Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଶେଷ ହେଲା ମା ଭଗବତୀଙ୍କ ଶାରଦୀୟ ଉତ୍ସବ,  ଛଅ ଭଉଣୀଙ୍କୁ ବିଦାୟ ଦେଇ ପିତ୍ରାଳୟକୁ ବାହୁଡ଼ିଲେ ମା
ଧର୍ମ

ଶେଷ ହେଲା ମା ଭଗବତୀଙ୍କ ଶାରଦୀୟ ଉତ୍ସବ,  ଛଅ ଭଉଣୀଙ୍କୁ ବିଦାୟ ଦେଇ ପିତ୍ରାଳୟକୁ ବାହୁଡ଼ିଲେ ମା

October 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶେଷ ହେଲା ମା ଭଗବତୀଙ୍କ ଶାରଦୀୟ ଉତ୍ସବ,  ଛଅ ଭଉଣୀଙ୍କୁ ବିଦାୟ ଦେଇ ପିତ୍ରାଳୟକୁ ବାହୁଡ଼ିଲେ ମା

ବାଣପୁର( ସୀତାରାମ ଅଗ୍ରହୱାଲ): ଛଅ ଭଉଣୀଙ୍କୁ ବିଦାୟ ଦେଇ ପିତ୍ରାଳୟକୁ ବାହୁଡ଼ିଲେ ମା’ଭଗବତୀ’ । ବାଣପୁରରେ ଶାରଦୀୟ ପର୍ବ ଶେଷ। ବାଣପୁର ଦୀର୍ଘ 16 ଦିନର ମହାର୍ଘବେଳାରେ ଭିତର ଓ ବାହାର ପର୍ବ ଗୃହରେ ମା’ଙ୍କ ଆବାହନ ସଂସ୍ଥାପନ, ଚଣ୍ଡୀପାଠ , ବଗଳା ସ୍ତୋତ୍ର ଫଠନ , ଦୀପ, ଧୂପ ନୈବେଦ୍ୟ ଅର୍ପଣ, ଯାଗଯଜ୍ଞ, ଆଳତୀ ଗୁପ୍ରପୂଜା, ବନ୍ଦାପନା ପରେ ପହଡ଼ ପରି ନିତି କାନ୍ତି ଇତ୍ୟାଦି ଏକ ବିଚିତ୍ରମୟ ପରିବେଶ ସୃଷ୍ଟି କରିଥିଲା।

ପ୍ରତ୍ୟହ ମା’ ଭଗବତୀଙ୍କ ସହିତ ମା’ ମାନଙ୍କର ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ,ବେଶ ,ବଲ୍ଲଭ ପରେଶଙ୍କୁଡ଼ି ଧୂପ, ସଂଧ୍ୟାରେ ନିଶଙ୍କୁଡ଼ି ପୂଜା ପରେ ଦେବୀ ନୃତ୍ୟ , “କାଠିନୃତ୍ୟ “ବଳି ଜେନାନୃତ୍ୟ ଇତ୍ୟାଦି ପାରମ୍ପରିକ ନୀତି କାନ୍ତି ଓମଧ୍ୟରାତ୍ରରେ ଗୁପ୍ତ ପୂଜା ଦର୍ଶନ କରିବାପାଇଁ,ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ,”ଜୟମା ଭଗବତୀଙ୍କର ଜୟ” ଧ୍ୱନୀରେ ଉଚ୍ଛୁଳି ପଡ଼ୁଥିଲା ପାଟ ଅଗଣା।

ମୂଳାଷ୍ଟମୀଠାରୁ କୃଷ୍ଣ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମା’ଙ୍କ ମନ୍ଦିର ବେଢ଼ା ଭିତର ପର୍ବଗୃହରେ କେବଳମା’ ଭାଗବତୀ ଓ ଗଡ଼ଦେବୀ ମା’ କନକଦୁର୍ଗାଙ୍କ ସପ୍ତ ଦିନ ବ୍ୟାପି ପର୍ବ “ଯାହାକୁ ଭିତର ପର୍ବ କୁହାଯାଏ” ପାଳିତ ହୋଇଥିବାବେଳେ ମହାଳୟା ଅମାବାସ୍ୟାରେ ସପ୍ତମାତୃକା ପୂଜାର ପ୍ରତୀକମା’ଭଗବତୀ ଙ୍କ ସହିତ ମା’ ବିରିଜାଇ, ମା’ନାରାୟଣୀ,ମା’ଶିଦ୍ଧେଶ୍ଵରୀ, ମା’ କନକଦୁର୍ଗା, ଓ ସ୍ଥାନାଧିପତିମା’ବୁଢ଼ି ଠାକୁରାଣିଙ୍କ ମିଳନ ମହୋତ୍ସବ ବା “ଭେଟ’କୁ ଏଠି ଭେଟଅମାବାସ୍ୟା ବୋଲି କୁହାଯାଏ।

