Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବ୍ୟକ୍ତିତ୍ୱ ବିକାଶର ପ୍ରକୃଷ୍ଟ ମାଧ୍ୟମ ହିଁ ସେବା
ଆଞ୍ଚଳିକ

ବ୍ୟକ୍ତିତ୍ୱ ବିକାଶର ପ୍ରକୃଷ୍ଟ ମାଧ୍ୟମ ହିଁ ସେବା

September 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ଏନଏସଏସ ଦିବସ ପାଳିତ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଜାତୀୟ ସେବା ଯୋଜନାର ୫୫ତମ ସ୍ଵନକ୍ଷତ୍ର ଦିବସ ଅବସରରେ ନିମନ୍ତ୍ରିତ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଏହାକୁ ଉଦଘାଟନ କରିବା ପରେ ସ୍ବେଛାସେବୀ ପ୍ରଜ୍ଞାସ୍ମିତା ସାହୁ ଦେଶାତ୍ମବୋଧକ ସଂଗୀତ ଗାନ କରି ସ୍ବେଛାସେବୀ ମାନଙ୍କୁ ଅନୁପ୍ରାଣିତ କରିଥିଲେ।

ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ ଜାତୀୟ ସେବା ଯୋଜନାର ସ୍ବେଛାସେବୀମାନେ ସେମାନଙ୍କର ନିଷ୍ଠା ଓ ସେବା ମାଧ୍ୟମରେ ବାଲୁଗାଁ ମହାବିଦ୍ୟାଳୟର ଗାରିମାକୁ ରାଜ୍ୟ ଓ ଜାତୀୟ ସ୍ତରରେ ବହୁଗୁଣିତ କରିପାରିଛନ୍ତି। ନିମନ୍ତ୍ରିତ ଅତିଥି ବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀସୋମ ଯୋଗଦେଇ ଜାତୀୟ ସେବା ଯୋଜନାର ବହୁମୁଖୀ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ ସହ ଶିକ୍ଷାର୍ଥୀ ମାନଙ୍କର ବୌଦ୍ଧିକ ଓ ସର୍ଜନାତ୍ମକ ଦକ୍ଷତା କିପରି ପରିପୂରକ ତାହା ଉପସ୍ଥାପନ କରିଥିଲେ। ସେ ପୁଣି କହିଲେ ଯେ ପ୍ରତିଟି ଶିକ୍ଷାର୍ଥୀଠାରେ ଅସୀମ ସମ୍ଭାବନା ରହିଛି। ଏନଏସଏସ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀର ଅନ୍ତର୍ନିହିତ ଶକ୍ତିର ବିକାଶ ଘଟିବା ସହ ରାଷ୍ଟ୍ରନିର୍ମାଣ କ୍ଷେତ୍ରରେ ସେ ସହାଭାଗୀ ହୋଇଥାଏ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ବିବେକାନନ୍ଦ କେନ୍ଦ୍ର ସଂଚାଳକ ବୈରାଗୀ ବଳ ଓ ସ୍ବେଛାସେବୀ ଆସମା ବେଗମ ଯୋଗଦେଇ ସେବା କ୍ଷେତ୍ରରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିବା ସହ ସେବା କ୍ଷେତ୍ରରେ ନେତୃତ୍ୱ ନେବାର କୌଶଳ ସମ୍ପର୍କରେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅଧ୍ୟାପିକା ଝରଣା ନାଥ,ସ୍ନିଗ୍ଧା ରାଣୀ ମୁଦୁଲି,ପ୍ରାକ୍ତନ ସ୍ବେଛାସେବୀ ବବୁଲ ରଣସିଂହ,ସଂଧ୍ୟା ରାଣୀ ବେହେରା ଓ ମୋନାଲିସା ରାଉତଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳନ ହୋଇଥିବା ସୁଭଦ୍ରା ଯୋଜନା ସଚେତନତା କାର୍ଯ୍ୟକ୍ରମ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା। ଧନ୍ୟବାଦ ଅର୍ପଣ କରିଥିଲେ ମହିଳା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରୀନା ରାଉତ।  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଓ ରଶ୍ମୀପ୍ରିୟା ବେହେରା।

ଜାତୀୟ ସେବା ଯୋଜନା ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବ

September 2, 2026

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026
Latest News

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା: ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଟଙ୍କା ସହାୟତା

September 4, 2026

ନେପାଳ ବନ୍ୟାର ନଅ ଦିନ ପରେ ହେଲା ଚମତ୍କାର!: ଭଗ୍ନାବଶେଷରୁ ଦୁଇ ଶ୍ରମିକ ଜୀବିତ ଉଦ୍ଧାର

September 4, 2026

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଡକାୟତ ଲୋକେଶ ଗୁରୁତର, ଜଣେ ଫେରାର

September 4, 2026

ଇସ୍ରୋର ଐତିହାସିକ ସଫଳତା: ମହାକାଶକୁ ଗଲା ଭାରତର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍

September 4, 2026

ଏସିଆ କପରେ ଶତକ ହାସଲ କରି ୧୦ଟି ବଡ଼ ରେକର୍ଡ ଭାଙ୍ଗିଲେ ସ୍ମୃତି ମନ୍ଧାନା

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.