Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର-ବାଲୁଗାଁରେ ମାଡ଼ିଲାଣି ଆଖିଧରା ରୋଗ, ଜରୁରୀ ହୋଇପଡିଛି ସଚେତନତା
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ମାଡ଼ିଲାଣି ଆଖିଧରା ରୋଗ, ଜରୁରୀ ହୋଇପଡିଛି ସଚେତନତା

July 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଓ ବାଲୁଗାଁରେ ମାଡିଗଲାଣି ଆଖିଧରା ରୋଗ। ଆଜିକାଲି ଏହା ସମସ୍ତଙ୍କୁ ସଂକ୍ରମିତ କରିବାରେ ଲାଗିଛି। ଗାଁ ଗହଳିରୁ ସହର ପର୍ଯ୍ୟନ୍ତ ସୁବୁଆଡେ ରୋଗୀ। ଏପରି ହେଉଛି ଯେ, ଦିନକୁ ଶତାଧିକ ରୋଗୀଙ୍କର ନାମ ଡାକ୍ତରଖାନାରେ ରେଜିଷ୍ଟ୍ରସନ ହେଉଛି। ସ୍କୁଲ ଓ କଲେଜ ପିଲାଙ୍କୁ ବି ଉକ୍ତ ରୋଗ ବହୁଳ ମାତ୍ରାରେ ଆକ୍ରାନ୍ତ କଲାଣି।

ସଚେତନତା ଅଭାବରୁ ଏବଂ ରୋଗୀମାନଙ୍କ ଅସାବଧାନତା କାରଣରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଜଣାଯାଇଛି। ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ପ୍ରତିକାର ପାଇଁ ମେଡିକାଲରେ ରୋଗୀଙ୍କୁ ଆଇଡ୍ରପ ଦିଆଯାଉଛି। ହେଲେ ବର୍ତ୍ତମାନ ଔଷଧର ଅଭାବ ଦେଖାଦେଇଥିବାରୁ ଖୋଲା ବଜାରରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଆଇଡ୍ରପ କିଣି ରୋଗୀମାନଙ୍କୁ ଦେଉଥିବାର କହିଛନ୍ତି ମେଡିକାଲ ଅଧିକାରୀ ଡ଼ା ରମାକାନ୍ତ ନାୟକ।

ତେବେ ଆଖିଧରା ରୋଗ ଆଗରୁ ଥିଲା,ଏବେ ଅଛି ଏବଂ ଭବିଷ୍ୟତରେ ନିଶ୍ଚୟ ରହିବ। ଏହି ରୋଗ ଛୁଇଁବା ଦ୍ୱାରା ଗୋଟିଏ ରୋଗୀଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମଣ ହୋଇଥାଏ। ଏହି ରୋଗକୁ କଂଜକ୍ଟିଭାଇଟିସ କୁହାଯାଏ। ଏହା ଏକ ଡିଆଁ ରୋଗ କି ଉଡ଼ା ରୋଗ ନୁହେଁ। ଏହି ରୋଗ ରୋଗୀ ନିଜ ଆଖିକୁ ହାତମାରି ବ୍ୟବହାର କରୁଥିବା ଯେକୌଣସି ବସ୍ତୁକୁ ଯଥା ମୋବାଇଲ,ଲାପଟପ,ବାସନକୁସନ ଏବଂ ବସ୍ତ୍ର ଯାହାକୁ ବି ଛୁଇଁଲେ ହେବା ନିଶ୍ଚିତ ବୋଲି ବାଣପୁର ଅଞ୍ଚଳର ଜନୈକ ଡାକ୍ତର କହିଛନ୍ତି।

ତେବେ ଯଦି ଆଖି ଧରିଥିବା ରୋଗୀଟି ଅନ୍ୟ ସଂସ୍ପର୍ଶରେ ନ ଆସିବ ଏହି ରୋଗ ଅଟକି ଯାଇପାରେ। ଏଥିପ୍ରତି ବାଣପୁର ଓ ବାଲୁଗାଁ ମେଡିକାଲ ପକ୍ଷରୁ ସଚେତନତା ଅଭିଯାନ କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।

ବାଣପୁର ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026

ରଣପୁର ଶିକ୍ଷା ବ୍ଲକରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସଫଳତାର ସହ ଅନୁଷ୍ଠିତ

July 4, 2026

ବାଣପୁର: ଅଧ୍ୟାପକ ସଂଗ୍ରାମ ସାହୁଙ୍କ ବିୟୋଗରେ ଶୋକସଭା

July 4, 2026
Latest News

ବିସ୍ତୃତ ରାଶିଫଳ: ଜୁଲାଇ ୭ ତାରିଖ ମଙ୍ଗଳବାରରେ ଏହି ସାତୋଟି ରାଶିର ଲୋକେ ହୁଅନ୍ତୁ ସାବଧାନ

July 7, 2026

ବାରୁଇପୁର ଗଣଦୁଷ୍କର୍ମ ହତ୍ୟା ମାମଲା: ପୋଷ୍ଟମର୍ଟମରେ ସାମ୍ନାକୁ ଆସିଲା ସତ୍ୟ

July 7, 2026

୯ ଜୁଲାଇରେ ଖୋଲିବ ହୀରାକୁଦ ଡ୍ୟାମର ପ୍ରଥମ ଗେଟ

July 7, 2026

ରଥଯାତ୍ରା କର୍ଡନ ପାସକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ: ନିୟମ ବାହାରେ ଜାରି ହେବନି ଗୋଟିଏ ବି ପାସ

July 7, 2026

ବୈତରଣୀରେ ବଢୁଛି ଜଳସ୍ତର: ଛୋଟ ବନ୍ୟା ଆଶଙ୍କା; ବଡ଼ ବନ୍ୟା ସମ୍ଭାବନା ନାହିଁ

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.