Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଚିଲିକାରେ ବିଜେଡିର ଟାଣୁଆ ନେତା, କିନ୍ତୁ ଉଭାନ ହେଲେ ରଘୁନାଥ ଏବଂ ସ୍ବାଗତିକା
ରାଜ୍ୟ ଖବର

ଚିଲିକାରେ ବିଜେଡିର ଟାଣୁଆ ନେତା, କିନ୍ତୁ ଉଭାନ ହେଲେ ରଘୁନାଥ ଏବଂ ସ୍ବାଗତିକା

July 18, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
Chilika
ଚିଲିକାରେ ବିଜେଡିର ଟାଣୁଆ ନେତା, ହେଲେ ଉଭାନ ହେଲେ ରଘୁନାଥ ଏବଂ ସ୍ବାଗତିକା

ସୀତାରାମ ଅଗ୍ରୱାଲ

ଚିଲିକା: ଦୀର୍ଘ ସମୟ ବ୍ୟବଧାନ ପରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିଲେ ବିଜେଡିର ଟାଣୁଆ ନେତା। ସେମାନେ ମା’ମେଘମ୍ବାରି କଲ୍ୟାଣ ମଣ୍ଡପରେ ଏକ ସଭାର ଆୟୋଜନ କରିଥିଲେ ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଏହି ବୈଠକରେ ନିକଟରେ ପ୍ରଣୟନ ହୋଇଥିବା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାର  କିପରି ସୁବିନିଯୋଗ ହୋଇପାରିବ ସେ ନେଇ ଚିଲିକା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ବାଣପୁର ବ୍ଲକର 15ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ତଥା ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ତତ୍ୱାବଧାନରେ ଏହି ବୈଠକ କରାଯାଇଥିଲା।

ଏଥିରେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ, ତୋରସିଂହ ପଞ୍ଚାୟତ ସମିତି ସଭ୍ୟ କୁମାର ଜଗତ ବଲ୍ଲଭ ମହାରଥା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ ନେତାମାନେ ମା’ ଭଗବତୀ ମନ୍ଦିର ଗସ୍ତ କରି ମା’ଙ୍କ ଆଶୀର୍ବାଦ ନେଇଥିଲେ। ମା’ ଙ୍କ ମନ୍ଦିର ଉନ୍ନୟନ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ।

ଚିଲିକାର ଗୋଳିଆ ରାଜନୀତିକୁ ଆଖି ଆଗରେ ରଖି ଜିଲ୍ଲା ସଭାପତି ବଳବନ୍ତରାୟ କହିଥିଲେ ଆମର ଦଳ ହେଉଛି ବିଜେଡି ଓ ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ତେଣୁ ସମସ୍ତ ଦଳୀୟ କର୍ମୀମାନଙ୍କୁ ଏକାଠି ରହି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା ଆମ ଓଡିଶା ନବୀନ ଓଡିଶା ଯୋଜନାରେ କେଉଁ କେଉଁ କାର୍ଯ୍ୟ ହେବ ଏବଂ ତାହାର ରୂପରେଖ କଣ ରହିବ ତାହାର ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

ବିଧାୟକ ରାଜେନ୍ଦ୍ର ସାହୁ ପରୋକ୍ଷ ଭାବରେ ବିଗତ ଦିନରେ ଆପଣ ମାନେ ଚିଲିକାରୁ ବିଜେଡିର ବିଧାୟକ ପ୍ରାର୍ଥୀଙ୍କୁ ଦୁଇ ଦୁଇଥର ନିର୍ବାଚିତ କରିଛନ୍ତି ଏଥର ମଧ୍ୟ ଆପଣମାନେ ବିଜେଡି ପ୍ରାର୍ଥୀଙ୍କୁ ନିର୍ବାଚିତ କରନ୍ତୁ। ଦଳରେ ପ୍ରାର୍ଥୀ ନେଇ ଦ୍ଵନ୍ଦ ହେବା ସ୍ୱାଭାବିକ କଥା। ତେଣୁ ଆମର ନେତା ନବୀନ ବାବୁ ହିଁ ପ୍ରାର୍ଥୀ ଚୟନ କରିବେ। ଯିଏ ବି ପ୍ରାର୍ଥୀ ହେବ ଆମମାନଙ୍କର ଦାୟିତ୍ୱ ହେଉଛି ତାକୁ ଜିତେଇବା। ଆଗାମୀ ଦିନରେ ପୁଣି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କର୍ମୀମାନଙ୍କୁ ଶପଥ କରାଇଥିଲେ।

