Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର
ବିଶେଷ ଖବର

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାର୍ଟ ବୋତାମରେ ତିନି ରଥ
ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

ଭୁବନେଶ୍ବର: ରଥଯାତ୍ରା ଆସିଲେ ତାଙ୍କ ମନ ହୁଏ କିଛି କରିବାକୁ। ଫଳରେ ଦୀର୍ଘ ଛଅ ବର୍ଷ ଧରି ରଥଯାତ୍ରା ବିେଳକୁ କିଛି ନା କିଛି ନୂଆ କଥା କରି ଚର୍ଚ୍ଚାକୁ ଆସିଥାନ୍ତି। ସେ ହେଉଛନ୍ତି ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର। ଚଳିତ ବର୍ଷ ସେ ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରିଛନ୍ତି। ଯାହା ବେଶ ଆକର୍ଷଣୀୟ ହୋଇପାରିଛି। ରଙ୍ଗବେରଙ୍ଗର ବୋତାମ ସହିତ ତିନି ରଥରେ ତିନି ଠାକୁରଙ୍କୁ ସେ ବିରାଜମାନ କରାଇଛନ୍ତି। ଯାହା ସମସ୍ତଙ୍କ ପାଇଁ ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି ତିନି ରଥ ନିର୍ମାଣ କରିବାକୁ ଅକ୍ଷୟଙ୍କୁ ପ୍ରାୟ ଦେଢମାସ ସମୟ ଲାଗିଥିଲା। ସେ ଏହି ରଥରେ 5720 ଟି ବୋତାମ ବ୍ୟବହାର କରିଛନ୍ତି। ଏହି ରଥ ତିନିଟି ଦୁଇ ଫୁଟ ଉଚ୍ଚତା ବିଶିଷ୍ଠ ହୋଇଛି। ଏହି କାମରେ ତାଙ୍କର ମାଆ ମଧ୍ୟ ବେଶ ସାହାଯ୍ୟ କରିଛନ୍ତି। ପୁରୀର ରଥ ପରି ଅକ୍ଷୟ ଏଥିରେ ମଧ୍ୟ ଶୁଆ, ପୋଟଳ, ନୀଳଚକ୍ର, ଚାରମାଳ ପରି ବିଭିିନ୍ନ ଉପକରଣ ସ୍ଥାପନ କରିଛନ୍ତି। ଏହି ରଥକୁ ଦୂରରୁ ଦେଖିଲେ ବୋତାମରେ ତିଆରି ହୋଇଛି ବୋଲି କେହି ବି ଭାବି ପାରିବେ ନାହିଁ।

ପିପିଲିର ଦରଜୀ ସାହିରେ ରହୁଥିବା ଅକ୍ଷୟ ଏକ ଡ୍ରେସ ଦୋକାନରେ କାମ କରନ୍ତି। ବାପା ତାଙ୍କର ଜଣେ ଚାନ୍ଦୁଆ ଶିଳ୍ପୀ। ଅକ୍ଷୟ ରାତିରେ ଦୋକାନରୁ ଆସିବା ପରେ ଏହି ରଥ ନିର୍ମାଣ କାର୍ଯ୍ୟରେ ଲାଗିଯାଆନ୍ତି। ପ୍ରତିବର୍ଷ ରଥ ଯାତ୍ରା ଆସିଲେ ସେ କିଛି ନା କିଛି ନୂଆ ନୂଆ କଥା କରିବାକୁ ଇଚ୍ଛା ପ୍ରକାଶ କରନ୍ତି। ଫଳରେ ସେ ଦୀର୍ଘ ଛଅ ବର୍ଷ ଧରି ସେ ରଥଯାତ୍ରା ବେଳକୁ କିଛି ନା କିଛି ନୂଆ ନିର୍ମାଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି। କେତେବେଳେ ସୋଲ, କେତେବେଳ ଆଇସକ୍ରିମ କାଠି, କେତେବେଳେ ଡିଆସିଲି କାଠିରେ ସେ ରଥ ନିର୍ମାଣ କରିଛନ୍ତି। ଗତବର୍ଷ ସେ ଅରୁଆ ଚାଉଳରେ ରଥ ନିର୍ମାଣ କରି ଚର୍ଚ୍ଚାରେ ଥିଲେ।

pipili Rath on Shirt Bottam Rath Yatra ଅକ୍ଷୟ ମହାପାତ୍ର ପିପିଲିର ଶିଳ୍ପୀ ବୋତାମରେ ତିନିରଥ ରଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026

ସରକାରଙ୍କ ବିଭିନ୍ନ ସଫଳତାର ଗାଥାକୁ ନେଇ ପ୍ରକାଶିତ ଦୁଇଟି ବିଶେଷ ପୁସ୍ତକ ବାଣ୍ଟିଲେ ଉପ ମୁଖ୍ୟମନ୍ତ୍ରୀ

July 12, 2026

ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି

July 12, 2026
Latest News

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026

ଅତିରିକ୍ତ ସମୟରେ ଆର୍ଜେଣ୍ଟିନାର ଦମଦାର ବିଜୟ: ସେମିଫାଇନାଲରେ ପହଞ୍ଚିଲା ମେସିଙ୍କ ଦଳ 

July 12, 2026

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.