Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ନବୀନଙ୍କୁ ବିଜେପିର ପାଲଟା ଜବାବ: ଚବିଶ ବର୍ଷର ଶାସନରେ ଓଡ଼ିଶାର ଅର୍ଥନୀତି ତଳକୁ ଖସିଥିଲା
ରାଜ୍ୟ ଖବର

ନବୀନଙ୍କୁ ବିଜେପିର ପାଲଟା ଜବାବ: ଚବିଶ ବର୍ଷର ଶାସନରେ ଓଡ଼ିଶାର ଅର୍ଥନୀତି ତଳକୁ ଖସିଥିଲା

October 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
BJP General Secretary Biranchi Narayan Tripathy
BJP General Secretary Biranchi Narayan Tripathy

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ଏବେ ଆରୋପ-ପ୍ରତ୍ୟାରୋପର ପର୍ବ ତୀବ୍ର ରୂପ ଧାରଣ କରିଛି। ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବିବୃତ୍ତିକୁ ନେଇ ଭାରତୀୟ ଜନତା ପାର୍ଟି କଡ଼ା ଶବ୍ଦରେ ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ପୂର୍ବତନ ବିଜେଡି ସରକାରର ଦୀର୍ଘ ଚବିଶ ବର୍ଷର ଶାସନକାଳକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇବା ସହ ନବୀନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ସମ୍ପ୍ରତି ରାଜ୍ୟରେ ବିଜେପି ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିଥିବା ବେଳେ ନବୀନ ପଟ୍ଟନାୟକ ନିଜର ପୂର୍ବ କାର୍ଯ୍ୟର ସମୀକ୍ଷା ନ କରି କେବଳ ଅମୂଳକ କଥା କହୁଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ କହିଛନ୍ତି। ସାଧାରଣ ଜନତା କାହିଁକି ବିଜେଡିକୁ କ୍ଷମତାରୁ ପ୍ରତ୍ୟାଖ୍ୟାନ କଲେ, ସେ ନେଇ ଚିନ୍ତା କରିବା ପରିବର୍ତ୍ତେ ନବୀନ ବାବୁ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ରାଜ୍ୟବାସୀ ଏହିସବୁ ଅସତ୍ୟ କଥାକୁ କେବେହେଲେ ଗ୍ରହଣ କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ନବୀନଙ୍କ ଶାସନକାଳର ତଥ୍ୟ ଉପସ୍ଥାପନ କରି ବିଜେପି ନେତାଜଣଙ୍କ କହିଛନ୍ତି ଯେ ବିଜେଡି ସରକାର ସମୟରେ ନାରୀ ନିର୍ଯାତନା ଏବଂ ଭୟଙ୍କର ଖଣି ଦୁର୍ନୀତିରେ ଓଡ଼ିଶା ସାରା ଦେଶରେ ଶୀର୍ଷରେ ଥିଲା। ସେହିପରି ଚାଷୀ ସମସ୍ୟା, ଦାଦନ ନିର୍ଯାତନା ଏବଂ ଶିଶୁମୃତ୍ୟୁ ହାର ରୋକିବାରେ ମଧ୍ୟ ନବୀନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ବିଭିନ୍ନ ସଂବେଦନଶୀଳ ଘଟଣା ଏବଂ ସରକାରୀ ଦୁର୍ନୀତିର ତଦନ୍ତକୁ ଚାପି ଦେବାରେ ବିଜେଡି ସରକାର ସଦାସର୍ବଦା ନମ୍ବର ୱାନ୍ ଭୂମିକା ଗ୍ରହଣ କରିଥିଲା।

ଏହା ସହିତ ନବୀନ ପଟ୍ଟନାୟକଙ୍କ ସମୟରେ ଓଡ଼ିଶାର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ତଳକୁ ଖସିଥିବା କଥା ବିଜେପି ସାଧାରଣ ସମ୍ପାଦକ ମନେ ପକାଇ ଦେଇଛନ୍ତି। ପୂର୍ବରୁ ବିଜେଡି ପଦଯାତ୍ରାରେ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ଶାସନରେ ଓଡ଼ିଶାର ବିକାଶ ପ୍ରଥମ ଏଜେଣ୍ଡା ଥିଲା, ମାତ୍ର ବର୍ତ୍ତମାନର ସରକାରରେ କେବଳ ଦଳର ବିକାଶ ଉପରେ ଧ୍ୟାନ ଦିଆଯାଉଛି ଏବଂ ମାଆ, ଚାଷୀ ଓ ଯୁବପିଢ଼ିଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ନବୀନଙ୍କ ଏହି ଟିପ୍ପଣୀକୁ ଭିତ୍ତିହୀନ ଆଖ୍ୟା ଦେଇ ବିଜେପି ଏବେ ନବୀନଙ୍କ ବିଫଳତାର ଚିଠା ଖୋଲିବା ଆରମ୍ଭ କରିଛି।

ଓଡିଶା ଖବର ଓଡିଶା ରାଜନୀତି ନବୀନ ପଟ୍ଟନାୟକ ବିଜେଡି ଜନସମ୍ପର୍କ ପଦଯାତ୍ରା ବିଜେପି ପ୍ରତିକ୍ରିୟା ବିରଞ୍ଚି ନାରାୟଣ ତ୍ରିପାଠୀ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବିରଳ ଯୋଡାମୁଣ୍ଡ ଶିଶୁ ଜନ୍ମ

October 14, 2026

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଜୟପୁରରେ ଜରୁରୀ ଅବତରଣ

October 14, 2026

୫ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ

October 14, 2026

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026
Latest News

ନବୀନଙ୍କୁ ବିଜେପିର ପାଲଟା ଜବାବ: ଚବିଶ ବର୍ଷର ଶାସନରେ ଓଡ଼ିଶାର ଅର୍ଥନୀତି ତଳକୁ ଖସିଥିଲା

October 14, 2026

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବିରଳ ଯୋଡାମୁଣ୍ଡ ଶିଶୁ ଜନ୍ମ

October 14, 2026

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଜୟପୁରରେ ଜରୁରୀ ଅବତରଣ

October 14, 2026

ପାଲଘରରେ ଭୟାବହ ଅଗ୍ନିକାଣ୍ଡ: ଦୁଇ ମହିଳା ମୃତ, ୬ ଗୁରୁତର

October 14, 2026

ବିହାର ନୌକା ଦୁର୍ଘଟଣା: ୧୩ ଶିଶୁ ମୃତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.