Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପାକିସ୍ତାନ ବୈଦେଶିକ ମୁଦ୍ରା ଭଣ୍ଡାରରେ ରେକର୍ଡ ବୃଦ୍ଧି: ୩ ବର୍ଷରେ ୭ ଗୁଣ ବଢ଼ିଲା ପାଣ୍ଠି
ଅନ୍ତରାଷ୍ଟ୍ରୀୟ

ପାକିସ୍ତାନ ବୈଦେଶିକ ମୁଦ୍ରା ଭଣ୍ଡାରରେ ରେକର୍ଡ ବୃଦ୍ଧି: ୩ ବର୍ଷରେ ୭ ଗୁଣ ବଢ଼ିଲା ପାଣ୍ଠି

September 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପାକିସ୍ତାନ ବୈଦେଶିକ ମୁଦ୍ରା ଭଣ୍ଡାରରେ ରେକର୍ଡ ବୃଦ୍ଧି: ୩ ବର୍ଷରେ ୭ ଗୁଣ ବଢ଼ିଲା ପାଣ୍ଠି

ଇସଲାମାବାଦ: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ବିଗତ ୩ ବର୍ଷ ମଧ୍ୟରେ ପ୍ରାୟ ୭ ଗୁଣ ବୃଦ୍ଧି ପାଇ ୨୬.୭୯ ଅରବ (ବିଲିୟନ) ଡଲାରରେ ପହଞ୍ଚିଛି। ଏହା ପାକିସ୍ତାନର ଅର୍ଥନୈତିକ ଇତିହାସରେ ସବୁଠୁ ବଡ଼ ସ୍ତର ଭାବେ ବିବେଚନା କରାଯାଉଛି। ଜାନୁଆରୀ ୨୦୨୩ରେ ପାକିସ୍ତାନ ପାଖରେ ଡଲାରର ପ୍ରବଳ ଅଭାବ ଦେଖାଦେଇଥିଲା ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନର ରିଜର୍ଭ କେବଳ ୩.୦୮ ଅରବ ଡଲାରକୁ ଖସି ଆସିଥିଲା। ତେବେ ବର୍ତ୍ତମାନ ଏହି ସ୍ଥିତିରେ ସୁଧାର ଆସିଥିଲେ ହେଁ ଏତେ କମ୍ ସମୟ ମଧ୍ୟରେ ବୈଦେଶିକ ମୁଦ୍ରା ଭଣ୍ଡାର ୭ ଗୁଣ କିପରି ବୃଦ୍ଧି ପାଇଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଅର୍ଥନୀତିଜ୍ଞମାନଙ୍କ ଅନୁସାରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଏବଂ ସେନା ମୁଖ୍ୟ ଅସୀମ ମୁନିର ବିଦେଶ ମୁଦ୍ରା ଭଣ୍ଡାର ବୃଦ୍ଧି କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରୁ ବ୍ୟାପକ ପରିମାଣର ଋଣ ଉଠାଇ ତାହାକୁ ଗଚ୍ଛିତ ରଖିଛନ୍ତି। ଏହି ବୃଦ୍ଧିରେ ପାକିସ୍ତାନର ନିଜସ୍ୱ ଆୟ ଅପେକ୍ଷା ବୈଦେଶିକ ଋଣ ଏବଂ ବାହ୍ୟ ପାଣ୍ଠିର ଭୂମିକା ଅଧିକ ରହିଛି।

