Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ପ୍ରତିଭାବାନ ଆଥଲେଟ୍
ଖେଳ

ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ପ୍ରତିଭାବାନ ଆଥଲେଟ୍

October 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Two talented athletes lost their lives in a tragic road accident.

ଭୁବନେଶ୍ବର: କଟକର ପ୍ରସିଦ୍ଧ ଦଶହରା ଦେଖିବାକୁ ଆସିଥିବା ଦୁଇ ଜଣ ଯୁବ କ୍ରୀଡ଼ାବିତ୍‌ଙ୍କୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜୀବନ ହରାଇବାକୁ ପଡ଼ିଛି। କଟକ-ଭୁବନେଶ୍ୱର ଜାତୀୟ ରାଜପଥର କଟକ ସଦର ଥାନା ଅନ୍ତର୍ଗତ ନୂଆଗଡ଼ ନିକଟରେ ଏକ ଅଜଣା ଗାଡ଼ିର ଭୟଙ୍କର ଧକ୍କା ହେବାରୁ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏବଂ କ୍ରୀଡ଼ାଜଗତରେ ଶୋକର ଛାୟା ଖେଳିଯାଇଛି।

ମୃତକଦ୍ୱୟ ହେଲେ ଅତାବିରା ଥାନା ଅଞ୍ଚଳର ମଳୟ ବାରିକ ଏବଂ ଭବାନିପାଟଣାର ଦଣ୍ଡପତି ଜୟରାମ। ଉଭୟେ ପରସ୍ପରର ଭଲ ସାଙ୍ଗ ଥିଲେ ଏବଂ ଭୁବନେଶ୍ୱରରେ ରହି ନିଜର ଆଥଲେଟିକ୍ସ ଅଭ୍ୟାସ ସହ କ୍ରୀଡ଼ା ଜୀବନକୁ ଆଗକୁ ବଢ଼ାଉଥିଲେ। ଆଶା ଓ ଉତ୍ସାହ ଭରା ସ୍ୱପ୍ନକୁ ଆଖିରେ ଧରି ସେମାନେ ବାଇକ୍ ଯୋଗେ କଟକକୁ ଦଶହରା ପର୍ବ ବୁଲିବାକୁ ଆସିଥିଲେ। କିନ୍ତୁ କାହାକୁ ବା ଜଣାଥିଲା ଯେ ଏହି ବୁଲାବୁଲି ସେମାନଙ୍କ ଜୀବନର ଶେଷ ଯାତ୍ରା ପାଲଟିଯିବ ବୋଲି।

ବୁଧବାର ବିଳମ୍ବିତ ରାତିରେ ଯେତେବେଳେ ସେମାନେ ଫେରୁଥିଲେ, ସେହି ସମୟରେ ନୂଆଗଡ଼ ନିକଟରେ ଏକ ଦ୍ରୁତଗାମୀ ଅଜଣା ଗାଡ଼ି ସେମାନଙ୍କ ବାଇକ୍‌କୁ ପଛରୁ ଏକ ଜୋରଦାର ଧକ୍କା ଦେଇଥିଲା। ଧକ୍କାଟି ଏତେ ଜୋର୍ରେ ହୋଇଥିଲା ଯେ ଉଭୟ ଆଥଲେଟ୍ ରାସ୍ତା ଉପରେ ଛିଟିକି ହୋଇ ପଡ଼ିଯାଇ ଗୁରୁତର ଭାବେ ଆହତ ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ କଟକ ସଦର ପୋଲିସ ତତ୍କାଳ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଥିଲା। କିନ୍ତୁ ମେଡିକାଲରେ ପହଞ୍ଚିବା ପରେ ସେଠାକାର ଡାକ୍ତର ଉଭୟଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଏହି ଦୁର୍ଘଟଣା ଖବର ପାଇବା ପରେ ମୃତକଙ୍କ ପରିବାରବର୍ଗଙ୍କ ମଧ୍ୟରେ କାନ୍ଦବୋବାଳି ପଡ଼ିଯାଇଛି। କ୍ରୀଡ଼ାକ୍ଷେତ୍ରରେ କିଛି ଭଲ କରିବାର ସ୍ୱପ୍ନ ଦେଖୁଥିବା ଦୁଇ ପ୍ରତିଭାବାନ ଯୁବକଙ୍କ ଏପରି ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରିବା ସହ ଘଟଣାର ବୈଷୟିକ ଏବଂ ପାରିପାର୍ଶ୍ୱିକ ତଦନ୍ତ ଜାରି ରଖିଛି। ଧକ୍କା ଦେଇଥିବା ଅଜଣା ଗାଡ଼ିଟିକୁ ଚିହ୍ନଟ କରିବା ପାଇଁ ଆଖପାଖର ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି।

ଆଥଲେଟ୍ ମର୍ମନ୍ତୁଦ ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସ୍ତରରେ ଶକ୍ତିଶାଳୀ ପ୍ରତିଷ୍ଠାନ ଏବଂ ଗ୍ଲୋବାଲ୍ ସାଉଥ୍‌ର ଅଧିକାର ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

October 22, 2026

Cyclone Threat: ବାତ୍ୟା ସମ୍ଭାବନା ଘନେଇଲା, ବିଭିିନ୍ନ ବିଦେଶୀ ସଂସ୍ଥାର ସ୍ପଷ୍ଟ ସୂଚନା

October 22, 2026

ରାଜନୈତିକ ହିଂସାକାଣ୍ଡ: ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା, ଗୋଷ୍ଠୀ ସଂଘର୍ଷରେ ୬ ଆହତ

October 22, 2026

୨୩ରୁ ଅହମଦାବାଦରେ ରାଜ୍ୟଗୋଷ୍ଠୀ କବାଡ଼ି ଚାମ୍ପିଅନ୍‌ଶିପ୍‌

October 22, 2026
Latest News

ତିବ୍ଦତରେ ୭.୦ ତୀବ୍ରତାର ଭୂମିକମ୍ପ! ୩ ଘଣ୍ଟାରେ ୧୨ ଥର ଝଟକା

October 22, 2026

କ୍ୟାପିଟାଲ ହସ୍ପିଟାଲରେ ରକ୍ତ ପରୀକ୍ଷା ପାଇଁ ଆଉ ହନ୍ତସନ୍ତ ହେବେନି ରୋଗୀ, ଖୋଲୁଛି ନୂଆ ୟୁନିଟ୍

October 22, 2026

ଯମୁନା ଶୁଦ୍ଧିକରଣ ପାଇଁ ₹୮,୯୪୧ କୋଟିର ପ୍ରକଳ୍ପ, ୨୦୨୯ ସୁଦ୍ଧା ସ୍ୱଚ୍ଛ ହେବ ନଦୀ: ଅମିତ ଶାହ

October 22, 2026

ବିଶ୍ୱ ସ୍ତରରେ ଶକ୍ତିଶାଳୀ ପ୍ରତିଷ୍ଠାନ ଏବଂ ଗ୍ଲୋବାଲ୍ ସାଉଥ୍‌ର ଅଧିକାର ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

October 22, 2026

ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ଉନବିଂଶତମ ‘ଅର୍ବାନ୍ ମୋବିଲିଟି ଇଣ୍ଡିଆ’ ସମ୍ମିଳନୀ ଓ ପ୍ରଦର୍ଶନୀ

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.