Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ପରିଷଦ ପରିଚାଳନା ସାଧାରଣ ଅଧିବେଶନରେ ଯୋଗ ଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ
ଆଞ୍ଚଳିକ

ବାଲୁଗାଁ ପରିଷଦ ପରିଚାଳନା ସାଧାରଣ ଅଧିବେଶନରେ ଯୋଗ ଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

January 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ପରିଷଦ ପରିଚାଳନା ସାଧାରଣ ଅଧିବେଶନରେ ଯୋଗ ଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ୬ଷ୍ଠ ପରିଷଦ ପରିଚାଳନା ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିବେଶନରେ ରାଜ୍ୟ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚ଼ନା କରିଥିଲେ।

ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ଵିଶେଷ ସହାୟତା ପ୍ରଗତି, କଠିନ ବର୍ଜ୍ୟବସ୍ତୁ ପରିଚ଼ାଳନାରେ ପ୍ରଗତି, ମିଶନ ଶକ୍ତି ଗୃହ ଓ ଆହାର କେନ୍ଦ୍ର ପ୍ରଗତି, ସ୍ମାର୍ଟ ପାର୍କ ଏବଂ ଶବଦାହ ସ୍ଥାନ ଉନ୍ନତି, କଚ୍ଚା ଏବଂ ଡବ୍ଲୁବିଏମ୍ ରୋଡକୁ ପେଭର ବ୍ଲକ ରୋଡ୍ କରିବା, ମୁକ୍ତା ଯୋଜନାର ପ୍ରଗତି, ବିଭିନ୍ନ କେନ୍ଦ୍ରୀୟ/ରାଜ୍ୟ ପେନସନ୍ ସ୍କିମ ସ୍ଥିତି, ପିଏମ୍ ସମ୍ମାନ ନିଧି,ପିଏମ୍ କିଷାନ ଯୋଜନା, ପିଏମ୍ ବିଶ୍ଵକର୍ମା ଯୋଜନା, ଷ୍ଟ୍ରିଟ୍ ଲାଇଟ ଏବଂ ଅନ୍ୟ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଏଥିସହିତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସରସ ସୁନ୍ଦର ଭାବେ ଗଢିତୋଳିବା ପାଇଁ ସମସ୍ତଙ୍କର ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତପ୍ରକାଶ କରିଥିଲେ।ଏହିଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବାଲୁଗାଁ ଏନଏସି ଅନ୍ତର୍ଗତ ୮୦ ବର୍ଷରୁ ଉର୍ଦ୍ଧ୍ବ ୩୦ ଜଣ ବୃଦ୍ଧ,ବୃଦ୍ଧା ଓ ୮୦ ଶତକଡ଼ାରୁ ଉର୍ଦ୍ଧ୍ବ ୨୦ ଜଣ ଭିନ୍ନକ୍ଷମଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିଲେ।ଏହି ବୈଠକରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ,ଉପାଧ୍ୟକ୍ଷ ଭଗବାନ ପ୍ରଧାନ,କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ,କନିଷ୍ଠ ଯନ୍ତ୍ରୀ ବିମଳ ମିଶ୍ର,ସମସ୍ତ କାଉନସିଲର ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Balugoan NAC Balugoan News ପୃଥ୍ୱୀରାଜ ହରିଚନ୍ଦନ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

May 29, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026
Latest News

ଜୁନ୍‌ ୧ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”

May 31, 2026

“ମୁଁ ହାରିନାହିଁ…”: ଏସୀୟ କ୍ରୀଡ଼ା ସ୍ୱପ୍ନ ଭାଙ୍ଗିବା ପରେ ଭାବପ୍ରବଣ ହେଲେ ଭିନେଶ ଫୋଗାଟ  

May 31, 2026

କେନ୍ଦୁଝରରେ ତିନି ବର୍ଷ ପୂରଣ କଲା ଓଡ଼ିଶା ସରକାରଙ୍କ ‘ଆମ କଳିକା’ କାର୍ଯ୍ୟକ୍ରମ

May 31, 2026

କେମିକାଲ କମ୍ପାନୀରେ ନିଆଁ : ଜଣେ ଜୀବନ୍ତ ଦଗ୍ଧ 

May 31, 2026

ଲୁଟି ନେଲେ ଗ୍ରୋସରି ଭର୍ତ୍ତି ପିକଅପ ଭ୍ୟାନ

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.