Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ NSS ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ
ଆଜିର ଖବର

ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ NSS ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

September 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ NSS ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ
ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ NSS ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଜାତୀୟ ସେବା ଯୋଜନା (NSS) ର ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଥିଲା। ମହାବିଦ୍ୟାଳୟର ରିଡିଂ ରୁମ୍‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ NSS ସ୍ୱେଚ୍ଛାସେବୀମାନଙ୍କୁ ସମାଜସେବା, ଦାୟିତ୍ୱବୋଧ ଓ ଜରୁରୀ ପରିସ୍ଥିତିରେ ମାନବିକ ସହାୟତା ପ୍ରଦାନ ସମ୍ପର୍କରେ ମାର୍ଗଦର୍ଶନ ଦିଆଯାଇଥିଲା।

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ତର୍କଶାସ୍ତ୍ର ଓ ଦର୍ଶନଶାସ୍ତ୍ର ଅଧ୍ୟାପକ ତଥା ପୂର୍ବତନ NSS Programme Officer ଶ୍ରୀ ସେଖ୍ ଫରିଦ୍ ଯୋଗଦେଇଥିଲେ। ତାଙ୍କର ଅଭିଜ୍ଞତା ଓ NSS ସହ ଦୀର୍ଘଦିନର ସମ୍ପୃକ୍ତତାକୁ ଆଧାର କରି ସେ “NSS Orientation Programme with Emergency, Response and Care” ବିଷୟରେ ସ୍ୱେଚ୍ଛାସେବୀମାନଙ୍କୁ ବିସ୍ତୃତ ଭାବେ ମାର୍ଗଦର୍ଶନ କରିଥିଲେ।

ସେ ଜରୁରୀ ପରିସ୍ଥିତିରେ ତୁରନ୍ତ ଓ ସଠିକ୍ ପ୍ରତିକ୍ରିୟା, ଆବଶ୍ୟକ ସହାୟତା ପ୍ରଦାନ, ସଙ୍କଟ ସମୟରେ ନିଜକୁ ନିୟନ୍ତ୍ରଣରେ ରଖି ସମୂହଗତ ଭାବେ କାର୍ଯ୍ୟ କରିବା ଏବଂ ମାନବିକତାର ସହ ଅନ୍ୟମାନଙ୍କ ପାଖରେ ଠିଆ ହେବାର ଗୁରୁତ୍ୱ ବୁଝାଇଥିଲେ। “ସେବା କେବଳ ଏକ କାର୍ଯ୍ୟ ନୁହେଁ, ଏହା ଦାୟିତ୍ୱ ଓ ଚରିତ୍ର ଗଠନର ଏକ ମାଧ୍ୟମ” ବୋଲି ସେ ସ୍ୱେଚ୍ଛାସେବୀମାନଙ୍କୁ ପ୍ରେରଣା ଦେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କୁ ସମ୍ମାନର ସହ ମଞ୍ଚକୁ ନିଆଯାଇଥିଲା ଏବଂ ସବୁଜ ସ୍ୱାଗତର ପ୍ରତୀକ ଭାବେ ଅତିଥିମାନଙ୍କୁ ଚାରାଗଛ ପ୍ରଦାନ କରାଯାଇଥିଲା। ପରେ ଦୀପ ପ୍ରଜ୍ୱଳନ ମାଧ୍ୟମରେ କାର୍ଯ୍ୟକ୍ରମର ଔପଚାରିକ ଉଦ୍‌ଘାଟନ ହୋଇଥିଲା। NSS ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଏସ୍‌.ପି.ଏନ୍‌.ଏସ୍‌. ବର୍ମା ତାଙ୍କ ଅଭିଭାଷଣରେ NSSର ଉଦ୍ଦେଶ୍ୟ ଓ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ଏଥିସହ HS Wing ର ଭାରପ୍ରାପ୍ତ. ଅଧ୍ୟକ୍ଷ ଆଦିତ୍ୟ ସାରଥୀ ବେଦମତ୍ତା ମଧ୍ୟ ସ୍ୱେଚ୍ଛାସେବୀମାନଙ୍କୁ ପ୍ରେରଣାଦାୟକ ମାର୍ଗଦର୍ଶନ ଦେଇଥିଲେ।ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ୫୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରୀ ଜୟନ୍ତ କୁମାର ବିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ଏହି କାର୍ଯ୍ୟକ୍ରମର ଦିତୀୟ ଭାଗରେ ସ୍ୱେଚ୍ଛସେଵୀ ମାନଙ୍କୁ power point ମାଧ୍ୟମରେ ଯୋଜନାର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇ ସୁଯୋଗ ପାଇଲେ ଏଗୁଡ଼ିକୁ ପାଳନ କରିବାପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। ପରିଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ଜୟନ୍ତ କୁମାର ବିହାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

nss ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ବାଣପୁର ଶିକ୍ଷାବର୍ଷ 2026-27
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ କୋଠା ଭୁଶୁଡ଼ିବା ପରେ ବଢିଲା ଚିନ୍ତା: ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ୧୫ ଦିନିଆ ଅଭିଯାନ

September 8, 2026

ନୋରା ଫତେହିଙ୍କ ବିରୋଧରେ ୩ କୋଟିର ମାନହାନି ମାମଲା

September 8, 2026

ଦିଲ୍ଲୀ ବିଧାନସଭାକୁ ବୋମା ଧମକ; ଖଲିସ୍ତାନୀ ସଂଗଠନ ଉପରେ ସନ୍ଦେହ

September 8, 2026

୨ କିମି ଲମ୍ବା ଟ୍ରାଫିକ ଜାମରେ ଫସିଲେ କେନ୍ଦ୍ରମନ୍ତ୍ରୀ: ଗାଡ଼ିରୁ ଓହ୍ଲାଇ ଖୋଲିଲେ ଟୋଲ୍ ଗେଟ୍

September 8, 2026
Latest News

ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ NSS ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

September 8, 2026

ଦିଲ୍ଲୀ କୋଠା ଭୁଶୁଡ଼ିବା ପରେ ବଢିଲା ଚିନ୍ତା: ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ୧୫ ଦିନିଆ ଅଭିଯାନ

September 8, 2026

ଆୟୋଡିନ୍ ଅଭାବରେ ହୋଇପାରେ ଥାଇରଏଡ୍ ସମସ୍ୟା!: ଖାଦ୍ୟରେ ସାମିଲ କରନ୍ତୁ ଏହି ୪ ଜିନିଷ

September 8, 2026

ନୋରା ଫତେହିଙ୍କ ବିରୋଧରେ ୩ କୋଟିର ମାନହାନି ମାମଲା

September 8, 2026

ଦିଲ୍ଲୀ ବିଧାନସଭାକୁ ବୋମା ଧମକ; ଖଲିସ୍ତାନୀ ସଂଗଠନ ଉପରେ ସନ୍ଦେହ

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.