Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କଥା ଦେଇ କଥା ରଖିଲେ ଆଇନ ମନ୍ତ୍ରୀ: ଆରମ୍ଭ ହେଲା ରଙ୍କନାଥ ଦେବଙ୍କ ପିଠର ଉନ୍ନୟନ କାର୍ଯ୍ୟ
ଆଞ୍ଚଳିକ

କଥା ଦେଇ କଥା ରଖିଲେ ଆଇନ ମନ୍ତ୍ରୀ: ଆରମ୍ଭ ହେଲା ରଙ୍କନାଥ ଦେବଙ୍କ ପିଠର ଉନ୍ନୟନ କାର୍ଯ୍ୟ

May 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: କଥା ଦେଇ କଥା ରଖିଲେ ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ। ବାଣପୁର ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପିଠର ଉନ୍ନତିକରଣ ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଚଳିତ ମହାଶିବରାତ୍ରି ଅବସରରେ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ଅନୁରୋଧକ୍ରମେ ମନ୍ଦିର ପରିଦର୍ଶନ କରି ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାବେଳେ ଆଜି ରଙ୍କନାଥ ଦେବଙ୍କ ପିଠର ଉନ୍ନତିକରଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ବିଶିଷ୍ଟ ସମାଜସେବୀ ନନ୍ଦ କିଶୋର ମିଶ୍ରଙ୍କ ଉପସ୍ଥିତିରେ ଭୂମିପୂଜନ କରାଯାଇ ନିର୍ମାଣ କାର୍ଯ୍ୟର ଶୁଭ ଦିଆଯାଇଛି।

ମନ୍ତ୍ରୀ ଉକ୍ତ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ବ୍ୟୟବରାଦ କରିଥିବା ବେଳେ ଉନ୍ନୟନ କାର୍ଯ୍ୟ ଦୃତ ଗତିରେ ଜାରି ରହିବ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ପ୍ରକାଶ କରିଥିଲେ। ଅନୁରୂପ ଭାବେ ମାନ୍ୟବର ମନ୍ତ୍ରୀ ଉକ୍ତ ଉନ୍ନୟନ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ସହଯୋଗ ଜାରି ରଖିବେ ବୋଲି ଶ୍ରୀ ରଣସିଂହ କହିଥିଲେ।

ରଙ୍କନାଥ ଦେବ ପୀଠର ଉନ୍ନତିକରଣ ଦ୍ୱାରା ଶ୍ରଦ୍ଧାଳୁମାନେ ଭବିଷ୍ୟତରେ ଉପକୃତ ହେବେ ବୋଲି ସମାଜସେବୀ ଶ୍ରୀ ମିଶ୍ର କହିଥିଲେ।

ଏହି ଅବସରରେ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଏବଂ ରଙ୍କନାଥ ଦେବ ମନ୍ଦିର ପରିଚାଳନା କମିଟିର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ଏବଂ ଏଥି ନିମନ୍ତେ ମାନ୍ୟବର ମନ୍ତ୍ରୀଙ୍କୁ ସମସ୍ତେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶ୍ରୀ ଶ୍ରୀ ରଙ୍କନାଥ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ତୋରସିଂହ ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ଓ ସାଂସଦ

September 9, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026
Latest News

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026

ଘରକୁ ମହକାଉଛି, ହେଲେ ଶରୀର ପାଇଁ ବିପଦ ଡାକୁନି ତ ରୁମ୍ ଫ୍ରେଶନର?

September 11, 2026

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.