Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ଦୁଇଦିନିଆ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ
ଆଜିର ଖବର

ଆଜିଠାରୁ ଦୁଇଦିନିଆ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ

November 10, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Two-day state-level 'Mandia Divas' (Finger Millet Day) begins today

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଳ୍ୟରେ ଆଜିଠାରୁ ଦୁଇଦିନିଆ ପଞ୍ଚମ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ ପାଳନ କରାଯାଉଛି। “ଶ୍ରୀ ଅନ୍ନ ଏବଂ ଭୂ-ପ୍ରଜାତି ବିହନ ବ୍ୟବସ୍ଥାର ସୁଦୃଢ଼ୀକରଣ” ଶୀର୍ଷକ ଏହି ସମ୍ମିଳନୀରେ ଜଳବାୟୁ ସହନଶୀଳ କୃଷି, ପୁଷ୍ଟିଶସ୍ୟର ପ୍ରସାର ଏବଂ କୃଷକମାନଙ୍କୁ ପ୍ରୋତ୍ସାହନ ଦେବା ନେଇ ଦେଶବିଦେଶର ବିଶେଷଜ୍ଞମାନେ ଯୋଗଦେଇ ବିଚାରବିମର୍ଶ କରିବେ। ଚଳିତ ବର୍ଷ ‘ସହନଶୀଳ ଖାଦ୍ୟ ପ୍ରଣାଳୀ ପାଇଁ ଗୋଷ୍ଠୀଭିତ୍ତିକ ବିହନ ବ୍ୟବସ୍ଥା ଓ କୃଷି ଜୈବବିବିଧତା’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ଜଳବାୟୁ ସହନଶୀଳ କୃଷି ଓ ପୁଷ୍ଟିଶସ୍ୟ ବା ଶ୍ରୀ ଅନ୍ନ ଚାଷ ଓ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାର ପ୍ରତିନିଧିତ୍ୱକୁ ପ୍ରତିଫଳିତ କରିବ। ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଶ୍ରୀ ଅନ୍ନ ଅଭିଯାନ’ ଅଧିନରେ ୨୦୨୨ ମସିହାରେ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ଘୋଷଣା କରାଯାଇଥିଲା। ପାରମ୍ପରିକ ଫସଲର ସଂରକ୍ଷଣ, ସ୍ଥାନୀୟ ଖାଦ୍ୟ ସୁରକ୍ଷା, ଗୋଷ୍ଠୀସ୍ତରୀୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଏବଂ ଗ୍ରାମାଞ୍ଚଳ କୃଷକଙ୍କ ଆୟ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା ଆଦିବାସୀ ଓ ଗ୍ରାମୀଣ କୃଷକମାନଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ରାଜ୍ୟବ୍ୟାପୀ ଏହି ଦିବସ ପାଳନ କରାଯାଉଛି। ୨୦୨୬ ମସିହାର ଏହି ସଂସ୍କରଣ ମାଣ୍ଡିଆ ଦିବସର କ୍ରମବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ଏହି ଦୁଇଦିନିଆ ସମ୍ମିଳନୀରେ ଦେଶ ଓ ବିଦେଶର ପ୍ରମୁଖ ଅନୁଷ୍ଠାନଗୁଡ଼ିକର ସହଯୋଗରେ ୫ଟି ବୈଷୟିକ ଅଧିବେଶନ ଆୟୋଜିତ ହେବ।

