Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୋରା ଫତେହିଙ୍କ ବିରୋଧରେ ୩ କୋଟିର ମାନହାନି ମାମଲା
ଆଜିର ଖବର

ନୋରା ଫତେହିଙ୍କ ବିରୋଧରେ ୩ କୋଟିର ମାନହାନି ମାମଲା

September 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ ଆଇନଗତ ଅଡ଼ୁଆ ବଢ଼ିବାରେ ଲାଗିଛି। ଏକ ଚାର୍ଟାର୍ଡ ବିମାନକୁ ନେଇ ସୋସିଆଲ ମିଡିଆରେ ଅପମାନଜନକ ଓ ଦାୟିତ୍ୱହୀନ ମନ୍ତବ୍ୟ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ୍ ମାନହାନି ମାମଲା ରୁଜୁ ହୋଇଛି। ପ୍ରସିଦ୍ଧ ବିମାନ ଚଳାଚଳ କମ୍ପାନୀ ‘ଡ୍ୟୁନ୍ସ ଏଭିଏସନ୍’ ପକ୍ଷରୁ ଗୁଜରାଟର ଗାନ୍ଧୀନଗର କୋର୍ଟରେ ଏହି ଆବେଦନ କରାଯାଇଛି।

ଗତ ବର୍ଷ ଡିସେମ୍ବରରେ ନୋରା ମୁମ୍ବାଇରୁ ଜୟପୁର ଗସ୍ତ କରିବା ସମୟରେ ‘ସେସ୍‌ନା ସାଇଟେସନ୍ CJ2’ ନାମକ ଚାର୍ଟାର୍ଡ ବିମାନରେ କିଛି ଭିଡିଓ ରେକର୍ଡ କରିଥିଲେ। ପରେ ନିଜର ୪ କୋଟି ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର ଥିବା ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେହି ଭିଡିଓ ପୋଷ୍ଟ କରି ବିମାନଟିକୁ ‘ଖେଳନା ବିମାନ’ (ଟୟ ପ୍ଲେନ୍), ‘ଲେଗୋ ବିମାନ’ ଓ ‘ଛୋଟ ବିମାନ’ ବୋଲି ସମ୍ବୋଧନ କରିଥିଲେ।

କମ୍ପାନୀ ପକ୍ଷରୁ ଦର୍ଶାଯାଇଛି ଯେ, ନୋରାଙ୍କ ଏହି ମିଥ୍ୟା ବକ୍ତବ୍ୟ ଯୋଗୁଁ ସେମାନଙ୍କ ବ୍ୟବସାୟିକ ସୁନାମ ଗୁରୁତର ଭାବେ କ୍ଷୁଣ୍ଣ ହୋଇଛି। ଏହାଯୋଗୁଁ ସେମାନଙ୍କ ଗ୍ରାହକ ବୁକିଂ ୧୫ରୁ ୨୦ ପ୍ରତିଶତ ହ୍ରାସ ପାଇବା ସହ ଅନେକ ପୂର୍ବ ବୁକିଂ ବାତିଲ ହୋଇଛି। ତେବେ ସମ୍ପୃକ୍ତ ବିମାନଟି ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ବିମାନ ଚଳାଚଳ ନିୟାମକ ପ୍ରାଧିକରଣ (ଡିଜିସିଏ) ଦ୍ୱାରା ଅନୁମୋଦିତ ବୋଲି କମ୍ପାନୀ ସ୍ପଷ୍ଟ କରିଛି।

କମ୍ପାନୀ କୋର୍ଟଙ୍କ ନିକଟରେ ୩ କୋଟି ଟଙ୍କାର କ୍ଷତିପୂରଣ ଦାବି କରିବା ସହ ସୋସିଆଲ ମିଡିଆରୁ ଆପତ୍ତିଜନକ ଭିଡିଓ ହଟାଇବା ଓ ସର୍ବସାଧାରଣରେ ନୋରା ସ୍ପଷ୍ଟୀକରଣ ଦେବାକୁ ଦାବି କରିଛି। ଗାନ୍ଧୀନଗରର ସିନିୟର ସିଭିଲ୍ ଜଜ୍ ଆର. ଅଗ୍ରୱାଲଙ୍କ କୋର୍ଟରେ ଏହି ହାଇପ୍ରୋଫାଇଲ୍ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ଧାର୍ଯ୍ୟ କରାଯାଇଛି।

Defamation Case Lego Airplane Nora Fatehi
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ବିଧାନସଭାକୁ ବୋମା ଧମକ; ଖଲିସ୍ତାନୀ ସଂଗଠନ ଉପରେ ସନ୍ଦେହ

September 8, 2026

୨ କିମି ଲମ୍ବା ଟ୍ରାଫିକ ଜାମରେ ଫସିଲେ କେନ୍ଦ୍ରମନ୍ତ୍ରୀ: ଗାଡ଼ିରୁ ଓହ୍ଲାଇ ଖୋଲିଲେ ଟୋଲ୍ ଗେଟ୍

September 8, 2026

ଆଜି ରାମ ମନ୍ଦିର ସିଇଓ ପଦବୀ ଗ୍ରହଣ କରିବେ ଜିତେନ୍ଦ୍ର ମିଶ୍ର: ଏହି କାର୍ଯ୍ୟଗୁଡ଼ିକ ଉପରେ ଦେବେ ଧ୍ୟାନ

September 8, 2026

OMVD କନଷ୍ଟେବଳ ଆଶୁତୋଷ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 8, 2026
Latest News

ନୋରା ଫତେହିଙ୍କ ବିରୋଧରେ ୩ କୋଟିର ମାନହାନି ମାମଲା

September 8, 2026

ଦିଲ୍ଲୀ ବିଧାନସଭାକୁ ବୋମା ଧମକ; ଖଲିସ୍ତାନୀ ସଂଗଠନ ଉପରେ ସନ୍ଦେହ

September 8, 2026

୨ କିମି ଲମ୍ବା ଟ୍ରାଫିକ ଜାମରେ ଫସିଲେ କେନ୍ଦ୍ରମନ୍ତ୍ରୀ: ଗାଡ଼ିରୁ ଓହ୍ଲାଇ ଖୋଲିଲେ ଟୋଲ୍ ଗେଟ୍

September 8, 2026

ଆଜି ରାମ ମନ୍ଦିର ସିଇଓ ପଦବୀ ଗ୍ରହଣ କରିବେ ଜିତେନ୍ଦ୍ର ମିଶ୍ର: ଏହି କାର୍ଯ୍ୟଗୁଡ଼ିକ ଉପରେ ଦେବେ ଧ୍ୟାନ

September 8, 2026

OMVD କନଷ୍ଟେବଳ ଆଶୁତୋଷ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.