Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଜିପିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଆଜିର ଖବର

ଡିଜିପିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

May 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
DGP Yogesh Bahadur Khurania Chairs High-Level Review Meeting
DGP Yogesh Bahadur Khurania Chairs High-Level Review Meeting

ଭୁବନେଶ୍ଵର: ରବିବାର ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟର ଆଇନ-ଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ସାଧାରଣ ଲୋକଙ୍କ ସହ ପୋଲିସର ସମନ୍ୱୟ ଏବଂ ପୁଲିସି ବ୍ୟବସ୍ଥାକୁ ଆହୁରି ସକ୍ରିୟ ଓ ଲୋକାଭିମୁଖୀ କରିବା ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା।

ଡିଜିପି ସମସ୍ତ ଜିଲ୍ଲାର ଏସପି ଏବଂ ରେଞ୍ଜ ଆଇଜି/ଡିଆଇଜିମାନଙ୍କୁ ଅପରାଧ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଓ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବା ସହ ଜନସାଧାରଣଙ୍କ ସହ ପୋଲିସର ଆସ୍ଥା ଓ ସମନ୍ୱୟକୁ ଆହୁରି ମଜବୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଜରୁରୀକାଳୀନ ସହାୟତା ଯାନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ବୃତ୍ତିଗତ ଓ ବ୍ୟବହାରିକ ତାଲିମ ପ୍ରଦାନ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏପରି ତାଲିମ ଦ୍ୱାରା ଜଟିଳ ଓ ଜରୁରୀ ପରିସ୍ଥିତିରେ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ତ୍ୱରିତ ପ୍ରତିକ୍ରିୟା କ୍ଷମତା ଆହୁରି ବୃଦ୍ଧି ପାଇବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଏହା ସହ ପ୍ରତିଦିନ ପୂର୍ବାହ୍ନ ୯ଟା ପୂର୍ବରୁ ରାଜ୍ୟର ସମସ୍ତ ଥାନାରେ ନିୟମିତ ଭାବେ “ବ୍ରିଫିଂ ପରେଡ୍” ଅନୁଷ୍ଠିତ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହାର ସଠିକ୍ ପାଳନ ଏବଂ ନିୟମିତ ମନିଟରିଂ ସୁନିଶ୍ଚିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ବ୍ରିଫିଂ ପରେଡ୍ ପରେ ସମ୍ପୃକ୍ତ ଥାନା ଅଞ୍ଚଳର ଆଇନ-ଶୃଙ୍ଖଳା ପରିସ୍ଥିତି, ଅପରାଧ ପ୍ରବଣ ଅଞ୍ଚଳ, ଅପରାଧୀଙ୍କ ଚଳଚଳନ ଏବଂ ଚାଲୁଥିବା ତଦନ୍ତ ସମ୍ପର୍କରେ ସମୀକ୍ଷା ଓ ଆଲୋଚନା କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଏହା ଦ୍ୱାରା ଥାନା ସ୍ତରରେ ସମନ୍ୱୟ, ସତର୍କତା ଓ ତ୍ୱରିତ ପ୍ରତିକ୍ରିୟା କ୍ଷମତା ଆହୁରି ସୁଦୃଢ ହେବ ବୋଲି ସେ କହିଥିଲେ।

ଏହା ବ୍ୟତୀତ ରାଜ୍ୟରେ ଆଇନ-ଶୃଙ୍ଖଳାକୁ ଆହୁରି ସୁଦୃଢ କରିବା ପାଇଁ ଡିଜିପି ବିଭିନ୍ନ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଜାରି ଥିବା NBW (Non-Bailable Warrant) ଗୁଡ଼ିକର ତ୍ୱରିତ କାର୍ଯ୍ୟକାରୀ, ଦୁର୍ଦ୍ଦାନ୍ତ ଓ ଅଭ୍ୟାସଗତ ଅପରାଧୀମାନଙ୍କ ବିରୋଧରେ NSA ଅଧୀନରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ନିଶାଦ୍ରବ୍ୟ କାରବାର ରୋକିବା ପାଇଁ ଜୋରଦାର ଚଢ଼ାଉ ଅଭିଯାନ ଚଲାଇବାକୁ ସେ ଗୁରୁତ୍ୱାରୋପ କରିଥିଲେ।

ସେହିପରି ସମସ୍ତ ଥାନା ଅଞ୍ଚଳରେ ବିଟ୍ ପେଟ୍ରୋଲିଂକୁ ଆହୁରି ସକ୍ରିୟ କରିବା, ଜାତୀୟ ରାଜପଥରେ ନିୟମିତ ପେଟ୍ରୋଲିଂ ବୃଦ୍ଧି କରିବା ସହ ଅସଦାଚରଣ ଓ ଅପରାଧ ପ୍ରବଣ ଘଟଣା ରୋକିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଗ୍ରହଣ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।

ଏହା ସହ ହତ୍ୟା ଭଳି ଗୁରୁତର ମାମଲାଗୁଡ଼ିକୁ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ଦ୍ୱାରା ନିୟମିତ ଭାବେ ମନିଟରିଂ କରି ଅଭିଯୁକ୍ତଙ୍କ ଶୀଘ୍ର ଗିରଫଦାରୀ, ଦୃଢ ତଦନ୍ତ ଏବଂ ଆଇନ ଅନୁଯାୟୀ ଦଣ୍ଡାଦେଶ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।

ଆଗାମୀ ୧୫ ଦିନ ମଧ୍ୟରେ ପୋଲିସର ସକାରାତ୍ମକ କାର୍ଯ୍ୟ, ତ୍ୱରିତ ପଦକ୍ଷେପ ଓ ଜନସେବାମୂଳକ ଭୂମିକା ସମ୍ପର୍କରେ ସାଧାରଣ ଲୋକ ଅବଗତ ହେବା ଉଚିତ ବୋଲି ଡିଜିପି ନିର୍ଦ୍ଦେଶ ଦେଇଥିଲେ।

ଆଜିର ଏହି ବୈଠକରେ ଡିଜିପି(କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଗୁଇନ୍ଦା(ନିର୍ଦ୍ଦେଶକ) ଆର.ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

bhubaneswar dgp High-Level Review Meeting Yogesh Bahadur Khurania
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.