ବାଣପୁର: ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ ମୁତାବକ ବାଣପୁର ପୋଲିସ ବାଣପୁର ଅଞ୍ଚଳରେ ବ୍ୟାପକ ଚଢ଼ାଉ କରି ଚୋରା ଦେଶୀମଦ ବେପାରୀ ମାନଙ୍କୁ କାବୁ କରିଛି। ସୂଚନା ମୁତାବକ ଶୁକ୍ରବାର ସକାଳେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଣପୁର ଥାନା ଅନ୍ତର୍ଗତ ସାନସିରେଇପୁର ନିକଟରୁ ନାଚୁଣୀ ଥାନା ଅନ୍ତର୍ଗତ ଆୟତପୁର ଗ୍ରାମର ଦୀପକ ଦଳାଇ (୩୦) ୧୭ ଲିଟର ଦେଶିମଦ ଏକ ମୋଟର ସାଇକେଲରେ ନେଇ ଯାଉଥିବା ବେଳେ ପୋଲିସ କାବୁ କରିଥିଲା।
ଅନୁରୂପ ଭାବେ ଅନ୍ୟ ଏକ ମୋଟର ସାଇକେଲରେ ଘାଷେଡ଼ିହି ଗ୍ରାମର ଟୁକୁନା ବେହେରାଙ୍କ ନିକଟରୁ ୬୦ଲିଟର ଚୋରା ଦେଶୀ ମଦ ସହ ଏକ ସ୍କୁଟି ଜବତ କରିଥିଲା। ଉଭୟଙ୍କୁ ମୋକଦମା ନମ୍ବର ୨୪୯ ଏବଂ ୨୫୦ ରେ ରୁଜୁକରି ବାଣପୁର କୋର୍ଟକୁ ପଠେଇଥିଲା। କୋର୍ଟରେ ଜାମିନ ନାମଂଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ଅଦାଲତକୁ ସ୍ଥାନାନ୍ତର କରାଯାଇଛି।