ସାଂସଦ ଶ୍ରୀ ମଙ୍ଗରାଜ ଆମ ଓଡିଶା ନବୀନ ଓଡିଶାର କାର୍ଯ୍ୟକ୍ରମକୁ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ଏବଂ ନବୀନଙ୍କ ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ କାର୍ଯ୍ୟକର୍ତାଙ୍କୁ କହିଥିଲେ। 15 ନମ୍ବର ଜୋନରୁ ବିଜେଡି ର ନିର୍ବାଚନ ବିଗୁଲ ବାଜିଲା ବୋଲି କହିବା ସହ ଆଗକୁ ଚିଲିକାର ଅନ୍ୟ ପାଞ୍ଚଗୋଟି ଜୋନରେ ଏହି ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବ ଏବଂ ନବୀନ ବାବୁଙ୍କ ଯୋଜନାକୁ ଲୋକାଭିମୁଖୀ କରିବାକୁ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ।

ସେହିପରି ନାଚୁଣୀଠାରେ ଆଉ ଏକ ବୈଠକ କରାଯାଇଥିଲା। ଯେଉଁଥିରେ ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ। ସେଠାରେ ମଧ୍ୟ ଏହି ନେତାମାନଙ୍କ ସହିତ ଚିଲିକାର ସମସ୍ତ ନେତା ଯୋଗଦେଇଥିଲେ। ସେଠାରେ ମଧ୍ୟ ପ୍ରଣବ ପ୍ରକାଶ ଦାସ ଦଳକୁ ସୁଦୃଢ କରିବା ପାଇଁ ନେତାମାନଙ୍କୁ ଆହ୍ବାନ ଦେଇଥିଲେ। ଆମର ନେତା ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ତାଙ୍କୁ ଜିତାଇବା ଆମର କାମ ବୋଲି ସେ କହିଥିଲେ।

ତେବେ ବହୁ ଦିନ ପରେ ଚିଲିକାକୁ ବିଜେଡିର ଟାଣୁଆ ନେତାମାନେ ଆସିଥିବା ବେଳେ  ଚିଲିକା ବିଧାୟକଙ୍କ ଧର୍ମପତ୍ନୀ ସ୍ଵାଗତିକା ଜଗଦ୍ଦେବ ଏବଂ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଉକ୍ତ ସମୟରେ ଦେଖିବାକୁ ମିଳିନଥିଲା। ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ଫଳରେ ଆଗାମୀ ଦିନରେ ଚିଲିକାରୁ ଏହି ଦୁଇ ନେତା ଟିକେଟ ନ ପାଇବା ନେଇ ସନ୍ଦେହ ଉପୁଜିଛି।

ବିଦ୍ର- ଚିଲିକାର ବିଜେଡି ବୈଠକରେ କାହିଁକି ଯୋଗ ଦେଲେ ନାହିଁ ରଘୁନାଥ ସାହୁ ଏବଂ ସ୍ବାଗତିକା ଜଗଦ୍ଦେବ, ଜାଣିବା ପାଇଁ କ୍ଲିକ କରୁଥାଆନ୍ତୁ thesamikhsya.com/odia

Election2024 ଚିଲିକା ଚିଲିକା ବିଜେଡି ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରଘୁନାଥ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026

ଇରାନରେ କିଛି ବଡ଼ ଘଟଣା ଘଟିବ?: ନିଜ ନାଗରିକମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ଅନୁରୋଧ କଲା ଭାରତ

July 20, 2026

ଐତିହ୍ୟ କାହାଣୀ ବା ‘ହେରିଟେଜ୍ ଟେଲ୍ସ’ କଳା ପ୍ରଦର୍ଶନୀ ଉଦ୍ଘାଟିତ

July 20, 2026

୧୬ ବର୍ଷ ପରେ ବିଶ୍ୱ ଚାମ୍ପିଅନ୍ ହେଲା ସ୍ପେନ: ଫିଫା ବିଶ୍ୱକପ୍ ଫାଇନାଲରେ ପରାସ୍ତ ହେଲା ଆର୍ଜେଣ୍ଟିନା

July 20, 2026
Latest News

ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼ଙ୍କ ଆତ୍ମହତ୍ୟା!: ପୋଲିସ ମୁଖ୍ୟାଳୟରୁ ମୃତଦେହ ଉଦ୍ଧାର

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026

CJP ର ସଂସଦ ପଦଯାତ୍ରା ମଧ୍ୟରେ ବଡ଼ ନିଷ୍ପତ୍ତି: ଅନଶନ ସମାପ୍ତ କଲେ ତିନି AISA ଛାତ୍ରଛାତ୍ରୀ

July 20, 2026

ଦେଶରେ ଚାଲିବ B-28 ବୁଲେଟ୍ ଟ୍ରେନ୍: ଜାଣନ୍ତୁ ଏହାର ଗତି ଏବଂ ରୁଟ୍

July 20, 2026

ହଙ୍ଗମା ସହିତ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଅପରାହ୍ନ ୧୨ ଟା ଯାଏଁ ଲୋକସଭା ମୁଲତବୀ

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.