Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନୂତନ ଖୋର୍ଦ୍ଧା ଏସପିଙ୍କ ବାଣପୁର ଓ ବାଲୁଗାଁ ଥାନା ପରିଦର୍ଶନ
ଆଞ୍ଚଳିକ

ନୂତନ ଖୋର୍ଦ୍ଧା ଏସପିଙ୍କ ବାଣପୁର ଓ ବାଲୁଗାଁ ଥାନା ପରିଦର୍ଶନ

April 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧାରେ ନୂତନ ଏସପି ଭାବେ ଗତ ଦୁଇ ଦିନ ତଳେ ଅବିନାଶ କୁମାର ଯୋଗଦେବା ପରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳ ଗସ୍ତକରି ସେଠାକାର ନିର୍ବାଚନ ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ସ୍ଥିତି ତଦାରଖ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ନୂତନ ଏସପି ଗତକାଲି ବାଲୁଗାଁ ଓ ବାଣପୁର ଥାନା ପରିଦର୍ଶନ କରିଥିଲେ।  ଅପରାହ୍ନରେ ବାଲୁଗାଁ ଥାନା ପହଞ୍ଚିବା ପରେ ଏସପିଙ୍କୁ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ଏବଂ ଅନ୍ୟ ସମସ୍ତ ପୋଲିସ କର୍ମଚାରୀ ମାନେ ଗାର୍ଡ ଅଫ ଅନର ପ୍ରଦାନ କରିବା ସହ ସ୍ୱାଗତ ଜଣାଇଥିଲେ।

ଏହି ଅବସରରେ ଏସପି ଶ୍ରୀ କୁମାର ବାଲୁଗାଁ ଥାନା ଏବଂ ଏହାର ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ସୀମାରେ ଥିବା ନାଭାଲ ଫାଣ୍ଡି ଅଞ୍ଚଳ ପରିଦର୍ଶନ କରିଥିଲେ।  ସଂନ୍ଧ୍ୟାରେ ନୂତନ ଏସପି ବାଣପୁର ଥାନାରେ ପହଞ୍ଚି ସେଠାର ଆଇନ ଶୃଙ୍ଖଳା ସ୍ଥିତି ପରଖିଥିଲେ।

ଏହି ଅବସରରେ ତାଙ୍କୁ ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା ଏବଂ ଥାନାର ସମସ୍ତ ପୋଲିସ କର୍ମଚାରୀ ମାନେ ଗାର୍ଡ ଅଫ ଅନର ପ୍ରଦାନ କରିବା ସହ ସ୍ୱାଗତ ଜଣାଇଥିଲେ।  ତେବେ ସାଧାରଣ ନିର୍ବାଚନରେ ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଚଳିତ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳା ଭାବେ ପରିଚାଳନା କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଏସପି ତାଗିଦ କରିଥିଲେ।

ଅବିନାଶ କୁମାର ଖୋର୍ଦ୍ଧା ଏସପି ବାଣପୁର ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଲୁଗାଁରେ ଉଦଘାଟିତ ହେଲା ନୂଆ ସିନେମା ହଲ ଜଗଦମ୍ବା, ମନ୍ତ୍ରୀ ପୃଥ୍ବୀରାଜ କଲେ ଉଦଘାଟନ

July 19, 2026
Latest News

ଅମରନାଥ ଯାତ୍ରାରେ ଭକ୍ତଙ୍କ ଭିଡ଼: ଏପର୍ଯ୍ୟନ୍ତ ବାବା ବର୍ଫାନୀଙ୍କ ଦର୍ଶନ କଲେ ୪ ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ

July 27, 2026

NEET ପ୍ରତିବାଦ ସମୟରେ ବିବାଦୀୟ ପୋଷ୍ଟର: ଅଜ୍ଞାତ ମହିଳାଙ୍କ ବିରୋଧରେ ମାମଲା ରୁଜୁ

July 27, 2026

କଣ୍ଟାବାଞ୍ଜିଠାରେ ବିଶାଳ ‘ମିଶ୍ରଣ ପର୍ବ’: ବିଜେପି ରେ ଯୋଗଦେଲେ ବିଜେଡ଼ି ଏବଂ କଂଗ୍ରେସ କର୍ମୀ

July 27, 2026

ଆଜି ଜୁଲାଇ ୨୭ ତାରିଖ ସୋମବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭବେଳା

July 27, 2026

ଇତିହାସ ରଚିଲେ ଓଡ଼ିଶାର ଝିଅ: ‘ଇଣ୍ଡିଆନ୍ ଆଇଡଲ୍ ୧୬’ ଜିତିଲେ ଜ୍ୟୋତିର୍ମୟୀ ନାୟକ

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.