ଭୁବନେଶ୍ଵର: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ୨୦୨୬ ସ୍ଥଗିତ ହେବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ବିଭିନ୍ନ ଗୁଜବ ଓ ଭ୍ରାନ୍ତିକର ସୂଚନାକୁ ଖଣ୍ଡନ କରିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ। ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଓଏସଏସଟିଇଟି ୨୦୨୬ ପରୀକ୍ଷା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ଅର୍ଥାତ ସେପ୍ଟେମ୍ବର ୩୦ ତାରିଖରେ ହିଁ ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓ ବାର୍ତ୍ତାରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ପରୀକ୍ଷାର୍ଥୀମାନଙ୍କୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ମିଥ୍ୟା ସୂଚନା ଉପରେ ବିଶ୍ୱାସ ନକରିବାକୁ ଅନୁରୋଧ କରିଛନ୍ତି। ଓଏସଏସଟିଇଟି ପରୀକ୍ଷା ସ୍ଥଗିତ କିମ୍ବା ବାତିଲ କରିବା ନେଇ ବୋର୍ଡ କୌଣସି ନିଷ୍ପତ୍ତି ନେଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ୨୦୨୬ ସ୍ଥଗିତ ହେବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ବିଭିନ୍ନ ଗୁଜବ ଓ ଭ୍ରାନ୍ତିକର ସୂଚନାକୁ ଖଣ୍ଡନ କରିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ। ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଓଏସଏସଟିଇଟି ୨୦୨୬ ପରୀକ୍ଷା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତାକାଲି, ସେପ୍ଟେମ୍ବର ୩୦ ତାରିଖରେ ହିଁ ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓ ବାର୍ତ୍ତାରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ପରୀକ୍ଷାର୍ଥୀମାନଙ୍କୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ମିଥ୍ୟା ସୂଚନା ଉପରେ ବିଶ୍ୱାସ ନକରିବାକୁ ଅନୁରୋଧ କରିଛନ୍ତି। ଓଏସଏସଟିଇଟି ପରୀକ୍ଷା ସ୍ଥଗିତ କିମ୍ବା ବାତିଲ କରିବା ନେଇ ବୋର୍ଡ କୌଣସି ନିଷ୍ପତ୍ତି ନେଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।


