Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ଡ଼ିଏଭି ଗୁରୁକୂଳ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଆଞ୍ଚଳିକ

ବାଲୁଗାଁ ଡ଼ିଏଭି ଗୁରୁକୂଳ ବିଦ୍ୟାଳୟର ବାର୍ଷିକ ଉତ୍ସବ

April 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ଡ଼ିଏଭି ଗୁରୁକୂଳ ବିଦ୍ୟାଳୟର ବାର୍ଷିକ ଉତ୍ସବ

ସୀତାରାମ ଅଗ୍ରୱାଲ

ବାଲୁଗାଁ : ସୋମବାର ଅପରାହ୍ନରେ ବାଲୁଗାଁ ସ୍ଥିତ ଡ଼ିଏଭି ଗୁରୁକୂଳ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନୂତନ ଦିଗନ୍ତର ନୂତନ ଚିନ୍ତାଧାରା ନେଇ ପ୍ଲାଣ୍ଟରୋମା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ମୁଖ୍ୟ ବକ୍ତା ଭାବେ ଚିଲିକା ଏବିଇଓ ନିଳାଦ୍ରୀ ଭୂଷଣ ଦାସ ଯୋଗଦେଇଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ,ଗୁରୁକୂଳ ଶିକ୍ଷା ନିର୍ଦେଶକ ଜ୍ୟୋତି ପ୍ରକାଶ ତ୍ରିପାଠୀ, ଅବସରପ୍ରାପ୍ତ ଏବିଡିଓ କାଳୁ ଚରଣ ସାମନ୍ତରାୟ, ବାଙ୍କନିଧି ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ ସୁଧୀର ପଲାଇ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ବକ୍ରତୁଣ୍ଡ ମହାବିନାୟକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଅତିଥିମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ମିତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।

ଶିକ୍ଷା ନିର୍ଦେଶକ ଗୁରୁକୁଳ ଜ୍ୟୋତି ପ୍ରକାଶ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ।ଏଥି ସହିତ ଶିକ୍ଷାର ଅଭିବୃଦ୍ଧି, ପ୍ରତିଯୋଗିତା ମୁଳକ ଶିକ୍ଷା,ଶୈକ୍ଷିକ ପରିବେଶ,ଖେଳକୁଦ ସାଙ୍ଗକୁ ବ୍ୟାୟାମ,ଯୋଗ,ଗୁରୁ ଶିଷ୍ୟର ସମ୍ପର୍କ ସୁଦୃଢ କରିବା ଦିଗରେ ମଞ୍ଚାସିନ ଅତିଥିମାନେ ଆଲୋକପାତ କରିଥିଲେ।ପ୍ରତ୍ୟେକ ପିଲାଙ୍କ ଭବିଷ୍ୟତ ଉଜ୍ବଳ ନେଇ ପ୍ରାଥମିକ ସ୍ତରରୁ ଅଭିଭାବକମାନଙ୍କ ଗୁରୁ ଦାଇତ୍ୱ ରହିଛି।ତାଛଡା ଜୀବନରେ ଅନେକ ପରିସ୍ଥିତି ଆସିବ ଯାହାକି ନିଜ ପିଲାମାନେ କିପରି ତାହାକୁ ସାମ୍ନା କରି ଆଗକୁ ବଢ଼ିପାରିବେ ସେ ଦିଗଦର୍ଶନ ଅଭିଭାବକ ମାନଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ନୂଆ ଆଶାର ସଂଚାର ଦିଗରେ ପରାମର୍ଶ ଦେବା ନିହାତି ଆବଶ୍ୟକ ବୋଲି ମୁଖ୍ୟବକ୍ତା ଶ୍ରୀ ଦାସ କହିଛନ୍ତି।

ମୁଖ୍ୟ ଅତିଥି ଶ୍ରୀ ମହାରଣା ନିଜ ଅଭିଭାଷଣରେ ଆଜିର ଦିନରେ ଶିକ୍ଷାର ଆବଶ୍ୟକତା ନିହାତି ଜରୁରୀ ସେନେଇ ପିଲାମାନଙ୍କୁ ଉଚିତ ଶିକ୍ଷା ସହ ସାମାଜିକ ସଂସ୍କାର,ସଂସ୍କୃତି ଜ୍ଞାନ ସମ୍ବନ୍ଧରେ ଅବଗତ କରିବା ନିହାତି ଜରୁରୀ ବୋଲି କହିଛନ୍ତି।ଏଥିସହିତ ଆଗାମୀ ଦିନରେ ଶିକ୍ଷାପ୍ରଣାଳୀର ବିକାଶ ଦିଗରେ ଯୁବସମାଜ ପ୍ରେରିତ ହୋଇ ବିଦ୍ୟାଳୟର ସମୃଦ୍ଧି ସୁଦୃଢ କରିବା,ଅଭାବଗ୍ରସ୍ତ ଲୋକଙ୍କୁ ସାମାଜିକ କୁସଂସ୍କାର,ଶୋଷଣ ଏବଂ ଅନ୍ୟାୟରୁ ମୁକ୍ତି କରାଇ ରାଷ୍ଟ୍ର ଜୀବନକୁ ସରସ,ସୁନ୍ଦର,ସୁସମ୍ପନ ଓ ସୁସଂସ୍କୃତ କରିବାନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ମତପୋଷଣ କରିଥିଲେ।

ବିଗତ ଦିନରେ ସମସ୍ତ ଅଭିଭାବକ ମାନେ ସାମଗ୍ରୀକ ଭାବେ ସକରାତ୍ମକ ମନୋଭାବ ପୋଷଣ କରି ପରିବାର ସଦସ୍ୟଙ୍କ ଭଳି ଅନୁଷ୍ଠାନ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସହାନୁଭୂତିର ସହ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଆଗାମି ଶିକ୍ଷାବର୍ଷ ଉର୍ଣ୍ଣତମାନ କରିବାନେଇ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ମହାପାତ୍ର କହିଛନ୍ତି।

ସାନ୍ଧ୍ୟ ଅଧିବେସନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥିସହିତ ମେଧାବୀ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ପରୁସ୍କୃତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଭଦ୍ରବ୍ୟକ୍ତି ,ଅଭିଭାବକ, ଶୁଭେଚ୍ଛୁବୃନ୍ଦ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ବାଣପୁର ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ବାଲୁଗାଁରେ ପ୍ରଥମ ଥର ହେବ ‘ଚିଲିକା ପୁସ୍ତକ ମେଳା’, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

April 16, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026
Latest News

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026

ବର୍ତ୍ତମାନ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବହୁବିଧ କ୍ୟାରିୟରର ସୁଯୋଗ ରହିଛି: ଆଇନ୍ ମନ୍ତ୍ରୀ

April 18, 2026

“ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:” ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

April 18, 2026

‘ମହିଳାମାନଙ୍କୁ ମାସିକ ୨୫୦୦ ସହାୟତା…’: ଟିଭିକେ ମୁଖ୍ୟ ବିଜୟଙ୍କ ବଡ଼ ପ୍ରତିଶ୍ରୁତି

April 18, 2026

“ମୁଁ ସମ୍ପର୍କରେ ଥିବା ତିକ୍ତତାକୁ ଶେଷ କରିବାକୁ ଚେଷ୍ଟା କରିବି:” କାହାକୁ ଏଭଳି କହିଲେ ରାଘବ ଚଢା?

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.