାମୀନାଥନ୍‌ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

August 7, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ରେଡ୍ ରନ୍ (୩.୦) ମାରାଥନ

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.