ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ବିଷପାନ କରି ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲରେ ଚିକିତ୍ସତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି। ଏ ନେଇ ଡାକ୍ତର ବାଣପୁର ପୋଲିସକୁ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ମୁତାବକ ଟାଙ୍ଗୀ ଚାନ୍ଦପୁର ଅଞ୍ଚଳରଅନୁସୂୟା ମୁଦୁଲି (୩୦) ଦଶ ବର୍ଷ ତଳେ ବିଷ୍ଣୁଡ଼ିହ ପଞ୍ଚାୟତ ଖଣତ ଗ୍ରାମର ଅଭିମନ୍ୟୁ ମୁଦୁଲିଙ୍କ ପୁତ୍ର ଉଲ୍ଲାସ ମୁଦୁଲିଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ତେବେ ଆଜି କୌଣସି କାରଣବଶତଃ ଅନୁସୂୟା ଚାଉଳ ଔଷଧ(ବିଷ) ଖାଇଦେଇଥିଲେ। ଅନୁସୂୟାଙ୍କୁ ଗୁରୁତର ଅବସ୍ଥାରେ ପରିବାରବର୍ଗ ବାଣପୁର ମେଡିକାଲ ଆଣିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ଖବର ପାଇ ବାଣପୁର ପୋଲିସ ଶବ ଜବତ କରିତଦନ୍ତ ଆରମ୍ଭ କରିଦେଇଛି। ସୂଚନା ଥାଉକି ମୃତ ଅନୁସୂୟାଙ୍କ ଦୁଇ ଗୋଟି ସନ୍ତାନ ଅଛନ୍ତି।