ନୂଆଦିଲ୍ଲୀ: ହଂକଂ ସିକ୍ସ ଟୁର୍ଣ୍ଣାମେଣ୍ଟରେ ଭାରତର ଲଜ୍ଜାଜନକ ପରାଜୟ ହୋଇଛି। ଭାରତକୁ ପାକିସ୍ତାନ ୪ ୱିକେଟରେ ପରାସ୍ତ କରିଛି। ପାକିସ୍ତାନ ମାତ୍ର ୩.୫ ଓଭରରେ ୮୯ ରନର ଲକ୍ଷ୍ୟ ହାସଲ କରି ମ୍ୟାଚ୍ ଶେଷ କରିଦେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୮୮ ରନ୍ କରିଥିଲା। ପାକିସ୍ତାନ ପାଇଁ ଖ୍ୱାଜା ନାଫାୟ ଏବଂ ଅଧିନାୟକ ଅବ୍ବାସ ଆଫ୍ରିଦି ବିସ୍ଫୋରକ ବ୍ୟାଟିଂ କରିଥିଲେ। ନାଫାୟ ୧୨ ବଲରେ ୪୧ ରନ୍ ଏବଂ ଆଫ୍ରିଦି ୮ ବଲରେ ୩୫ ରନ୍ କରି ମ୍ୟାଚ୍ ଏକତରଫା କରିଦେଇଥିଲେ।
ଭାରତ ପାଇଁ ଏକ ଲଢିଲେ ଶଶାଙ୍କ ସିଂହ:
ଭାରତ ପାଇଁ କେବଳ ଶଶାଙ୍କ ସିଂହ ଲଢି ପାରିଥିଲେ। ସେ ୧୧ ବଲରେ ୨ ଚୌକା ଓ ୫ ଛକା ସହ ୪୦ ରନ୍ କରିଥିଲେ। ନୀତୀଶ ରାଣାଙ୍କ ଅବସ୍ଥା ବହୁତ ଖରାପ ଥିଲା, ୧୪ ବଲରେ ୧୯ ରନ୍ କରି ରିଟାୟର୍ଡ ଆଉଟ ହେବାକୁ ପଡିଲା।
ପ୍ରଥମ ମ୍ୟାଚରେ ପରାଜୟ:
ଏହା ଥିଲା ହଂକଂ ସିକ୍ସରେ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍। ରାହୁଲ ତ୍ରିପାଠୀ ମାତ୍ର ୯ ରନ୍ କରି ପାରିଥିଲେ, ରାହୁଲ ତେୱତିଆ ଏବଂ ଅଧିନାୟକ କ୍ରୁନାଲ ପାଣ୍ଡ୍ୟା ଦୁହେଁ ଗୋଲ୍ଡେନ ଡକ୍ ହୋଇ ପ୍ରଥମ ବଲରେ ଆଉଟ ହୋଇଥିଲେ।ବୋଲିଂରେ ମଧ୍ୟ ଭାରତ ଫେଲ ମାରିଲା। ଅଧିନାୟକ କ୍ରୁନାଲ ପ୍ରଥମ ଓଭରରେ ୩୧ ରନ୍ ଦେଇଥିଲେ, ଆଫ୍ରିଦି ତାଙ୍କ ଓଭରର ଶେଷ ୫ ବଲରେ ଲଗାତାର ୫ ଛକା ମାରିଥିଲେ। ଟି ନଟରାଜନ ମଧ୍ୟ ୬ ବଲରେ ୨୮ ରନ୍ ଦେଇଥିଲେ। ୨ ଓଭରରେ ପାକିସ୍ତାନ ୫୯ ରନ୍ କରି ମ୍ୟାଚ୍ ନିଜ ହାତକୁ ନେଇ ଯାଇଥିଲା।


