Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ
ଆଞ୍ଚଳିକ

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Miscreants took away steel gates from in front of the residences of the District Collector, SP, and DFO.
Miscreants took away steel gates from in front of the residences of the District Collector, SP, and DFO.

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲାର ସବୁଠାରୁ ସମ୍ବେଦନଶୀଳ ଓ ସୁରକ୍ଷିତ ଅଞ୍ଚଳ ଭାବେ ପରିଗଣିତ ଗାନ୍ଧୀନଗରରୁ ଷ୍ଟିଲ୍‌ ଗେଟ୍‌ ଚୋରି ହେବା ଘଟଣା ଏବେ ସମଗ୍ର ଜିଲ୍ଲାରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଛି। ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଓ ବନଖଣ୍ଡ ଅଧିକାରୀ (ଡିଏଫ୍‌‌ଓ)ଙ୍କ ଭଳି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବାସଭବନ ରହିଥିବା ଏହି ଅତି ସୁରକ୍ଷିତ ଅଞ୍ଚଳରେ ଏଭଳି ସାଂଘାତିକ ଚୋରି ଘଟଣା ଘଟିବା ପରେ ସହରର ଆଇନ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାର ଅସଲ ଚେହେରା ପଦାରେ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଗାନ୍ଧୀନଗରସ୍ଥିତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ଏବଂ ବନଖଣ୍ଡ ଅଧିକାରୀ ସଚୀନ ଆନ୍ନା ସାହେବ ଓହୋଲଙ୍କ ବାସଭବନ ସମ୍ମୁଖରେ ଥିବା ଖୋଲା ବ୍ୟାୟାମସ୍ଥଳରେ ନଗର ଉନ୍ନୟନ ସଂସ୍ଥା ଓ ପୌରପରିଷଦ ପକ୍ଷରୁ ସୁନ୍ଦର ଷ୍ଟିଲ୍‌ ରେଲିଂ ଏବଂ ଗେଟ୍‌ ଲଗାଯାଇଥିଲା। ତେବେ ରାତିର ଅନ୍ଧକାରର ସୁଯୋଗ ନେଇ କିଛି ଦୁର୍ବୃତ୍ତ ସେଠାରୁ ଦୁଇଟି ଷ୍ଟିଲ୍‌ ଗେଟ୍‌ ଖୋଲି ନେଇଥିବା ଜଣାପଡ଼ିଛି। ଏତିକିରେ ଦୁର୍ବୃତ୍ତଙ୍କ ସାହସ ଥମି ନଥିଲା; ସେମାନେ ଆରକ୍ଷୀ ଅଧୀକ୍ଷକଙ୍କ ବାସଭବନ ସମ୍ମୁଖରେ ଥିବା ଏକ ଛୋଟ କମ୍ୟୁନିଟି ହଲ୍‌ର ଗେଟ୍‌ ମଧ୍ୟ ଭାଙ୍ଗି ନେଇଯାଇଥିବା ଅଭିଯୋଗ ହୋଇଛି।

ଏହି ସମ୍ବେଦନଶୀଳ ଅଞ୍ଚଳରେ ନିୟମିତ ପୁଲିସ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥା ରହିବା ସହ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଖଞ୍ଜାଯାଇଥିବା ସତ୍ତ୍ୱେ ଚୋରମାନେ କିପରି ଏତେ ସହଜରେ ଗେଟ୍‌ ଖୋଲି ନେବାରେ ସଫଳ ହେଲେ, ତାହା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ କାଉନସିଲର ସନ୍ତୋଷ କୁମାର ଦଳେଇ ଗଭୀର ଚିନ୍ତା ପ୍ରକାଶ କରିବା ସହ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଢିଲା ଥିବାରୁ ଚୋରମାନେ ଏଭଳି ଦୁଃସାହସିକ କାଣ୍ଡ ଘଟାଇବାକୁ ସାହସ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ରାୟଗଡ଼ା ସହରରେ ଗତ କିଛି ଦିନ ହେବ ଚୋରି, ଛିନ୍‌ତାଇ ଓ ଅନ୍ୟାନ୍ୟ ଅପରାଧିକ ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସୁରକ୍ଷିତ ଭାବନା ତୀବ୍ର ହେବାରେ ଲାଗିଛି। ଜିଲ୍ଲାର ପ୍ରମୁଖ ସର୍ବୋଚ୍ଚ ଅଧିକାରୀମାନଙ୍କ ବାସଭବନ ନିକଟରୁ ଯଦି ସରକାରୀ ସମ୍ପତ୍ତି ଚୋରି ହୋଇପାରୁଛି, ତେବେ ସାଧାରଣ ନାଗରିକଙ୍କ ଘର ଓ ସୁରକ୍ଷା କେତେ ଦୂର ନିରାପଦ ତାହା ସହଜେ ଅନୁମେୟ। ତେଣୁ ପୁଲିସ ପ୍ରଶାସନ ତୁରନ୍ତ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଚୋରି ହୋଇଥିବା ଗେଟ୍‌ଗୁଡ଼ିକୁ ଉଦ୍ଧାର କରିବା ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦୃଢ଼ ଦାବି ହୋଇଛି। ଏହି ଘଟଣା କେବଳ କିଛି ଷ୍ଟିଲ୍‌ ଗେଟ୍‌‌ ଚୋରିରେ ସୀମିତ ନୁହେଁ, ବରଂ ନିରାପତ୍ତା ବ୍ୟବସ୍ଥାର ପୋଲ ଖୋଲି ଦେଇଥିବାରୁ ସ୍ଥାନୀୟ ପୁଲିସ କେବେ ଚୋରଙ୍କୁ ଧରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଚୋରି ରାୟଗଡା ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସାଇକେଲ ଶୋଭାଯାତ୍ରା: ସହର ବୁଲି ବାଣ୍ଟିଲେ ସ୍ୱଚ୍ଛତାର ବାର୍ତ୍ତା

October 2, 2026

ନିଶାମୁକ୍ତ ଯୁବ ଭାରତ ପାଇଁ ଗଣ ଦୌଡ଼

October 2, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ପଥପ୍ରାନ୍ତ ନାଟକ

October 2, 2026

ବାଣପୁର ସେଣ୍ଟ ଜାଭିୟର ହାଇସ୍କୁଲରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

October 2, 2026
Latest News

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026

ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସାଇକେଲ ଶୋଭାଯାତ୍ରା: ସହର ବୁଲି ବାଣ୍ଟିଲେ ସ୍ୱଚ୍ଛତାର ବାର୍ତ୍ତା

October 2, 2026

ନିଶାମୁକ୍ତ ଯୁବ ଭାରତ ପାଇଁ ଗଣ ଦୌଡ଼

October 2, 2026

ଭାରତୀୟ ସେନାର ସଫଳତା: BSF ଗୁଳିରେ ୨ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

October 2, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ପଥପ୍ରାନ୍ତ ନାଟକ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.