ଅପରପକ୍ଷରେ, ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ ଏହାକୁ ନିଜ ସରକାରର ସଫଳତା ଭାବେ ଦର୍ଶାଇଛନ୍ତି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ପାଖରେ ଥିବା ଏହି ରେକର୍ଡ ବୈଦେଶିକ ମୁଦ୍ରା ଭଣ୍ଡାର ସରକାରଙ୍କ ଆର୍ଥିକ ଟିମ୍‌ର କ୍ରମାଗତ ପରିଶ୍ରମର ଫଳ ବୋଲି ସେ କହିଛନ୍ତି। ଏହା ସରକାରଙ୍କ ଆର୍ଥିକ ନୀତି ସଠିକ୍ ଦିଗରେ ଆଗେଇ ଚାଲିଥିବାର ସଙ୍କେତ ବୋଲି ଦର୍ଶାଇବା ସହ ସେ ଦେଶର ଅର୍ଥମନ୍ତ୍ରୀ ମହମ୍ମଦ ଆଉରଙ୍ଗଜେବ, ଷ୍ଟେଟ୍ ବ୍ୟାଙ୍କ ଗଭର୍ଣ୍ଣର ଜମିଲ ଅହମ୍ମଦ, ଆର୍ଥିକ ଟିମ୍ ଏବଂ ପ୍ରବାସୀ ପାକିସ୍ତାନୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆନ୍ତର୍ଜାତୀୟ ପୁଞ୍ଜି ବଜାରକୁ ସଫଳତାର ସହ ଫେରିବା ଦ୍ୱାରା ବିଶ୍ୱର ନିବେଶକମାନଙ୍କର ବିଶ୍ୱାସ ପାକିସ୍ତାନ ଅର୍ଥବ୍ୟବସ୍ଥା ଉପରେ ବୃଦ୍ଧି ପାଉଛି ବୋଲି ଶେହବାଜ ଦାବି କରିଛନ୍ତି।

ଅର୍ଥନୀତି ପାକିସ୍ତାନ ବୈଦେଶିକ ମୁଦ୍ରାଭଣ୍ଡାର
Share. Facebook Twitter LinkedIn Email WhatsApp Copy Link

Related Posts

ଡିଜିଟାଲ୍ ପେମେଣ୍ଟ ବନାମ MDR: ବ୍ୟବସାୟୀଙ୍କ ଅସନ୍ତୋଷ, ରାଜନୀତି ସରଗରମ

September 20, 2026

କୋଟି କୋଟି LPG ଗ୍ରାହକଙ୍କ ପାଇଁ ବଡ଼ ଖବର: ଅକ୍ଟୋବର 1 ରୁ ପରିବର୍ତ୍ତନ ହେବ  ଏହି ନିୟମ 

September 20, 2026

ଜିଓ ହୋମ୍ ବ୍ରଡ଼ବ୍ୟାଣ୍ଡରେ ଏକ ବର୍ଷ ପାଇଁ ମାଗଣା ଆମାଜନ ପ୍ରାଇମ ଲାଇଟ

September 20, 2026

ଆଜି ୨୦ ତାରିଖରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର: ଜାଣନ୍ତୁ ରାଶିଫଳ

September 20, 2026
Latest News

ପାକିସ୍ତାନ ବୈଦେଶିକ ମୁଦ୍ରା ଭଣ୍ଡାରରେ ରେକର୍ଡ ବୃଦ୍ଧି: ୩ ବର୍ଷରେ ୭ ଗୁଣ ବଢ଼ିଲା ପାଣ୍ଠି

September 20, 2026

କଫ ସିରଫ ବେପାରୀଙ୍କୁ ଏନକାଉଣ୍ଟର, ପୋଲିସ ଗୁଳିରେ ଜଣେ ଆହତ

September 20, 2026

ପିଏସ୍‌ୟୁ କର୍ମଚାରୀଙ୍କୁ ଦଶହରା ଭେଟି, ୨% ବଢିଲା ମହଙ୍ଗା ଭତ୍ତା

September 20, 2026

ସ୍ତ୍ରୀଙ୍କୁ ପିଟି ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା, ଦୁଇ ସନ୍ତାନ ଅନାଥ!

September 20, 2026

ନୂଆଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ, କ୍ଲିନ୍ ଏନର୍ଜି ଉତ୍ପାଦନ ଦିଗରେ ଓଡ଼ିଶା ଅଗ୍ରସର

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.