Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗଣିତଜ୍ଞ ପ୍ରଫେସର ମହେଶ କାକ୍‌ଡେଙ୍କୁ ‘ରାମାନୁଜନ୍’ ପୁରସ୍କାର
ଜାତୀୟ ଖବର

ଗଣିତଜ୍ଞ ପ୍ରଫେସର ମହେଶ କାକ୍‌ଡେଙ୍କୁ ‘ରାମାନୁଜନ୍’ ପୁରସ୍କାର

October 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗଣିତଜ୍ଞ ପ୍ରଫେସର ମହେଶ କାକ୍‌ଡେଙ୍କୁ ‘ରାମାନୁଜନ୍’ ପୁରସ୍କାର

ନୂଆଦିଲ୍ଲୀ:ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc)ର ପ୍ରଫେସର, ବିଶିଷ୍ଟ ଭାରତୀୟ ଗଣିତଜ୍ଞ ମହେଶ କାକ୍‌ଡେଙ୍କୁ ଚଳିତ ବର୍ଷର ପ୍ରତିଷ୍ଠିତ “ରାମାନୁଜନ୍” ପୁରସ୍କାରରେ ସମ୍ମାନିତ କରାଯାଇଛି। ବିକାଶଶୀଳ ଦେଶଗୁଡ଼ିକର ୪୫ ବର୍ଷରୁ କମ୍ ବୟସ୍କ ଯୁବ ଗଣିତଜ୍ଞ ବର୍ଗରେ ସଂଖ୍ୟା ତତ୍ତ୍ୱ ଏବଂ ବିଶେଷକରି ବୀଜଗାଣିତିକ ସଂଖ୍ୟା ତତ୍ତ୍ୱ କ୍ଷେତ୍ରରେ ମୌଳିକ ଗବେଷଣା ପାଇଁ ତାଙ୍କୁ ଏହି ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସଂଖ୍ୟାଗୁଡ଼ିକର ଆଚରଣ ଏବଂ ଗାଣିତିକ ଗଠନର ସମ୍ପର୍କକୁ ନେଇ ଜଟିଳ ସମସ୍ୟାର ସମାଧାନ କରିବାରେ ତାଙ୍କର ଗବେଷଣା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଥିଓରେଟିକାଲ ଫିଜିକ୍ସ ଓ ଇଣ୍ଟିରନ୍ୟାଶନାଲ ମାଥମେଟିକାଲ ୟୁନିୟନ ପକ୍ଷରୁ ଏହି ପୁରସ୍କାରକୁ ମିଳିତ ଭାବେ ଦିଆଯାଏ। ବିକାଶଶୀଳ ରାଷ୍ଟ୍ରରେ କାମ କରିବା ସମୟରେ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଗଣତିଜ୍ଞଙ୍କୁ ଏହି ସମ୍ମାନ ମିଳେ। ଯେଉଁ ଗଣତିଜ୍ଞମାନଙ୍କ ବୟସ ୪୫ ବର୍ଷରୁ କମ୍ ସେମାନଙ୍କ ନାଁକୁ ପୁରସ୍କାର ପାଇଁ ବିଚାରକୁ ନିଆଯାଇଥାଏ। ମହେଶ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନଷ୍ଟିଚ୍ୟୁଟ୍‌ରୁ ଗଣିତରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟକୁ ଯାଇ ସେଠାରୁ ୨୦୦୮ ମସିହାରେ ସଂପୂର୍ଣ୍ଣ ଗଣିତରେ ମାଷ୍ଟର୍ସ ଓ ପିଏଚ୍‌ଡି ଶେଷ କରିଥିଲେ। ଏହାପରେ ସେ ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟ, ୟୁନିଭର୍ସିଟି କଲେଜ୍ ଲଣ୍ଡନ୍ ଓ କିଙ୍ଗ୍ସ କଲେଜ୍ ଲଣ୍ଡନ୍‌ରେ କାର୍ଯ୍ୟ କରିଥିଲେ। ୨୦୧୯ରେ ସେ ଆଇଆଇଏମ୍‌ସିରେ ପ୍ରଫେସର ଭାବେ ଯୋଗ ଦେଇଥିଲେ।

ଗଣିତଜ୍ଞ ରାମାନୁଜନ୍ ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆନ୍ ପାରା ଗେମ୍ସ ୨୦୨୬:ଭାରତର ଧ୍ୱଜାବାହକ ହେବେ ପ୍ରମୋଦ ଭଗତ ଓ ଭାବିନା ପଟେଲ୍

October 8, 2026

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ସୂର୍ଯ୍ୟଙ୍କ ପରି ଚମକିବ ଭାଗ୍ୟ ପଢନ୍ତୁ ଆଜିର ରାଶିଫଳ

October 8, 2026

ଚେକ୍ ବାଉନ୍ସ ମାମଲାରେ ସୁପ୍ରିମକୋର୍ଟରେ ହାଜର ହେଲେ ରାଜପାଲ ଯାଦବ

October 7, 2026

ସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଅମିତ ଶାହଙ୍କ ଅଭିନନ୍ଦନ

October 7, 2026
Latest News

ଗଣିତଜ୍ଞ ପ୍ରଫେସର ମହେଶ କାକ୍‌ଡେଙ୍କୁ ‘ରାମାନୁଜନ୍’ ପୁରସ୍କାର

October 8, 2026

ଅବକାରୀ ବିଭାଗର ସମୀକ୍ଷା ବୈଠକ: ବେଆଇନ କାରବାର ଉପରେ ଅକ୍ଟୋବର ୧୦ରୁ ୩୧ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଚଢ଼ଉ

October 8, 2026

ଆଗାମୀ ସିଜିନ୍ ପାଇଁ କିରନ୍ ପୋଲାର୍ଡଙ୍କୁ ଅଧିଗ୍ରହଣ କରିବ ସୁପର କିଙ୍ଗସ୍: ପାଇବେ ମୋଟା ଫିସ୍

October 8, 2026

ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଲିଓନେଲ୍ ମେସିଙ୍କ ଭାବପୂର୍ଣ୍ଣ ବିଦାୟ

October 8, 2026

ଏସିଆନ୍ ପାରା ଗେମ୍ସ ୨୦୨୬:ଭାରତର ଧ୍ୱଜାବାହକ ହେବେ ପ୍ରମୋଦ ଭଗତ ଓ ଭାବିନା ପଟେଲ୍

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.