Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗିରିଧରପୁର ପ୍ରାଥମିକ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
ଆଞ୍ଚଳିକ

ଗିରିଧରପୁର ପ୍ରାଥମିକ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

January 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗିରିଧରପୁର ପ୍ରାଥମିକ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
ଗିରିଧରପୁର ପ୍ରାଥମିକ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ କୁଳାସର କ୍ଲଷ୍ଟରର ଗିରିଧରପୁର ପ୍ରାଥମିକ ବିଦ୍ୟାଳୟ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଂଯୁକ୍ତ ବାର୍ଷିକ ଉତ୍ସବ ଶନିବାର ଦିନ ଅତ୍ୟନ୍ତ ଉତ୍ସାହ ଓ ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ସହିତ ସଂସ୍କୃତି ଓ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ମୁଖ୍ୟ ବକ୍ତା ଭାବେ ନିଖିଳ ଉତ୍କଳ ପ୍ରାଥମିକ ମହାସଂଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ ଶିକ୍ଷକମାନଙ୍କ ଭୂମିକା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଗଡ଼ବାଣିକିଲୋ ଗ୍ରାମପଞ୍ଚାୟତର ସରପଞ୍ଚ ବ୍ରଜମୋହନ ରାଉତରାୟ, ସ୍ୱତନ୍ତ୍ର ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ବ୍ୟଙ୍ଗକବି ଓ “ବୋଲଗଡ଼ ଏକ୍ସପ୍ରେସ” ଭାବେ ପରିଚିତ ବ୍ରଜବିହାରୀ ସୁବୁଦ୍ଧି, ସମିତିସଭ୍ୟ ରସାନନ୍ଦ ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ଦେଉଳି ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠାତା ବିନୟ କୁମାର ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଞ୍ଜୟ କୁମାର ବରାଡ଼, ଗିରିଧରପୁର ପ୍ରାଥମିକ ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁର ସଭାପତି ବାସୁଦେବ ମହାପାତ୍ର, ଆଞ୍ଚଳିକ ମଧ୍ୟ ଇଂରାଜୀ ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁର ସଭାପତି ପ୍ରଶାନ୍ତ କୁମାର ବେହେରା ଓ ଗିରିଧରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ମିତାରାଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ବଡ଼ପଥୁରିଆ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାମନ୍ତରାୟଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ସୁଚାରୁ ଭାବେ ପରିଚାଳିତ ହୋଇଥିଲା।

ଏହି ଅବସରରେ ସାମ୍ବାଦିକ ଓ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଶିକ୍ଷକ–ଶିକ୍ଷୟତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି କ୍ଲଷ୍ଟର, ବ୍ଲକ ଓ ଜିଲ୍ଲା ସ୍ତରରେ କୃତିତ୍ୱ ହାସଲ କରି ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଆଗାମୀ ଦିନରେ ଆହୁରି ଭଲ କରିବା ପାଇଁ ଉତ୍ସାହିତ କରାଯାଇଥିଲା।

ସଭାକାର୍ଯ୍ୟ ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ ଓ ନାଟକ ସହିତ ବିଭିନ୍ନ ଆକର୍ଷଣୀୟ ଓ ଶିକ୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା।

ଏହି ଅବସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଘୋଷଣା କରିଥିଲେ ଯେ ଚଳିତ ବର୍ଷ ଆଲୁମିନି କମିଟି ଦ୍ୱାରା ବିଦ୍ୟାଳୟକୁ ୮୦ ହଜାର ଟଙ୍କା ଅନୁଦାନ ମିଳିଛି। ଗ୍ରାମବାସୀ ଓ ଅଭିଭାବକମାନଙ୍କର ସହଯୋଗ ବିଦ୍ୟାଳୟ ପ୍ରତି ସଦା ରହୁଛି ବୋଲି ସେ କୃତଜ୍ଞତା ପ୍ରକାଶ କରିଥିଲେ।

ସଭାକାର୍ଯ୍ୟ ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ ଓ ନାଟକ ସହିତ ବିଭିନ୍ନ ଆକର୍ଷଣୀୟ ଓ ଶିକ୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଶେଷକରି ବୋଲଗଡ଼ ଏକ୍ସପ୍ରେସ ଶ୍ରୀ ସୁବୁଦ୍ଧିଙ୍କ ବ୍ୟଙ୍ଗାତ୍ମକ କବିତା ଶୈଳୀରେ ପରିଚୟ ପ୍ରଦାନ ସଭାସ୍ଥଳରେ ହାସ୍ୟ ପରିବେଶ ସୃଷ୍ଟି କରି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ଗିରିଧରପୁର ବିଦ୍ୟାଳୟ ପ୍ରତିଭା ବାର୍ଷିକ ଉତ୍ସବ ରଣପୁର ଶିକ୍ଷା ସଂସ୍କୃତି
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା ଆୟୋଜିତ

March 30, 2026

ବ୍ଲକ ପ୍ରଶାସନ ତରଫରୁ ମଧୁବାବୁ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଓ ସହାୟକ ଉପକରଣ ବଣ୍ଟନ

March 30, 2026

ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଚାରପତି ଶତ୍ରୁଘନ ପୂଜାହାରୀ 

March 30, 2026

ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମ୍ମାନିତ ହେଲା ସୋଆ

March 30, 2026

ପାକିସ୍ତାନ ମାଧ୍ୟମରେ ଟ୍ରମ୍ପଙ୍କ ପ୍ରସ୍ତାବ ପାଇଲା ଇରାନ: କଡ଼ା ଜବାବ ଦେଲା ତେହରାନ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.