ଏହି ଦିନଠାରୁ ସାତ ଭଉଣୀ ଦଶହରା ପର୍ଯ୍ୟନ୍ତ ମନ୍ଦିର ବେଢ଼ା ବାହାରେ ଥିବା ବଙ୍କାଡ଼ଗଡ଼ର ରାଜପ୍ରତିଷ୍ଠିତ ସାତବଖରା ଘରେ ରହି ଦଶହରା ପର୍ଯ୍ୟନ୍ତ ପର୍ବ ପାଳନ କରି ଶେଷରେ ବିଜୟାଦଶମୀର ମଧ୍ୟରାତ୍ରରେ ଛଅଭଉଣୀଙ୍କୁ ସସମ୍ମାନେ ଶାଢ଼ି, ଚ଼ୁଡ଼ି, ଅଳତା , ସିନ୍ଦୁର ସହିତ ବିଦାୟ ଦେଇ ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରକୁ ବାହୁଡ଼ିଲେ ମା’ ଭାଗବତୀ’।

ବାଣପୁରର ଏହି ନିଆରା ଢଙ୍ଗରେ ପାଳିତ ପ୍ରଚୀନ ପରମ୍ପରାରପର୍ବ ଷୋଳଦିନ ଧରି ବାଣପୁର ବଡ଼ଦାଣ୍ଡ ସୁନ୍ଦର ଝଲମଲ ଆଲୁଅରେ ଆଲୋକିକରଣ, ତୋରଣମାଳା, ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମରେ ଉଚ୍ଛୁଳି ପଡ଼ୁଥିଲା । ମା’ଙ୍କ ଭେଟଯାତ୍ରା ଦେଖିବାକୁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।

ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ବାଲୁଗାଁଉପଖଣ୍ଡଆରକ୍ଷୀ ଅଧିକ୍ଷକ ସ୍ଥାନୀୟ ବାଣପୁର ଥାନା ଓ ବାଲୁଗାଁ ଥାନା ଆରକ୍ଷୀ ଅଧିକାରୀ, ପରିମଳ ଓ ଆଲୋକିକରଣରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ, ସ୍ଥାନୀୟ ପ୍ରଶାସନ, ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ବିଦ୍ୟୁତ ବିଭାଗର କର୍ମଚାରୀ, ଦେବୋତ୍ତର କାର୍ଯ୍ୟାଳୟର ସମସ୍ତ କର୍ମଚ଼ାରୀ, ମନ୍ଦିରର ସମସ୍ଥ ନିଯୋଗୀ ଓ ଗହଣ ସେବାୟତ, ସ୍ଥାନୀୟଗଣମାଧ୍ୟମର ପ୍ରତିନିଧି, ଜନପ୍ରତିନିଧି ଏବଂ ବାଣପୁର ଜନସାଧାରଣ ସମସ୍ତ ପ୍ରକାର ଅକୁଣ୍ଠ ସହଯୋଗ ଯୋଗାଇଦେଇଥିବା କଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

banpur DurgaPuja DurgaPuja2024 Maa Bhagabati ବାଣପୁର ମା’ ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦୀପାବଳି, ହିନ୍ଦୁ ଧର୍ମର ଏହି ଲୋକପ୍ରିୟ ପର୍ବର କିଛି ଜଣା ଅଜଣା କଥା

October 12, 2025

ପୁରୀ ଶ୍ରୀମନ୍ଦିରକୁ ରେଡ ଜୋନ୍ ରୂପେ ଘୋଷଣା କଲେ ଭାରତ ସରକାର

October 12, 2025

ପଶ୍ଚିମବଙ୍ଗରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଝିଅର ବାପାଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

October 12, 2025

ସେନାର ଅଗ୍ନିପଥ ଯୋଜନା ପାଇଁ ଆସନ୍ତା ୨୨ ରୁ ୨୬ ଯାଏଁ ଭୁବନେଶ୍ୱରରେ ନିଯୁକ୍ତି ଶିବିର

October 12, 2025
Latest News

କେବଳ ସିଗାରେଟ୍ ଧୂଆଁ ନୁହେଁ, ଧୂପକାଠିର ଧୂଆଁ ମଧ୍ୟ ବିପଦଜନକ; ଫୁସଫୁସକୁ ପହଞ୍ଚାଏ ଯଥେଷ୍ଟ କ୍ଷତି 

October 12, 2025

ଦୀପାବଳି, ହିନ୍ଦୁ ଧର୍ମର ଏହି ଲୋକପ୍ରିୟ ପର୍ବର କିଛି ଜଣା ଅଜଣା କଥା

October 12, 2025

ପୁରୀ ଶ୍ରୀମନ୍ଦିରକୁ ରେଡ ଜୋନ୍ ରୂପେ ଘୋଷଣା କଲେ ଭାରତ ସରକାର

October 12, 2025

ପଶ୍ଚିମବଙ୍ଗରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଝିଅର ବାପାଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

October 12, 2025

ସେନାର ଅଗ୍ନିପଥ ଯୋଜନା ପାଇଁ ଆସନ୍ତା ୨୨ ରୁ ୨୬ ଯାଏଁ ଭୁବନେଶ୍ୱରରେ ନିଯୁକ୍ତି ଶିବିର

October 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.