ବର୍ଷାରେ ଘୋଷରାମାଳ-ଲାଣ୍ଡିମାଳ ରାସ୍ତା କ୍ଷତିଗ୍ରସ୍ତ

Published: Jun 24, 2024, 7:57 am IST

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ଘୋଷରାମାଳ ପଂଚାୟତ ରେ ଦୁଇ ଘଣ୍ଟା ପ୍ରବଳ ବର୍ଷା ହେବା ଫଳ ରେ ନାହିଁ ନ ଥିବା କ୍ଷୟକ୍ଷତି ହୋଇଛି।  ଘୋଷରାମାଳ ଠାରୁ ଲାଣ୍ଡିମାଳ ଯାଇଥିବା ରାସ୍ତା ମଝିରେ ବହି ଯାଉଥିବା ଚମ୍ପାଳି ନଈର ପୋଲ୍ ର ଉଇଙ୍ଗ୍ ପିଲର୍ ଭିତରୁ ମାଟି ଧୋଇ ହୋଇ ଯାଇଛିି। ମାତ୍ର ଦୁଇ ଘଣ୍ଟା ର ବର୍ଷାରେ ଏଭଳି ଅବସ୍ଥା ହୋଇଛି। ଅଧିକ ବର୍ଷା ହେଲେ ସଂପୂର୍ଣ୍ଣ ଧୋଇ ହୋଇଯିବ ବୋଲି ଆଶଙ୍କା କରାଯାଉଛି।

ଘୋଷରାମାଳ-ଲାଣ୍ଡିମାଳ ରାସ୍ତା ଉପରେ ପାଞ୍ଚଟି ଗ୍ରାମର ଶ୍ରମିକ, ଚାଷୀ, ଚାକରିଆ ଓ ଛାତ୍ର ଛାତ୍ରୀ ନିର୍ଭର କରିଥାଆନ୍ତି। ଏହି ରାସ୍ତା ଦେଇ ଛାତ୍ର ଛାତ୍ରୀ ହାଇ ସ୍କୁଲ, ଆଦର୍ଶ ବିଦ୍ୟାଳୟ, ଶିଶୁ ମନ୍ଦିର ଓ ନାକଟିଦେଉଳ ମହାବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥାଆନ୍ତି।

ସୂଚନା ଯୋଗ୍ୟ ଯେ, ଦୁଇ ବର୍ଷ ହେଲା ଘୋଷରାମାଳ ଠାରେ ସାପ୍ତାହିକ ହାଟ ଖୋଲିଛି।  ଲୋକଙ୍କ କହିବା ଅନୁସାରେ ନିମ୍ନ ମାନର କାର୍ଯ୍ୟ ପାଇଁ ରାସ୍ତାର ଅବସ୍ଥା ଏମିତି ହୋଇଛି।  ଘୋଷରାମାଳ-ଲାଣ୍ଡିମାଳ ରାସ୍ତାର ପୁନର୍ନିର୍ମାଣ ପାଇଁ ଦାବୀ ହେଉଛି।

Related posts