Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରତିଶ୍ରୁତି ପୂରଣ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ, କୃତଜ୍ଞତା ଜଣାଇଲେ ଛାତ୍ରଛାତ୍ରୀ
ଆଞ୍ଚଳିକ

ପ୍ରତିଶ୍ରୁତି ପୂରଣ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ, କୃତଜ୍ଞତା ଜଣାଇଲେ ଛାତ୍ରଛାତ୍ରୀ

October 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ନାଚୁଣୀ ମହାବିଦ୍ୟାଳୟର ମୁଖ୍ୟ ରାସ୍ତାଟି ନଷ୍ଟ ହୋଇଯାଇଥିବା ବେଳେ ନୂତନ ରାସ୍ତା ନିର୍ମାଣ ପାଇଁ ମହାବିଦ୍ୟାଳୟର ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀ ମାନେ ପୂର୍ବ ସରକାରଙ୍କ ସମୟରେ ପ୍ରଶାସନିକ ଅଧିକାରୀଙ୍କଠୁ ଆରମ୍ଭ କରି ବରିଷ୍ଠ ଜନ ପ୍ରତିନିଧିଙ୍କ ନିକଟରେ ବାରମ୍ବାର ଅନୁରୋଧ କରିଥିଲେ ସୁଦ୍ଧା ତାହାର କୌଣସି ସମାଧାନ ହୋଇପାରିନଥିଲା। ତେବେ ନିକଟରେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମହାବିଦ୍ୟାଳୟର ସମର୍ଦ୍ଧନା ଉତ୍ସବରେ ଯୋଗଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଉକ୍ତ ଦାବିକୁ ତୁରନ୍ତ ଗ୍ରହଣ କରିବା ସହ ଆସନ୍ତା ଦଶ ଦିନ ମଧ୍ୟରେ ଉକ୍ତ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଥିଲେ।

ଫଳସ୍ୱରୂପ ନିକଟରେ ଉକ୍ତ ରାସ୍ତା କାର୍ଯ୍ୟ ନିର୍ମାଣ ଆରମ୍ଭ ହୋଇଛି ଏବଂ ଦୁଇରୁ ଚାରି ଦିନ ମଧ୍ୟରେ ତାହା ସମ୍ପୂର୍ଣ୍ଣ ମଧ୍ୟ ହେବ। ଯାହାକୁ ଦେଖି ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। ଦୀର୍ଘ ଦିନର ଦାବି ତଥା ଦୀର୍ଘ ଦିନର ଅବ୍ୟବସ୍ଥା ପରେ ନୂତନ ରୋଡ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ନିଜର କଥା ରଖିଥିବାରୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।

ଆଇନ ମନ୍ତ୍ରୀ ନାଚୁଣୀ ମହାବିଦ୍ୟାଳୟ ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦେଲେ ଅନେକ ବିଜେଡି କର୍ମକର୍ତ୍ତା

August 24, 2026

ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଉଚ୍ଚସ୍ତରୀୟ ବୈଠକ

August 24, 2026

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026
Latest News

ପୁରୀ ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାରେ ପରିବର୍ତ୍ତନ

August 24, 2026

ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦେଲେ ଅନେକ ବିଜେଡି କର୍ମକର୍ତ୍ତା

August 24, 2026

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026

ପ୍ରତିଷ୍ଠିତ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କ ପରଲୋକ

August 24, 2026

ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଉଚ୍ଚସ୍ତରୀୟ ବୈଠକ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.