ପିକଅପ ଭ୍ୟାନ ସହ ୯.୦୮ କୁଇଣ୍ଟାଲ କେନ୍ଦୁପତ୍ର ଜବତ, ୨ ଗିରଫ

Published: Sep 18, 2024, 8:08 pm IST

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବେଆଇନ କେନ୍ଦୁପତ୍ର ଚୋରା ଚାଲାଣ ବଢ଼ିବାରେ ଲାଗିଛି। ବାରମ୍ବାର ଏମିତି କେନ୍ଦୁପତ୍ର ଚାଲାଣ ହେଉଥିବାରୁ ବନ ବିଭାଗର ମୁଣ୍ଡବ୍ୟଥାର କାରଣ ହେଉଛି। ବନ ବିଭାଗ ବୁଧବାର ରାତି ୧୨.୩୦ରେ ରେଢ଼ାଖୋଲ ବନଖଣ୍ଡ ଶିମିଳିପାଳ ଛକ ନିକଟରେ ଚଢାଉ କରି ପିକ ଅପ ଗାଡ଼ି( ଓଡି୨୮ଡି୩୯୩୭)ସହ ୧୯୨ବଣ୍ଡଲ ( ୯.୦୮ କ୍ଵିଣ୍ଟାଲ) କେନ୍ଦୁପତ୍ର ଜବ କରିଛି।

କେନ୍ଦୁପତ୍ର ଚୋରା ଚାଲାଣ ଅଭିଯୋଗରେ ବନ ବିଭାଗ ୨ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଘୁଣ୍ଟେଲିପଶି ଗ୍ରାମର ଦୁଶ୍ମନ୍ତ ବଘାର (୨୭) ଓ କୃଷ୍ଣ ସାହୁ (୨୭) ଙ୍କୁ ଗିରଫ କରିଛି ବନବିଭାଗ। ପିକଅପ ଗାଡ଼ିରେ ବେଆଇନ ଭାବେ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଶିମିଳିପାଳ ଗ୍ରାମ ଛକ ନିକଟରେ ଛକି ରହିଥିଲା। ପିକଅପକୁ ଅଟକାଇ କେନ୍ଦୁପତ୍ର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା। ଏ ସଂକ୍ରାନ୍ତରେ ବନବିଭାଗ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ମାନଙ୍କୁ ଅଟକ ରଖିଛି।

Related posts