Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପୋସ୍କୋ କଲୋନୀରୁ ଚୋରି, ଗାଡି ସମେତ ଯୁବକ ଗିରଫ
ଆଞ୍ଚଳିକ

ପୋସ୍କୋ କଲୋନୀରୁ ଚୋରି, ଗାଡି ସମେତ ଯୁବକ ଗିରଫ

July 20, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: କୁଜଙ୍ଗ ଥାନା ଅଧିନ ବଡ଼ଗବପୁର ଅଂଚଳରେ ଥିବା ପରିତ୍ୟକ୍ତ ପୋସ୍କୋ କଲୋନୀରୁ ମଙ୍ଗବାର ଦିନ ପୂର୍ବାହ୍ନରେ ଇଟା ଓ ଦସ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀକୁ ଚୋରି କରିନେଇଯାଉଥିବା  କୁଜଙ୍ଗ ଥାନାରେ ବଡ଼ଗବପୁର ଗ୍ରାମର ଉପେନ୍ଦ୍ର ମଲ୍ଲିକ୍ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୋଗ ଆଧାରରେ ପୋଖରିଆପଡ଼ା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ରାଉଳଙ୍କ ପୁଅ ତୋଫାନ ରାଉଳଙ୍କୁ ଗିରଫ କରିଥିଲା। ତତ୍ ସହିତ ଟ୍ରାକ୍ଟର ଓଡି୨୧ଏନ୍‌୫୮୭୬ ଓ  ଡାଲା ନମ୍ବର ଓଡି୨୯ଏଫ୍‌୩୩୧୫ ସମେତ ଏକ ସ୍କୁଟି ଯାହାର ନମ୍ବର ଓଡି୦୫ଭି୧୨୯୭ ଓ ମଟର ସାଇକେଲ ଓଡି୨୧ଏଲ୍‌୪୮୧୪ ଗାଡିଟିକୁ ପୋଲିସ୍ ଘଟଣା ସ୍ଥଳରୁ ସିଜ୍  କରିଥିବା ଜଣା ପଡିଛି।

ଅପରପକ୍ଷେ ଏହି ଘଟଣାରେ ସମ୍ପୃକ୍ତ ଥିବା ରାଜୀବ ନାୟକ ଓ ସମୀର ମଲ୍ଲିକ୍ ଫେରାର ଥିବା ଜଣାପଡିଛି। ପ୍ରକାଶ ଯେ, ମଙ୍ଗଳବାର ପୂର୍ବାହ୍ନ ୧୧ ଘଟିକା ସମୟରେ ପୋଖରିଆ ପଡ଼ା ଗ୍ରାମର ରାଜୀବ, ସମୀର ଓ ତୋଫାନ ଏକ ଟ୍ରାକ୍ଟର ଦ୍ୱାରା ପୋସ୍କୋ କଲୋନୀରୁ ଇଟା ଓ ଦସ୍ତା ଚୋରି କରି ଗାଡିରେ ଲୋଡ କରୁଥିବା ବଡ଼ଗବପୁର ଗ୍ରାମର ଉପେନ୍ଦ୍ର ଦେଖିଥିଲେ। ତୁରନ୍ତ ଉପେନ୍ଦ୍ର କୁଜଙ୍ଗ ଥାନାରେ ଏ ନେଇ ଅଭିଯୋଗ କରିବା ପରେ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ ସଦଳବଳେ ଘଟଣାସ୍ଥଳରେ ପହଁଚିଥିଲେ। ପୋଲିସ୍‌କୁ ଦେଖି ସମୀର ଓ ରାଜୀବ ଚମ୍ପଟ ମାରିଥିବା ବେଳେ ତୋଫାନ ପୋଲିସ୍ ହାବୁଡରେ ପଡିଯାଇଥିଲା। ପୋଲିସ୍ ଘଟଣାସ୍ଥଳରୁ ତୋଫାନକୁ ଉଠାଇ ଆଣିବା ସହିତ ଗୋଟେ ଇଟା ବୋଝେଇ ଟ୍ରାକ୍ଟର, ସ୍କୁଟି ଓ ମଟର ସାଇକେଲକୁ ଯବତ କରିଛି।

ଆଜି ଏହି ଘଟଣାରେ କେସ୍ ନଂ ୩୫୩/୨୩ ରେ ମାମଲା ରୁଜ୍ଜୁ କରି ତୋଫାନକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

କୁଜଙ୍ଗ ଥାନା ଯୁବକ ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026
Latest News

ମିଳିଲାନି ରକ୍ତ, ଚାଲିଗଲା ୫ ବର୍ଷୀୟ ଶିଶୁପୁତ୍ରର ଜୀବନ : ଧର୍ମଗଡ ହସ୍ପିଟାଲରେ ଉତ୍ତେଜନା

June 20, 2026

ଜୁଲାଇ ୧ରୁ ସରକାରୀ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଚେତାବନୀ, ସମୂହ ଇସ୍ତଫା ପାଇଁ ପ୍ରସ୍ତୁତ OMSA

June 20, 2026

ହନୁମାନ ମନ୍ଦିରରେ ବଡ଼ ଦୁର୍ଘଟଣା: ଛାତ ଭୁଷୁଡି ୭ ମୃତ, ଉଦ୍ଧାର କାର୍ଯ୍ୟ

June 20, 2026

ସୋଆ ଆଭିଏସ୍‌ଏଏଚ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କ କର୍ମାଭିମୁଖୀ ଆଲୋଚନାଚକ୍ର ଆୟୋଜିତ

June 20, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ଥନ କଲେ ଶଶି ଥରୁର: ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କଲା ବିଜେପି

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.