ବାଣପୁର: ଏକତା ପରିଷଦ ଟ୍ରଷ୍ଟର ଆୟୋଜନରେ ଦିବଂଗତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରି ଶ୍ରୀ ଜଗନ୍ନାଥ ଶ୍ରୀ ଶ୍ରୀ ରଂକନାଥ ଦେବଙ୍କ ପୀଠରେ ବାଣପୁର ବାସୀଙ୍କ ପକ୍ଷରୁ ସାମୁହିକ ଦୀପ ଦାନ ସନ୍ଧ୍ୟା ୭ ଟାରେ କରା ଯାଇଥିଲା। ଏଥିରେ ବାଣପୁରର ବିଶିଷ୍ଟ ବରିଷ୍ଠ ନାଗରିକ, ଶିକ୍ଷାବିତ, ଅଭିଭାବକ, ଛାତ୍ର, ଛାତ୍ରୀ, ଗୃହିଣୀ, ସମ୍ବାଦପତ୍ର ପ୍ରତିନିଧି, ସାମାଜିକ କର୍ମୀ, ସାଧାରଣ ନାଗରିକ ଆଦି ପ୍ରତ୍ୟେକ ବ୍ୟକ୍ତି ସ୍ୱତଃ ଏହି ଦୀପ ଦାନରେ ସାମିଲ ହୋଇ ଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବର୍ଗତା ଛାତ୍ରୀ ସୌମ୍ୟାଶ୍ରୀଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା ସହ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରାଯାଇଥିଲା।