Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମେଘ ବରଷିଲା ଟୁପୁରୁ ଟୁପୁରୁର କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ
ଜାତୀୟ ଖବର

ମେଘ ବରଷିଲା ଟୁପୁରୁ ଟୁପୁରୁର କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ

February 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମେଘ ବରଷିଲା ଟୁପୁରୁ ଟୁପୁରର କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ

ଭୁବନେଶ୍ବର: ଭାରତର ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ତାଙ୍କର ବାସ ଭବନ ଚେନ୍ନାଇସ୍ଥିତ ନୁନଗାମବାକମ ରେ ପରଲୋକ ଘଟିଛି। ସେ ବୟସାଧିକ ରୋଗରେ ପିଡିତ ହୋଇ ମରିଥିବାର ଜଣାପଡିଛି।

ନିକଟରେ ତାଙ୍କୁ ଭାରତର ତୃତୀୟ ବେସାମରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଥିଲା। ହେଲେ ତାହାକୁ ଗ୍ରହଣ କରିବା ପାଇଁ ସେ ଜୀବିତ ରହିପାରିଲେ ନାହିଁ। ସେ ଭାରତୀୟ ସଂଗୀତ ଜଗତରେ ୫୦ ବର୍ଷ ପୁରଣ ଉତ୍ସବ ମଧ୍ୟ ନିକଟରେ ପାଳନ କରିଥିଲେ।

ସେ ପ୍ରାୟ ୧୦୦୦୦ରୁ ଉର୍ଦ୍ଧ ଗୀତରେ କଣ୍ଠଦାନ କରିଛନ୍ତି। ସେ ତାମିଲ, କନ୍ନଡ, ମାଲାଲାୟମ, ହିନ୍ଦି, ଉର୍ଦ୍ଦ୍ବ, ମରାଠି, ବେଙ୍ଗଲୀ, ଭୋଜପୁରୀ, ଟୁଲୁ ଏବଂ ଓଡିଆ ଭାଷାରେ କଣ୍ଠଦାନ କରି ରେକର୍ଡ ସୃଷ୍ଟି କରିଛନ୍ତି।

ସେ ଶେଷ ଶ୍ରାବଣର ମେଘ ବରଷିଲା ଟୁପୁରୁ ଗୀତ ପାଇଁ ଓଡିଆ ସଂଗୀତ ଜଗତରେ ଖ୍ୟାତ ହୋଇପାରିଥିଲେ। ସେହିପରି ରାମରହିମ, ପୁନଃମିଳନ, ସିନ୍ଦୁର ବିନ୍ଦୁ ଚଳଚିତ୍ରର କଣ୍ଠଦାନ କରିଛନ୍ତି। ଓଡିଆ ଚଳଚିତ୍ର ଦେବଯାନୀରେ କଣ୍ଠଦାନ ପାଇଁ ସେ ଓଡିଶା ରାଜ୍ୟ ଚଳଚିତ୍ର ପୁରସ୍କାର ହାସଲ କରିଥିଲେ।

ସେ ଅନ୍ୟ ଯେଉଁ ଓଡିଆ ଗୀତ ଗାଇ ପ୍ରଖ୍ୟାତ ହୋଇଛନ୍ତି ସେଗୁଡିକ ହେଲା ସେହି ଶେଷ ଶ୍ରାବଣ ସିନେମାର ଟିକ୍ ଟିକ୍ ଟିକ୍ ହୁଏ ମୋ ଛାତି…, ହାଏରେ ହାଏ ଗରଜେ ମେଘ…, ଗୌରୀ ଫିଲ୍ମର ‘ଆମ ଗାଁର ମଉଡ଼ମଣି…., ପାଇଛି ଏ ଜୀବନେ…, ରଜନୀ ଗୋ…, କି ସୁନ୍ଦର ଆହା କି ଆନନ୍ଦମୟ…, ସତୀ ଅନୁସୂୟା ଚଳଚିତ୍ରର କୁହୁକୁହୁ ବନେ କୁହୁକୁହୁ…, ତପସ୍ୟା ଚଳଚିତ୍ରର ଢାଳି ଦିଅ ସାରା ଧରଣୀରେ ଆଜି…, ଝୁଲିଝୁଲି ଖେଳେ ଦୋଳି ଟିକି ନାଆ…. ଓ ‘ପୂଜା’ ସିନେମାର ହିପ୍ ହିପ୍ ହୁରେ ଗାଡ଼ିଯାଏ ଗଡ଼ିରେ… ପ୍ରଭୃତି ରହିଛି।

ବାଣୀ ଜୟରାମ, ୧୯୪୫ ମସିହା ନଭେମ୍ବର ୩୦ତାରିଖରେ ତାମିଲନାଡୁର ଭେଲୋରଠାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପରିବାରରେ ସଙ୍ଗୀତର ପରିବେଶ ରହିଥିଲା। ବାଣୀ ଜୟରାମଙ୍କୁ ମାତ୍ର ୫ ବର୍ଷ ହୋଇଥିବା ସମୟରେ ତାଙ୍କ ଭଉଣୀଙ୍କ ଗୁରୁ ରଙ୍ଗା ରାମାନୁଜ ଆୟଙ୍ଗର, ବାଣୀଙ୍କ ସଙ୍ଗୀତ ପ୍ରତିଭାକୁ ଆବିଷ୍କାର କରିଥିଲେ ଓ ତାପରେ ତାଙ୍କର ବିଧିବଦ୍ଧ ସଙ୍ଗୀତ ଶିକ୍ଷା ଆରମ୍ଭ ହୋଇଥିଲା। ୮ ବର୍ଷ ବୟସରେ ସେ ଆକାଶବାଣୀ, ମାଡ୍ରାସ କେନ୍ଦ୍ରରେ ସଙ୍ଗୀତ ପରିବେଷଣ କରିଥିଲେ।

ତାଙ୍କ ବିୟୋଗରେ ଓଡିଶା ତଥା ଭାରତୀୟ ସଂଗୀତ ଏବଂ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

ବାଣୀ ଜୟରାମ
Share. Facebook Twitter LinkedIn Email WhatsApp Copy Link

Related Posts

ସେମିଫାଇନାଲ ଲଢେଇ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କ’ଣ?

March 4, 2026

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026
Latest News

ସେମିଫାଇନାଲ ଲଢେଇ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କ’ଣ?

March 4, 2026

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.