ପ୍ରତିଶ୍ରୁତି ପୂରଣ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ, କୃତଜ୍ଞତା ଜଣାଇଲେ ଛାତ୍ରଛାତ୍ରୀ

Published: Oct 16, 2024, 7:34 pm IST

ବାଣପୁର: ନାଚୁଣୀ ମହାବିଦ୍ୟାଳୟର ମୁଖ୍ୟ ରାସ୍ତାଟି ନଷ୍ଟ ହୋଇଯାଇଥିବା ବେଳେ ନୂତନ ରାସ୍ତା ନିର୍ମାଣ ପାଇଁ ମହାବିଦ୍ୟାଳୟର ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀ ମାନେ ପୂର୍ବ ସରକାରଙ୍କ ସମୟରେ ପ୍ରଶାସନିକ ଅଧିକାରୀଙ୍କଠୁ ଆରମ୍ଭ କରି ବରିଷ୍ଠ ଜନ ପ୍ରତିନିଧିଙ୍କ ନିକଟରେ ବାରମ୍ବାର ଅନୁରୋଧ କରିଥିଲେ ସୁଦ୍ଧା ତାହାର କୌଣସି ସମାଧାନ ହୋଇପାରିନଥିଲା। ତେବେ ନିକଟରେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମହାବିଦ୍ୟାଳୟର ସମର୍ଦ୍ଧନା ଉତ୍ସବରେ ଯୋଗଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଉକ୍ତ ଦାବିକୁ ତୁରନ୍ତ ଗ୍ରହଣ କରିବା ସହ ଆସନ୍ତା ଦଶ ଦିନ ମଧ୍ୟରେ ଉକ୍ତ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଥିଲେ।

ଫଳସ୍ୱରୂପ ନିକଟରେ ଉକ୍ତ ରାସ୍ତା କାର୍ଯ୍ୟ ନିର୍ମାଣ ଆରମ୍ଭ ହୋଇଛି ଏବଂ ଦୁଇରୁ ଚାରି ଦିନ ମଧ୍ୟରେ ତାହା ସମ୍ପୂର୍ଣ୍ଣ ମଧ୍ୟ ହେବ। ଯାହାକୁ ଦେଖି ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। ଦୀର୍ଘ ଦିନର ଦାବି ତଥା ଦୀର୍ଘ ଦିନର ଅବ୍ୟବସ୍ଥା ପରେ ନୂତନ ରୋଡ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ନିଜର କଥା ରଖିଥିବାରୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।

Related posts