Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅମରନାଥ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ
ବିଶେଷ ଖବର

ଅମରନାଥ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ

June 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରମନ୍ତ୍ରୀ
ଆଜି ଜାତୀୟ ସ୍ତରରେ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଆଜି ଏଠାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଡିଜିଏଚଏସର ବରିଷ୍ଠ ଅଧିକାରୀଙ୍କ ସହ ଅମରନାଥ ଯାତ୍ରା କରୁଥିବା ଭକ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ତଥା ପର୍ଯ୍ୟାପ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନର ସମୀକ୍ଷା କରିଛନ୍ତି।

ବେସ୍ କ୍ୟାମ୍ପରେ ଏବଂ ଯାତ୍ରା ପଥରେ ଦିଆଯାଉଥିବା ଚିକିତ୍ସା ସେବା ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସୁବିଧା ବିଷୟରେ ତାଙ୍କୁ ସୂଚନା ଦିଆଯାଇଥିଲା। ଜାମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳକୁ ସହାୟତା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଯାତ୍ରୀମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସୁବିଧା ତଥା ଚିକିତ୍ସା ସେବା ଯୋଗାଇ ଦିଆଯାଉ ଯାହା ଦ୍ୱାରା କଠିନ ଯାତ୍ରା ସମୟରେ ସେମାନେ ଶାରୀରିକ ଭାବେ ସୁସ୍ଥ ରହିପାରିବେ। ମନ୍ତ୍ରୀ କହିଛନ୍ତି ଯେ ଯାତ୍ରା ସମୟରେ ଭକ୍ତମାନଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।

ଭୌଗୋଳିକ ଆହ୍ୱାନ, ବିଶେଷକରି ଉଚ୍ଚତା ପ୍ରସଙ୍ଗରେ ଅମରନାଥ ଯାତ୍ରା ବ୍ୟତିକ୍ରମ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ବଢାଇବା ଏବଂ ପୂର୍ବାନୁମାନ କରିବା ସହିତ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଲାଗି ସହାୟତା କରୁଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ବେସ୍ କ୍ୟାମ୍ପରେ ଚିକିତ୍ସା ସୁବିଧା ସ୍ଥାପନ କରାଯାଇଛି ଏବଂ ଆବଶ୍ୟକ ଭିତ୍ତିଭୂମି ସହିତ ସଂଯୁକ୍ତ କରାଯାଇଛି।

ବାଲଟାଲ ଏବଂ ଚନ୍ଦନୱାରୀରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦୁଇଟି ଅକ୍ଷ ମାର୍ଗ ବାଲଟାଲ ଏବଂ ଚନ୍ଦନୱାରୀରେ ଡିଆରଡିଓ ଦ୍ୱାରା କାର୍ଯ୍ୟକ୍ଷମ ହୋଇଆସୁଥିବା ଦୁଇଟି ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ ଏବଂ ସହାୟତା କରିଛି। ଏହି ଡାକ୍ତରଖାନାଗୁଡ଼ିକରେ ଯାତ୍ରୀଙ୍କ ପାଇଁ ନିୟୋଜିତ କର୍ମଚାରୀଙ୍କ ରହିବା ସୁବିଧା ଅନ୍ତର୍ଭୁକ୍ତ ହେବ । ଏହି ଡାକ୍ତରଖାନାଗୁଡ଼ିକରେ ପରୀକ୍ଷାଗାର ସୁବିଧା, ରେଡିଓ ଡାଏଗ୍ନୋସିସ୍‍, ସ୍ତ୍ରୀ ରୋଗ, ଆଇସିୟୁ, ହାଇପରବାରିକ୍ ଅମ୍ଳଜାନ ଚାମ୍ବର ସହିତ ନିରାକରଣ ଏବଂ ଚିକିତ୍ସା ପାଇଁ ସମସ୍ତ ସୁବିଧା ରହିବ।

ଏହି ଡାକ୍ତରଖାନାଗୁଡ଼ିକ ୨୪ଘଣ୍ଟିଆ କାର୍ଯ୍ୟ କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରମା ୟୁନିଟ୍ ସହିତ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେବ।

ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଡେପୁଟେସନ

ଡିଜିଏଚଏସ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ) ମଧ୍ୟ ୧୧ ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରୀ ଡାକ୍ତରଖାନାରୁ ନାମାଙ୍କନ ମାଗି ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଡେପୁଟେସନ ଆରମ୍ଭ କରିଛି। ଏହି ଦଳଗୁଡିକ ୪ ଟି ବ୍ୟାଚ୍ / ସିଫ୍ଟରେ ମୁତୟନ ହେବେ। ଡେପୁଟେସନ୍ ପାଇଁ ମନୋନୀତ ଡାକ୍ତର / ପାରାମେଡିକ୍ସର ଦକ୍ଷତା ବଢାଇବା ସହିତ ଉଚ୍ଚ ସ୍ଥାନରେ ରୋଗ ଏବଂ ଜରୁରୀକାଳୀନ ପରିସ୍ଥିତିରେ କିଭଳି ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ ସେ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା କେନ୍ଦ୍ରଶାସିତ ଅଞ୍ଚଳ ସହିତ ସମନ୍ୱୟ ରକ୍ଷା କରାଯାଉଛି। ଡିଟିଇଜିଏଚ୍‍ଏସର ଜରୁରୀକାଳୀନ ମେଡିକାଲ ରିଲିଫ ଡିଭିଜନର ଏକ ଟିମ୍‍ ଚଳିତବର୍ଷର ଯାତ୍ରା ପ୍ରସ୍ତୁତିର ସମୀକ୍ଷା ପାଇଁ ଉପଲବ୍ଧ ସ୍ଥାନୀୟ ଚିକିତ୍ସା ଭିତ୍ତିଭୂମି / ସୁବିଧା ଏବଂ ଅସ୍ଥାୟୀ ଡାକ୍ତରଖାନାର ମୂଲ୍ୟାଙ୍କନ କରୁଛି।

ୱେବ୍ ପୋର୍ଟାଲ୍ / ଆଇଟି ଆପ୍ଲିକେଶନ

ଉତ୍ତମ ଜରୁରୀକାଳୀନ ପ୍ରସ୍ତୁତି, ରୋଗର କାରଣକୁ ବୁଝିବା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ତଦାରଖ ପାଇଁ ଏକ କଷ୍ଟୋମାଇଜ୍ ହୋଇଥିବା ୱେବ୍‌-ଆଧାରିତ ରିଅଲ୍‌-ଟାଇମ୍ ତଥ୍ୟ ସଂଗ୍ରହ ମଡ୍ୟୁଲ୍ ଇଣ୍ଟିଗ୍ରେଟେଡ୍ ଡିଜିଜ୍‍ ସର୍ଭିଲାନ୍ସ ପ୍ରୋଗ୍ରାମ୍ (ଆଇଡିଏସପି) ସମନ୍ୱିତ ସ୍ୱାସ୍ଥ୍ୟ ସୂଚନା ପ୍ଲାଟଫର୍ମ  (ଆଇଏଚଆଇପି) ନେସନାଲ ସେଣ୍ଟର ଫର ଡିଜିଜ୍‍ କଣ୍ଟ୍ରୋଲ (ଏନସିଡିସି)ର ପୋର୍ଟାଲ ଦ୍ୱାରା ବିକଶିତ କରାଯାଉଛି।

ସଚେତନତା ପରାମର୍ଶ

ତୀର୍ଥଯାତ୍ରୀମାନଙ୍କ ସଚେତନତା ବୃଦ୍ଧି ପାଇଁ କ’ଣ କରାଯିବ ଏବଂ କ’ଣ କରାନଯିବ ସେଥିନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାର୍ଗଦର୍ଶିକା ପ୍ରସ୍ତୁତ କରିଛି। ଉଚ୍ଚ ସ୍ଥାନରେ ଜରୁରୀକାଳୀନ ପରିସ୍ଥିତିର ଚିକିତ୍ସା ପରିଚାଳନା ପାଇଁ ଏସଓପି ଗୁଡିକ ପ୍ରସ୍ତୁତ କରାଯାଇଛି।

ଅମରନାଥ ଯାତ୍ରା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ସ୍ୱାସ୍ଥ୍ୟ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଜୁଲାଇ ପହିଲାରୁ ଭିବି – ଜି ରାମ ଜି ଆଇନ୍

May 12, 2026

ସୁନା ମୂଲ୍ୟରେ ସବୁଠାରୁ ବଡ଼ ହ୍ରାସ କେବେ ଘଟିଥିଲା ? ଜାଣନ୍ତୁ ସୁନାର ମୂଲ୍ୟ ହ୍ରାସର ଇତିହାସ ବିଷୟରେ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.