Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା, ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ: ସିଇସି
ଆଜିର ଖବର

ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା, ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ: ସିଇସି

May 30, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆରବ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଜୁନ୍ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ଦକ୍ଷିଣ ଓ ପୂର୍ବ ଭାରତକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ଏନ୍‌ଭାଇରନ୍‌ମେଂଟ ଆଣ୍ଡ କ୍ଲାଇମେଟ (ସିଇସି) ପକ୍ଷରୁ ମଙ୍ଗଳବାର କୁହାଯାଇଛି।

ଏହି ଲଘୁଚାପ କ୍ଷେତ୍ରର ତୀବ୍ରତା ଓ ଗତିପଥକୁ ନେଇ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ନିର୍ଭର କରିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।
ଡକ୍ଟର ସାହୁ କହିଛନ୍ତି ଯେ ଜୁନ୍ ୨ ତାରିଖ ରୁ ୯ତାରିଖ ମଧ୍ୟରେ ଦିନର ତାପମାତ୍ରାରେ ବୃଦ୍ଧି ହେବ ଓ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ଅନୁଭୂତ ହେଉଥିବା ପାଗ ଅନୁଯାୟୀ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳରେ ଦିନର ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସ୍ ରୁ କମ୍ ଏବଂ ଉପକୂଳ ଅଂଚଳରେ ୪୦ ଡିଗ୍ରୀ ସେଲସିୟସରୁ କମ୍ ରହିବ। ଉତର ଆରବ ସାଗରରେ ଆଂଟିସାଇକ୍ଲୋନ୍ ଓ ବଙ୍ଗୋପ ସାଗରରୁ ପ୍ରବାହିତ ପବନ ହେତୁ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ସେ କହିଛନ୍ତି।

ଆରବ ସାଗର ଦକ୍ଷିଣ ପଶ୍ଚିମ ମୌସୁମୀ ବଙ୍ଗୋପ ସାଗର ଲଘୁଚାପ କ୍ଷେତ୍ର ଶିକ୍ଷା ଓ ଅନୁସନ୍ଧାନ ସିଇସି
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ବିଜେପିରେ ଯୋଗ ଦେଲେ ୫୦ ରୁ ଅଧିକ ପଦାଧିକାରୀ

June 22, 2026

NEET ପୁନଃପରୀକ୍ଷାରେ ମହାଠକେଇ! ନକଲି ପ୍ରାର୍ଥୀ ସାଜି ପରୀକ୍ଷା ଦେଉଥିଲେ ଡାକ୍ତର ଓ MBBS ଛାତ୍ର, ୯ ଜଣ ଗିରଫ

June 22, 2026

ଅବକାରୀ ବିଭାଗର ବଡ଼ ସଫଳତା: ୮୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

June 22, 2026
Latest News

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ବିଜେପିରେ ଯୋଗ ଦେଲେ ୫୦ ରୁ ଅଧିକ ପଦାଧିକାରୀ

June 22, 2026

NEET ପୁନଃପରୀକ୍ଷାରେ ମହାଠକେଇ! ନକଲି ପ୍ରାର୍ଥୀ ସାଜି ପରୀକ୍ଷା ଦେଉଥିଲେ ଡାକ୍ତର ଓ MBBS ଛାତ୍ର, ୯ ଜଣ ଗିରଫ

June 22, 2026

ଅବକାରୀ ବିଭାଗର ବଡ଼ ସଫଳତା: ୮୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

June 22, 2026

ବର୍ଷାରେ ଭିଜିଲା ଟ୍ୱିନ୍ ସିଟି; ଗରମରୁ ମିଳିଲା ଆଶ୍ୱସ୍ତି, ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.