Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ଧ୍ରପ୍ରଦେଶରେ ୧୦ ଗିଗାୱାଟ୍ ସୋଲାର ପାୱାର ପ୍ଲାଂଟ୍‌ରେ ନିବେଶ କରିବ ରିଲାଏନ୍ସ: ମୁକେଶ ଅମ୍ବାନି
ଆଜିର ଖବର

ଆନ୍ଧ୍ରପ୍ରଦେଶରେ ୧୦ ଗିଗାୱାଟ୍ ସୋଲାର ପାୱାର ପ୍ଲାଂଟ୍‌ରେ ନିବେଶ କରିବ ରିଲାଏନ୍ସ: ମୁକେଶ ଅମ୍ବାନି

March 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର/ ବିଶାଖପାଟଣା: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆନ୍ଧ୍ରପ୍ରଦେଶରେ ୧୦ ଗିଗାୱାଟ୍ ସୋଲାର ପାୱାର ପ୍ଲାଂଟ୍‌ରେ ପୁଂଜିନିବେଶ କରିବ। ଆନ୍ଧ୍ର ପ୍ରଦେଶର ଉତ୍ପାଦଗୁଡ଼ିକୁ ସାରା ଦେଶରେ ପହଂଚାଇବା ଲାଗି ରିଲାଏନ୍ସ ରିଟେଲ୍ ଏହାର କୃଷି ଆଧାରିତ ଉତ୍ପାଦ ଓ ଅନ୍ୟାନ୍ୟ ସାମଗ୍ରୀଗୁଡିକୁ ଅଧିକରୁ ଅଧିକ ମାତ୍ରାରେ କିଣିବ। ରିଲାଏନ୍ସର ଏହି ପଦକ୍ଷେପଗୁଡ଼ିକ ପ୍ରଭାବରେ ଆନ୍ଧ୍ର ପ୍ରଦେଶରେ ୫୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ‘ଆନ୍ଧ୍ରପ୍ରଦେଶ ଗ୍ଲୋବାଲ୍ ନିବେଶକ ସମ୍ମିଳନୀ ୨୦୨୩’ ରେ ଯୋଗଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଉପସ୍ଥିତିରେ ଏହି ସମ୍ମିଳନୀରେ ରିଟେଲ୍ କ୍ଷେତ୍ର ସମ୍ପର୍କରରେ ଉପସ୍ଥାପନା କରି ମୁକେଶ ଅମ୍ବାନି କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର ୬ ହଜାର ଗ୍ରାମର ୧ ଲକ୍ଷ ୨୦ ହଜାରରୁ ଅଧିକ କିରାନା ବ୍ୟବସାୟୀଙ୍କ ସହ ରିଲାଏନ୍ସ ରିଟେଲ୍ ସହଯୋଗିତା ସ୍ଥାପନ କରିଛି। ଡିଜିଟାଲ୍ ଯୁଗରେ ଛୋଟ ବ୍ୟବସାୟୀମାନେ ଯେଭଳି ସମୃଦ୍ଧ ହୋଇପାରିବେ ସେଥିପାଇଁ ସେମାନଙ୍କ ଲାଗି ଆବଶ୍ୟକ ଉପକରଣ ଉପଲବ୍ଧ କରାଯାଇଛି। ରିଲାଏନ୍ସ ରିଟେଲ୍ ଆନ୍ଧ୍ରପ୍ରଦେଶରେ ୨୦,୦୦୦ରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ବହୁ ସଂଖ୍ୟାରେ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିପାରିଛି।

ରିଲାଏନ୍ସ ଜିଓ ବିଷୟରେ ପ୍ରକାଶ କରି ମୁକେଶ ଅମ୍ବାନି କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ସମେତ ସାରା ଦେଶରେ ୨୦୨୩ ଶେଷ ସୁଦ୍ଧା ଜିଓ ଟ୍ରୁ-୫ଜିର ଶୁଭାରମ୍ଭ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। ୪୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରି ଜିଓ ଆନ୍ଧ୍ରପ୍ରଦେଶରେ ସବୁଠୁ ବଡ଼ ଏବଂ ଉନ୍ନତ ଡିଜିଟାଲ୍ ନେଟ୍‌ୱର୍କ ପ୍ରସ୍ତୁତ କରିଛି ଯାହା ରାଜ୍ୟର ୯୮ ପ୍ରତିଶତ ଲୋକମାନଙ୍କ ପାଖରେ ପହଂଚିପାରିଛି। ଜିଓ ଟ୍ରୁ-୫ଜି ଜରିଆରେ ଅର୍ଥନୀତିକୁ ନୂଆ ଗତି ମିଳିବ ଏବଂ ବଡ଼ ଧରଣର ବ୍ୟବସାୟ ଓ ରୋଜଗାର ସୁଯୋଗ ସୃଷ୍ଟି ହେବ।

ଆନ୍ଧ୍ରପ୍ରଦେଶର ବିଶାଳ ଆର୍ଥିକ କ୍ଷମତାକୁ ପ୍ରଶଂସା କରି ମୁକେଶ ଅମ୍ବାନି କହିଛନ୍ତି ଯେ ରାଜ୍ୟର ଆର୍ଥିକ କ୍ଷମତା ଉପରେ ପ୍ରଥମେ ବିଶ୍ୱାସ ପ୍ରକଟ କରିଥିବା କିଛି ହାତଗଣତି ଭାରତୀୟ କଂପାନିଙ୍କ ମଧ୍ୟରୁ ରିଲାଏନ୍ସ ଅନ୍ୟତମ। ରାଜ୍ୟର କେଜି-ଡି୬ ବେସିନ୍ ଓ ତାହାର ପାଇପ୍‌ଲାଇନ୍‌ରେ ଆମେ ୧,୫୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିଛୁ। ଦେଶର ମୋଟ ଗ୍ୟାସ୍ ଉତ୍ପାଦନରେ କେଜି-ଡି୬ର ପ୍ରାୟ ୩୦ ପ୍ରତିଶତ ଯୋଗଦାନ ରହିଛି।

ଆନ୍ଧ୍ରପ୍ରଦେଶର ବିଶେଷ ଗୁଣଗୁଡ଼ିକ ବିଷୟରେ ଉଲ୍ଲେଖ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ଏଠାରେ ଫାର୍ମା ଓ ଭିତିଭୂମି କ୍ଷେତ୍ରରେ ଉଦ୍ୟୋଗ ଓ ଉଦ୍ୟୋଗପତିମାନଙ୍କ ଲମ୍ବା ଧାଡ଼ି ରହିଛି ଏବଂ ସବୁଠୁ ବଡ଼ କଥା ହେଉଛି ଆନ୍ଧ୍ରପ୍ରଦେଶ ପାଖରେ ବିଶାଳ ସମୁଦ୍ର ଉପକୂଳ ରହିଛି ଯାହା ତାହାକୁ ବ୍ଲୁ ଅର୍ଥନୀତିରେ ପରିଣତ କରିବାର କ୍ଷମତା ରଖୁଛି। ନୂଆ ଭାରତର ବିକାଶ କାହାଣୀରେ ଆନ୍ଧ୍ରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଭରସା ପ୍ରକଟ କରିଛନ୍ତି।

ଆନ୍ଧ୍ରପ୍ରଦେଶ ଜିଓ ଟ୍ରୁ-୫ଜି ମୁକେଶ ଅମ୍ବାନି ରିଲାଏନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026
Latest News

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.