ପ୍ରଥମ ଦିନରେ ଏମ୍‌ଏସ୍ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ପକ୍ଷରୁ ‘କୃଷି ଜୈବବିବିଧତା ସଂରକ୍ଷଣ ଏବଂ ଭୂ-ପ୍ରଜାତି ବିହନ ବ୍ୟବସ୍ଥାର ସୁଦୃଢ଼ୀକରଣ’ ଶୀର୍ଷକ ଅଧିବେଶନ ଆୟୋଜିତ ହେବ। ଏହାସହିତ ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ‘ଆମ ପରମ୍ପରା, ଆମ ସ୍ୱାସ୍ଥ୍ୟ, ଆମ ଭବିଷ୍ୟତ: ଜଳବାୟୁ ସହନଶୀଳ କୃଷି ଓ ସ୍ୱାସ୍ଥ୍ୟକର ଭବିଷ୍ୟତ ପାଇଁ ପଥ’ ଶୀର୍ଷକ ଅଧିବେଶନ ଆୟୋଜନ କରାଯିବ। ସେହିପରି ୨ୟ ଦିନରେ ଆଇସିଏଆର- ଭାରତୀୟ ପୁଷ୍ଟିଶସ୍ୟ(ଶ୍ରୀ ଅନ୍ନ)ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ‘ଓଡ଼ିଶାର ପୁଷ୍ଟିଶସ୍ୟଭିତ୍ତିକ ଅର୍ଥନୀତି: ଉଦ୍ୟୋଗ ବିକାଶ ଓ ବଜାର ସଂଯୋଗୀକରଣ’ ଶୀର୍ଷକ ଅଧିବେଶନ ଆୟୋଜିତ ହେବ। ଏହାପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘ପ୍ରାକୃତିକ କୃଷି ଓ ପୁଷ୍ଟିଶସ୍ୟ: ଚିରନ୍ତନ କୃଷି ପାଇଁ ପାରମ୍ପରିକ ଜ୍ଞାନର ପୁନରୁଦ୍ଧାର’ ଏବଂ ‘ତୃଣମୂଳସ୍ତରୀୟ ନବସୃଜନର ପଥପ୍ରଦର୍ଶକ : କୃଷକ ଓ କୃଷି ଉଦ୍ୟୋଗୀଙ୍କ ପ୍ରେରଣାଦାୟୀ ସଫଳ କାହାଣୀ’ ଶୀର୍ଷକ ଦୁଇଟି ଅଧିବେଶନ ଅନୁଷ୍ଠିତ ହେବ। ଏହି ଅଧିବେଶନଗୁଡ଼ିକରେ ବୈଜ୍ଞାନିକ, ନୀତି ନିର୍ଦ୍ଧାରକ, ଭୂ-ପ୍ରଜାତି ବିହନ ସଂରକ୍ଷକ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉଦ୍ୟୋଗୀମାନେ ଯୋଗଦେଇ ବିକେନ୍ଦ୍ରୀକୃତ ବିହନ ସାର୍ବଭୌମତ୍ୱ , ଜଳବାୟୁ ସହନଶୀଳତା ଓ ବଜାର ବ୍ୟବସ୍ଥାର ସମ୍ପ୍ରସାରଣ ପାଇଁ କାର୍ଯ୍ୟକାରୀ ରଣନୀତି ପ୍ରସ୍ତୁତ କରିବେ। ବୈଷୟିକ ଆଲୋଚନା ସହିତ ଏହି ସମ୍ମିଳନୀରେ ଗୋଷ୍ଠୀଭିତ୍ତିକ ବିହନ ସଂରକ୍ଷଣ, ପାରମ୍ପରିକ କୃଷି ପଦ୍ଧତି ଓ ଉଦ୍ୟୋଗ ବିକାଶ ଉପରେ ଆଧାରିତ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ଏମ୍‌.ଏସ୍‌. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ପକ୍ଷରୁ ମହିଳା ବିହନ ସଂରକ୍ଷକମାନଙ୍କ ଦ୍ୱାରା ପରିଚାଳିତ କୃଷି ଜୈବବିବିଧତା ଓ ଗୋଷ୍ଠୀଭିତ୍ତିକ ବିହନ ବ୍ୟାଙ୍କ ପ୍ରଦର୍ଶନ କରାଯିବ। ଏଥିସହିତ ‘ବିସ୍ମୃତ ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ଓ ଏହାର ସ୍ଥାୟିତ୍ୱ’ ପ୍ରକଳ୍ପ ପକ୍ଷରୁ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ, ଟେଷ୍ଟିଂ ଓ ବିକ୍ରୟ ବ୍ୟବସ୍ଥା ରହିବ। କଟକସ୍ଥିତ ସିଦ୍ଧି ଅର୍ଗାନିକ୍ସ ପକ୍ଷରୁ ମିଲେଟ୍‌(ପୁଷ୍ଟିଶସ୍ୟ)ଭିତ୍ତିକ ଉତ୍ପାଦ ପ୍ରଦର୍ଶିତ ହେବ। ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଚାଉଳ ଉତ୍ପାଦର ଟେଷ୍ଟିଂ, ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡ଼ିଶା ଲିମିଟେଡ୍ ପକ୍ଷରୁ ଆଞ୍ଚଳିକ ମିଲେଟ୍‌(ପୁଷ୍ଟିଶସ୍ୟ)ଖାଦ୍ୟ ଓ କୋରାପୁଟ କଫିର ପ୍ରଦର୍ଶନ କରାଯିବ। ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ବ୍ରଜ ମୋହନ ରାମ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଉଦ୍‌ଘାଟନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଡ଼ଃ. ସୌମ୍ୟା ସ୍ୱାମୀନାଥନ୍ ଏବଂ ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ତଥା ଆଇସିଏଆର ମହାନିର୍ଦ୍ଦେଶକ ଡ. ମଙ୍ଗି ଲାଲ ଯାଟ୍‌, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦେବେ।

