Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ରୋଭର୍ସ ଓ ରେଞ୍ଜର୍ସ ଙ୍କ ଦ୍ଵାରା “କୁପୋଷଣ ପ୍ରତିକାର” ସଚେତନତା କାର୍ଯ୍ୟକ୍ରମ
ଆଞ୍ଚଳିକ

ବାଣପୁର: ରୋଭର୍ସ ଓ ରେଞ୍ଜର୍ସ ଙ୍କ ଦ୍ଵାରା “କୁପୋଷଣ ପ୍ରତିକାର” ସଚେତନତା କାର୍ଯ୍ୟକ୍ରମ

October 6, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ସକାଳ ୦୮.୦୦ ଘଟିକା ସମୟରେ ଗୋଦାବରୀଶ ମହାବିଦ୍ୟାଳୟର ରୋଭର ଓ ରେଞ୍ଜର ମାନଙ୍କ ଦ୍ୱାରା ପୋଷ୍ୟଗ୍ରାମ୍ୟ ବେଙ୍ଗରାଜ ପଲ୍ଲୀରେ ଅଧ୍ୟକ୍ଷ ବିନାୟକ ହୋତା, ରୋଭର ଲିଡର ଆଦିତ୍ୟ ସାରଥୀ ବେଦମତ୍ତା, ରେଞ୍ଜର ଲିଡର ଉତ୍କଳିକା ପାଢ଼ୀ, ପୂର୍ବତନ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ, ସମାଜ ସେବୀ ରବିନାରାୟଣ ପାଲ୍ ଙ୍କ ଉପସ୍ଥିତି ରେ ଏକ “କୁପୋଷଣ ନିରାକରଣ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଏକକ ଅଭିନୟ, ନୃତ୍ୟ ପରିବେଷଣ ଓ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ପରିଶେଷରେ ଅଧ୍ୟକ୍ଷ ଶ୍ରୀ ହୋତା ଗ୍ରାମବାସୀ ମାନଙ୍କୁ ନିଜ ବାଡ଼ିରେ ସଜନା ଛୁଇଁ, ଅମୃତ ଭଣ୍ଡା, ଶାଗ, ପନିପରିବା ଚାଷ କରି ପିଲା ମାନଙ୍କୁ ମାଣ୍ଡିଆ, ଚୂଡା, ଛତୁଆ, ଗଜାମୁଗ, ଗଜାବୁଟ ଖାଇବା ଅଭ୍ୟାସ କରିବା ପାଇଁଁ ପରାମର୍ଶ ଦେଇଥିଲେ।

ଶ୍ରୀଯୁକ୍ତ ବଳ ସୁଷମ ଖାଦ୍ୟ ଓ କ୍ରୀଡ଼ାର ଆବଶ୍ୟକତା ବିଷୟରେ ସୂଚନା ଦେଇଥିଲେ। ଶ୍ରୀଯୁକ୍ତ ପାଲ୍ ପିଲାମାନଙ୍କୁ ଅଣ୍ଡା, କଦଳୀ ଓ ବିସ୍କୁଟ ବିତରଣ କରିଥିଲେ। ଶ୍ରୀଯୁକ୍ତ ବେଦମତ୍ତା ପୋଷଣ ଖାଦ୍ୟ ର ଆବଶ୍ୟକତା ବିଷୟରେ ମନ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ରୋଭର ତୁଷାର କାନ୍ତ ମଲ୍ଲିକ, ରେଞ୍ଜର ଚିନ୍ମୟୀ ମିଶ୍ର, ରୋଭର ସଂଗ୍ରାମ କେଶରୀ ପ୍ରଧାନ, ରୋଭର ଆକାଶ ବେହେରା, ରେଞ୍ଜର ମୋନାଲିସା ବେହେରା ଓ ରେଞ୍ଜର ଗାୟତ୍ରୀ ସାହୁ ପରିଚାଳନା କରିଥିଲେ।

ପୁରାତନ ରୋଭର ମିଥୁନ, ସୁନିଲ୍, ସାଇପ୍ରସାଦ ଓ ସଞ୍ଜିତ ଯୋଗ ଦେଇଥିଲେ। ରେଞ୍ଜର ଲିଡର ସୁଶ୍ରୀ ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ।

ବାଣପୁର ସଚେତନତା କାର୍ଯ୍ୟକ୍ରମ ସାଂସ୍କୃତିକ କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ

July 27, 2026

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026
Latest News

ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲ୍ ସମ୍ବାଦରେ ସାମିଲ ହେଲେ ସମ୍ବଲପୁରର ଅଖିଳେନ୍ଦ୍ର ଶାସନୀ

July 28, 2026

ଏବେ ଏକ୍ସପ୍ରେସ୍ ଡେଲିଭରି ପାଇଁ ଉପଲବ୍ଧ ହେବ LPG ସିଲିଣ୍ଡର: କିପରି କରିବେ ବୁକ୍

July 28, 2026

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ‘ନିଶାମୁକ୍ତ ଭାରତ ଅଭିଯାନ’ ଆୟୋଜିତ

July 28, 2026

ଲଞ୍ଚ ହେଲା ନୂତନ ଭାରତୀୟ EV ବାଇକ୍: ଗୋଟିଏ ଚାର୍ଜରେ ଚାଲିବ 260 କିମି, ଜାଣନ୍ତୁ ମୂଲ୍ୟ

July 28, 2026

ପ୍ରିୟଙ୍କା ଗାନ୍ଧୀଙ୍କ ବୟାନକୁ ନେଇ ସଂସଦରେ ହଙ୍ଗାମା: କ୍ଷମା ଦାବି କଲେ କିରେନ ରିଜିଜୁ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.