Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁରେ ଗୋଷ୍ଠୀ ସଂଘର୍ଷ ମାମଲାରେ ୬ ଗିରଫ, ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ ଆଇଜି
ଆଜିର ଖବର

ବାଲୁଗାଁରେ ଗୋଷ୍ଠୀ ସଂଘର୍ଷ ମାମଲାରେ ୬ ଗିରଫ, ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ ଆଇଜି

March 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଶୁକ୍ରବାର ବିଳମ୍ବିତ ରାତିରେ ବାଲୁଗାଁ ଏନଏସି ଅନ୍ତର୍ଗତ ଗୁଣ୍ଡୁରପୁର ଓ ମୁସଲିମ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଉଗ୍ରରୂପ ଧାରଣ କରିଥିବା ବେଳେ ୭ ଜଣ ଆହତ ହେବାସହ ଦୁଇଟି ବାଇକ ଜାଳି ଦେଇଥିବା ଜଣାପଡିଛି। ଖବର ମୁତାବକ ବାଲୁଗାଁ ମୁସଲିମ ସାହିର ଜଣେ ବ୍ୟକ୍ତି ନିଜ ଘର ନିର୍ମାଣ ପାଇଁ ଗୁଣ୍ଡୁରୁପୁର ରାସ୍ତା ଦେଇ ଟ୍ରାକ୍ଟର ଦ୍ବାରା ମାଟି ନେଉଥିଲେ। ରାତିରେ ବାରମ୍ବାର ମାଟି ପକାଉ ଥିବାରୁ ଟ୍ରାକ୍ଟର ଶବ୍ଦରେ ଗୁଣ୍ଡୁରୁପୁର ସାହି ଲୋକଙ୍କ ନାନାଦି ଅସୁବିଧାର ସମ୍ମୁଖୀନ ହେବାରୁ ଏହାକୁ ପ୍ରତିବାଦ କରିଥିଲେ। ଯାହାକୁ ନେଇ ମୁସଲିମ ସାହି ଓ ଗୁଣ୍ଡୁରୁପୁର ସାହିର କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା।

କ୍ରମେ ଏହି ବଚସା ହାତାହାତିରୁ ସଙ୍ଘର୍ଷରେ ପରିଣତ ହୋଇଥିଲା। ଉଭୟ ପକ୍ଷରୁ ଢେଲା, ପଥର ଫୋଫଡା ଫିଙ୍ଗା ହୋଇଥିଲା। ଧୀରେ ଧୀରେ ଏହା ଉଗ୍ରରୂପ ନେଇଥିଲା। ସଂଘର୍ଷରେ ଉଭୟ ପକ୍ଷର ୭ ଜଣ ଆହତ ହୋଇଥିବା ବେଳେ ୨ଟି ବାଇକ ଜାଳି ଦେଇଥିଲେ। ବିଳମ୍ବିତ ରାତିରେ ଘଟଣା ସ୍ଥଳରେ ପିସିଆର ଓ ପୋଲିସ ସହାୟତା ୧୧୨ ଗାଡି ପହଞ୍ଚି ଗୋଷ୍ଠୀ ସଙ୍ଘର୍ଷକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲେ। ମାତ୍ର ଘଟଣା କ୍ରମଶଃ ଉଗ୍ରରୂପ ନେବାରେ ଖବରପାଇ ଘଟଣା ସ୍ଥଳରେ ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡ଼ା, ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ, ଅତିରିକ୍ତ ଏସପି ଶ୍ରୀନିବାସ ମହାନ୍ତି, ଏସପି ସାଗରିକା ନାଥ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ବେଳେ ଆହତମାନଙ୍କୁ ଉଦ୍ଧାର କରି ବାଲୁଗାଁ ଓ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଆହତ ମାନେ ସୁରକ୍ଷିତ ଥିବାବେଳେ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା।ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରି ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସାହି ବସିନ୍ଦାଙ୍କୁ ଅନୁରୋଧ କରାଯାଇଥିଲା। ଶନିବାର ସକାଳେ ଘଟଣାକୁ ଦୃଷ୍ଟିରେ ରଖି ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ବିଶୃଙ୍ଖଳା ରୋକିବା ପାଇଁ ବଜାର ସମେତ ସାହି ମଧ୍ୟରେ ପୋଲିସ ପଇଁତରା ମାରୁଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ନହେବା ପର୍ଯ୍ୟନ୍ତ ସାହି ଛକ ନିକଟରେ ଏକ ଅସ୍ଥାୟୀ ପୋଲିସ କ୍ୟାମ୍ପ କରାଯାଇଛି।

ଆଜି ମଧ୍ୟାହ୍ନରେ କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର, ଏସପି ସାଗରିକା ନାଥ, ଆଡିସନାଲ ଏସପି ଅମ୍ରିତ ପାଲ ସିଂ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। କେଶ ନଂ ୬୮/୨୦୨୫ ଓ ୬୯/୨୦୨୫ ରେ ପୃଥକ ଭାବେ ମାମଲା ରୁଜୁ କରି ପ୍ରତି ପକ୍ଷରୁ ତିନି ଜଣ ଗୋଷ୍ଠୀ ସଂଘର୍ଷକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସପି ସାଗରିକା ନାଥ କହିଛନ୍ତି।

ଗୋଷ୍ଠୀ ସଂଘର୍ଷ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026
Latest News

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.