ଓଡ଼ିଶା କୃଷି ମାଣ୍ଡିଆ ଦିବସ ରାଜ୍ୟସ୍ତରୀୟ
Share. Facebook Twitter LinkedIn Email WhatsApp Copy Link

Related Posts

ମଣ୍ଡେ ଟେଷ୍ଟରେ ସବୁ ରେକର୍ଡ ଭାଙ୍ଗିଲା ‘ରାମାୟଣ’: ‘ବାହୁବଳୀ ୨’କୁ ପଛରେ ପକାଇ ହେଲା ନମ୍ବର ୧

November 10, 2026

ପରିବହନ ଭିତ୍ତିଭୂମି ସୁଦୃଢ଼ ପାଇଁ ଏମ୍‌ଓୟୁ: ପ୍ରସ୍ତୁତ ହେବ ‘ଭିଜନ ଡକୁମେଣ୍ଟ’

November 10, 2026

ଏପଟେ ମୋଦୀ-ଜେଲେନ୍‌ସ୍କି କଥା, ସେପଟେ ଜୟଶଙ୍କର-ଲାଭ୍ରୋଭ୍ ଫୋନ୍ ବାର୍ତ୍ତା: ଜାଣନ୍ତୁ ସବୁକିଛି

November 10, 2026

ସମୁଦ୍ରରେ ବୁଡ଼ି ୨ ମୃତ, ୩ ଗୁରୁତର

November 10, 2026
Latest News

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ହକି ଟିମ୍ ଘୋଷିତ: ସଞ୍ଜୟଙ୍କୁ ନେତୃତ୍ୱ, ବାଦ୍‌ ପଡ଼ିଲେ ହରମନପ୍ରୀତ୍

November 10, 2026

ନୂତନ ପାସପୋର୍ଟ ପାଇଁ ଶେଖ୍ ହସିନାଙ୍କ ଆବେଦନ: ବାଂଲାଦେଶ ଫେରିବା ସଙ୍କେତ

November 10, 2026

ମଣ୍ଡେ ଟେଷ୍ଟରେ ସବୁ ରେକର୍ଡ ଭାଙ୍ଗିଲା ‘ରାମାୟଣ’: ‘ବାହୁବଳୀ ୨’କୁ ପଛରେ ପକାଇ ହେଲା ନମ୍ବର ୧

November 10, 2026

ରୋଗୀଙ୍କୁ ବଡ଼ ଆଶ୍ୱସ୍ତି : ଶସ୍ତା ହେଲା ୧୩୭ କ୍ୟାନ୍‌ସର ଔଷଧ

November 10, 2026

ଆଜିଠାରୁ ଦୁଇଦିନିଆ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.